କଟକ, ୩୧।୧(ଏସଏସନିଉଜ)ଦିନ ଦିହିପହର ସମୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରିଙ୍କ ଘରୁଚୋରି ହୋଇଥିବାର ଫାଣ୍ଡିରେ ଅଭିଯୋଗ ହୋଇଛି।ଅଭିଯୋଗ ଆଧାରରେ ପୋଲିସ ଆସି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଚୋର କିମ୍ବା ଚୋରି ସାମଗ୍ରୀ ପାଇପରିନାହି।
ପ୍ରକାଶଯେ,ଗୋଡିସାହି ଫାଣ୍ଡି ଅନ୍ତର୍ଗତ ପଦ୍ମନାଭନଗରରେ ଗୋବିନ୍ଦ ଚନ୍ଦ୍ର ସାହୁ ନାମକ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଦଶବର୍ଷ ଧରି ଘର କରି ପରିବାର ସହିତ ରହିଆସୁଛନ୍ତି। ଗୋବିନ୍ଦ ଚନ୍ଦ୍ର ସାହୁ ଅବସରପରେ ନିକଟରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହୋଇଛନ୍ତି।ସବୁଦିନ ଭଳି ଗୋବିନ୍ଦ ଘରୋଇ ବିଶ୍ବବିଦ୍ୟାଳୟକୁ ଶନିବାର ଦିନଯାଇଥିବା ବେଳେ ତାଙ୍କ ପତ୍ନୀ ଏକୁଟିଆ ଘରେ ରହିଥିଲେ।
ଶନିବାର ଦିନ ସାଢେ଼ ୨ଟା ସମୟରେ ସାହୁଙ୍କ ପତ୍ନୀ ରୋଷେଇ ଘରେ କାର୍ଯ୍ୟରେ ବ୍ୟସ୍ତ ଥିଲେ।ଏହି ସୁଯୋଗରେ ଜଣେ ଅଜଣା ଯୁବକ ଘର ଭିତରକୁ ପଶି ଲାପଟପ, ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଚମ୍ପଟ ମାରିଥିଲେ। ରୋଷେଇ କାର୍ଯ୍ୟ ସାରି ଆସି ଦେଖିବା ବେଳେ ଘରୁ ଚୋରି ହୋଇଥିବାର ପତ୍ନୀ ଜାଣିବାକୁ ପାଇଥିଲେ।ଏହି ଖବର ପାଇ ଶ୍ରୀ ସାହୁ ଗୋଡିସାହି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।