ମେଣ୍ଢାଶାଳ ଗାଁରେ ପଶିଲା ହାତୀ

ବାରଙ୍ଗ,୧ା୧(ଏସଏସନିଉଜ)ଶନିବାରବିଳମ୍ଭିତରାତିରେ ଏକ ବିରାଟକାୟ ଦନ୍ତାହାତୀ ମେଣ୍ଢଶାଳଗ୍ରାମରେ ପଶି ଦୈାରାତ୍ମ୍ୟ ସୃଷ୍ଟିକରି ଫେରିଯାଇଛି ।ଏହି ଦନ୍ତାଟି ଦେଉଳିଆପାହଡ ପଟୁଆସି ଗ୍ରାମନିକଟ ଗୁଣ୍ଡାବିଶ୍ୱାଳଙ୍କବିଲରେ ପ୍ରଥମେ ପଶି ହୁଡାରେ ଲାଗିଥିବା ୩୦ଟିକହଳୀଗଛ ଭାଙ୍ଗିଖାଇବାପରେ ଗ୍ରାମମୁଣ୍ଡରେ ଥିବା ଧୁମାମାନସିଂହଙ୍କ ଘରଅଗଣାକୁ ପସିଥିଲା ।ସେହିସମୟରେ ମାନସିଂହ ତାଙ୍କ ବାରଣ୍ଡାରେ ଶୋଇଥିଲା ।ତାଙ୍କପାଖରେ ରଖାଯାଇଥିବା ୫ବସ୍ତାଧାନରୁ ଗୋଟିଏବସ୍ତା ଖାଇସାରିବାପରେ ତାଙ୍କ ନୀଦଭାଙ୍ଗିଯିବାରୁ ସେଭୟରେ ଘରଭିତରକୁ ପଶିଆସିବାରୁ ସୈାଭଗ୍ୟକ୍ରମେ ବଂଚିଯାଇଥିଲେ ।ଘରେପଶି ପାଟିକରିବାରୁ ପରିବାରଲୋକ ଓ ପଡୋଶିଅସି ଟର୍ଚ୍ଚମାରି ହାତୀକୁ ଦେଖିବା ସହ ପାଟିକରିବାରୁ ସେଠାରେ ମଳତ୍ୟାଗ କରି ଯେଉଁବାଟେ ଆସିଥିଲା ସେହିବାଟରେ ଦେଉଳିଆମୁଣ୍ଡିଆକୁ ଫେରିଯାଇଥିଲା ।ଏହି ଘଟଣାପରେ ସନ୍ଧ୍ୟାପରଠାରୁ ଘରୁ ଲୋକମାନେ ବାହାରକୁବାହାରିବାକୁ ନିରାପଦ ମଣୁନଥିବାର ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Comments (0)
Add Comment