ଭବାନୀପାଟଣା, ୨୩ା୪(ଏସଏସନିଉଜ) ଯାତ୍ରାଦେଖି ଫେରୁଥିବା ଦୁଇନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୪ଜଣ ଅଭିଯୁକ୍ତକୁ ବିଜେପୁର ଥାନାପୋଲିସ ଅଟକ ରଖିଥିବାବେଳେ ଜଣେ ଫେରାର ହୋଇଯାଇଛି ।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁରଥାନା ଅଞ୍ଚଳର ୩ଜଣ ନାବାଳିକା ବେନଗାଁକୁ ଗତ ୧୬ ତାରିଖ ସନ୍ଧ୍ୟାରେ ତାରିଣୀ ଯାତ୍ରା ଦେଖିବା ପାଇଁ ଯାଇଥିଲେ। ସେଠାରୁ ଭୋର୍ ପ୍ରାୟ ୩ଟାରେ ଘରକୁ ଫେରୁଥିବା ବେଳେ ବାଜିବାହାଲି ରାସ୍ତା ପୋଲ ନିକଟରେ ୫ ଜଣ ଯୁବକ ସେମାନଙ୍କୁ ଅଟକାଇ ଥିଲେ। ଜଣେ ନାବାଳିକା ସେମାନଙ୍କୁ ବିରୋଧ କରିବାରୁ ତାଙ୍କୁ ସେମାନେ ରାସ୍ତା ଉପରୁ ପୋଲ ତଳକୁ ଠେଲି ଦେଇଥିଲେ। ସେ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ନାବାଳିକାଙ୍କୁ ଅଭିଯୁକ୍ତମାନେ ଟେକି ନେଇ ଦୁଷ୍କର୍ମ କରିଥିଲେ।