ଭୁବନେଶ୍ୱର ,୨୩ା୪(ଏସଏସନିଉଜ)ଚାଲିବାକୁ ବଳ ନାହିଁ ।କାହା ସାହାରାରେ ଯିବାଆସିବା ମଧ୍ୟ କଷ୍ଟସାଧ୍ୟ ।ଏସବୁ ଭିତରେ ଜିଏ ଭତାଟଙ୍କା ଆଣିବାପାଇଁ ଚଉକି ଧରି ଯାଉଛି ତ କିଏ ବୁହା ହୋଇ ଭତ୍ତାପାଇଁ ଲମ୍ବାବାଟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ର ଏକମାଣିଆ ପଞ୍ଚାୟତ ନଳପାହି ଗ୍ରାମର ଗଙ୍ଗାଧର ପରିଡ଼ା ନାମକ ଜଣେ ୮୮ବର୍ଷର ବୃଦ୍ଧଙ୍କୁ ଭତ୍ତା ପାଇଁ ଶିକାଭାରରେ ବୁହାହୋଇ ନଦୀ ପାର୍ ହେବାକୁ ପଡ଼ିଛି। ଏହି ଗାଁର ୭୭ବର୍ଷର ହଳଧର ନାୟକ , ୮୩ ବର୍ଷରରଙ୍ଗାଧର ପରିଡ଼ାଙ୍କୁ ତାଙ୍କ ପରିବାରଲୋକେ ଭତ୍ତାଟଙ୍କା ଉଠାଇବାକୁ ଟେକିଟେକି ନଈ ଭିତରେ ଡଙ୍ଗାକୁ ଆଣିବାରଦୃଶ୍ୟ ଦେଖିବାକୁ ମିଳିଥିଲା। ବୁହାହୋଇ ନଦୀପାର୍ ହୋଇଥିବାବେଳେ ବ୍ୟାଙ୍କ ବନ୍ଦ ଯୋଗୁ ସମସ୍ତଙ୍କୁ ନିରାଶହୋଇ ଫେରିବାକୁ ପଡ଼ିଛି।