୧୬ ରୁ ଖୋଲିବ ,୨୩ ରୁ ସମସ୍ତେ କରିବେ ଜଗା ଦର୍ଶନ

ପୁରୀ,୪/୮(ଏସଏସନିୟୁଜ) ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର ।  ପ୍ରଥମ ପାଞ୍ଚ ଦିନ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ  ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ମନ୍ଦିର ମନା ଥିବାବେଳେ ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ଜଗାଦର୍ଶନ ପାଇଁ ଡବଲ ଡୋଜ୍ ଟିକା କିମ୍ବା ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି ।

Comments (0)
Add Comment