କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରନ୍ତୁ : ଡିଜିପି ଅଭୟ

ଭୁବନେଶ୍ୱର, ୨୯/୪(ଏସଏସନିୟୁଜ) ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ କଡାକଡି ହୋଇଛି କଟକଣା । ସରକାରଙ୍କଦ୍ୱାରା ଜାରିହୋଇଥିବା କୋଭିଡ ନୀୟମ ସହ ନାଇଟ୍ କର୍ଫ୍ୟୁ ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଅଭୟ ।ନୀୟମ ଖିଲାପକରି ପୋଲିସ ହାତରେ ଧରାପଡିଲେ ପୋଲିସ ଫାଇନ କାଟିବ ।କ୍ରିମିନାଲଙ୍କୁ ଧରିବା ପୋଲିସର କାମ ହୋଇଥିବାବେଳେ ଏବେ ଅମାନିଆମାନଙ୍କୁ ଧରି ଫାଇନ କାଟିବା ଘଟଣା ପୋଲିସଙ୍କୁ ବହୁତ ଦୁଃଖ ଦେଉଛି ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଚଳିତମାସରେ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠୁ ପୋଲିସ ୫ କୋଟିରୁ ଅଧିକ ଟଙ୍କାର ଫାଇନ୍ ଆଦାୟ କରିଛି । କୋଭିଡ୍ ନେଇ ସଚେତନ କରିବା ଅବସରରେ ଆଜି ରାଜ୍ୟବାସୀଙ୍କୁ ପୋଲିସ ଡିଜି ଅଭୟ ଏପରି କହିଛନ୍ତି ।

Comments (0)
Add Comment