ନିଜିଗଡ ତାପଙ୍ଗ ବୁଲିବାକୁ ଗଲେ ଦେବେ ଜରିମାନା

ଭୁବନେଶ୍ୱର,୨୮/୯(ଏସଏସନିୟୁଜ )ଯୁବପୀଢିମାନଙ୍କ ସେଲଫି ପଏଣ୍ଟ ପାଲଟିଥିବା ନିଜିଗଡ ତାପଙ୍ଗକୁ ବୁଲିବାକୁ ଯିବାଉପରେ ଜିଲ୍ଲାପ୍ରଶାସନ ଲଗାଇଛି କଟକଣା ।ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ ସବୁଜ ବନାନୀପାହାଡ ସାଙ୍ଗକୁ ଜଳରାଶିଭରା ପାକୃତିକ ପରିବେଶ ଯୁବପିଢି ମାନଙ୍କୁ ଆକର୍ଷଣ କରିଥାଏ ।ଏହି ମନଲୋଭା ଦୃଶ୍ୟକୁ ମୋବାଇଲ ରେ କଏଦ କରିବାପାଇ ଧାଇ ଆସନ୍ତି ଯୁବପିଢି ।ଏହି ଜାଗାକୁ ଯୁବପିଢିମାନେ ଓଡିଶାର ଲଦ୍ଦାଖ ବୋଲି ନାମକରଣ କରିଛନ୍ତି ।ପାହାଡଘେରା ଏହି ଅଞ୍ଚଳ ଯୁବପିଢିମାନଙ୍କପାଇ ବିପଦପୂର୍ଣ୍ଣ ରହିଥିବାରୁ ତାପଙ୍ଗ ଉପରେ ସମ୍ପୂଣ୍ଣ କଟକଣା ଲଗାଯାଇଛି ।ନିୟମ ଉଲ୍ଲଘଂନ କରି ବୁଲିବାକୁ ଗଲେ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି ।

Comments (0)
Add Comment