୧୫ରେ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱ. ୯/୭(ଏସଏସନିୟୁଜ) ବାମଦଳ ପକ୍ଷରୁ ଆସନ୍ତା ୧୫ ତାରିଖରେ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ । କିନ୍ତୁ ଦଳ ରାସ୍ତାକୁ ଓହ୍ଲାଇବ ନାହିଁ କି ପିକେଟିଂ କରିବ ନାହିଁ ।ମହାମାରୀ କରୋନା ଯୋଗୁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ହେଉଥିବାବେଳେ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ତେଣୁ ବାମ ଦଳର ଡାକରାକୁ ଦଳ ସମର୍ଥନ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Comments (0)
Add Comment