Browsing monthly archive

November 2019

ରବିବାରରୁ ଆରମ୍ଭ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ

ଭୁବନେଶ୍ୱର,୩୦/୧୧- ରବିବାରଠାରୁ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ଉତରଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଗଣ୍ଡରପୁର ଖେଳପଡିଆରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ଦର୍ଶକମାନଙ୍କୁ ମିଳିବ ଆକର୍ଷଣୀୟ ପରୁସ୍କାର ଓ ଶେଷଦିନ ମିଳିବ ଆକ୍ଟିଭା ଗାଡି । ଆୟୋଜକମାନେ ଏହିଭଳି ଏକ ନୁଆ ଅଭିନବ ଯୋଜନା କରିଛନ୍ତି । ଡିସେମ୍ବର ୧ ତାରିଖଠାରୁ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଟୁର୍ଣାମେଂଟରେ ଗ୍ରାମାଂଚଳ ଓ ସହରାଂଚଳ ବିଭାଗ ମାଧ୍ୟମରେ ପ୍ରତିଯୋଗୀତା କରାଯିବ । ଗ୍ରାମାଂଚଳରେ ୧୬ ଓ ସହରାଂଚଳରେ ୮ଟି […]

ବନ୍ଦ କୋଠରୀ ରେ ମୃତଦେହ , ପୋଲିସର ତନାଘନା

ଭୁବନେଶ୍ବର:୩୦/୧୧-  ବନ୍ଦ କୋଠରୀ ଭିତରେ ଜଣେ ଯୁବକର ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ଏହି ଘଟଣା ଘଟିଛି ନୟାଗଡ ବୈାଦ୍ଧ ସୁଧାସାହିରେ । କୋଠରିରୁ ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର ଦେଲେ ଲୋକ । କବାଟ ଭାଙ୍ଗି ଉଦ୍ଧାର ହେଲା ମୃତଦେହ । ଯୁବକ ଜଣଙ୍କ ବୌଦ୍ଧ ସୁଧାସାହିର ଉମାକାନ୍ତ ମେହର ।  ମୃତ୍ୟୁର କାରଣ ଅସ୍ପଷ୍ଟ, ଥିବା ବେଳେ  ପୋଲିସ ତଦନ୍ତ ଜାରିରଖିଥିବା ଜଣାପଡିଛି ।

ଜଳିଗଲା ପ୍ଲାଷ୍ଟିକ ଦୋକାନ

ଭୁବନେଶ୍ବର :୩୦/୧୧-  କଟକର ମଙ୍ଗଳାବାଗ ସ୍ଥିତ ଏକ ପ୍ଲାଷ୍ଟିକ ଦୋକାନରେ ଶନିବାର ଦିନ ଭୟାବହ  ଅଗ୍ନିକାଣ୍ଡ ହୋଇଛି।ନିଆଁରେ ଲକ୍ଷାଧିକ ଜିନିଷ ପୋଡି ପାଉଁସ ହୋଇଥିବା ଜଣାପଡିଛି ।ଏହି ନିଆଁ  କେମିତି ଲାଗିଲା  ଜଣାପଡିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।ତେବେ ଏହି ନିଆଁ ପ୍ରଥମ କୋଠାରେ ଥିବା ପ୍ଲାଷ୍ଟିକ ଦୋକାନରେ ଲାଗିବା ପରେ ଆଖି ପିଛୁଳାକେ କୋଠାର ଅନ୍ୟ ଅଂଶକୁ ବ୍ୟାପିଯାଇଥିଲା।ଏହି କୋଠାରେ ଆନ୍ଧ୍ର ବ୍ୟାଙ୍କ […]

ଭୋଜି ହେଲା କାଳ

ଭୁବନେଶ୍ବର:୩୦/୧୧- ଭୋଜି ଖାଇବା ଜଣେ ବ୍ୟକ୍ତି ପାଇଁ କାଳ ସାଜିଛି । ସାଙ୍ଗ ହୋଇ ଭୋଜି ଖାଇବା ଓ ତା ସାଙ୍ଗରେ ମଦ୍ୟପାନ । ପରେ କୈାଣସି ଘଟଣାକୁ ନେଇ ଯୁକ୍ତିତର୍କ ତାପରେ ମାରପିଟ ।ଏହି ମାରପିଟ ରେ ଜଣକ ଜୀବନ ଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି   ନୟାଗଡ଼ ଓଡ଼ଗାଁ ଥାନା ବାହାଡ଼ଝୋଲା ଭଟ୍ଟସାହିରେ ।ଗତ କାଲି ବିଳମ୍ବିତ ରାତିରେ   ଭୋଜି ବେଳେ ମଦପିଇ ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା  । […]

କେମିତି କଟିବ ଆଜିର ଦିନ

୩୦ ନଭେମ୍ବର, ଶନିବାର : ଆଜିର ରାଶିଫଳ. ମେଷ : ଆଜି ଆପଣ ଆଲସ୍ୟ ଏବଂ ବ୍ୟଗ୍ର ଅନୁଭବ କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା କାମ ବିଗିଡ଼ି ପାରେ। ଚାକିରି, ବ୍ୟାପାର କିମ୍ବା ଘରେ କାହାକୁ ଦୁଃଖ ଯେପରି ନ ପହଁଞ୍ଚିବ ଏହାର ଧ୍ୟାନ ରଖିବେ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ ଯିବାକୁ ହୋଇପାରେ। ପାରିବାରିକ ଜୀବନ ସୁଖମୟ ରହିବ। ହଜିଯାଇଥିବା କୌଣସି ବସ୍ତୁ ଆଜି ମିଳିବାର ସମ୍ଭାବନା ଅଧିକ ଅଟେ। ନିଜର […]

ପୁଣି ମଲା ଆନ୍ନାକୋଣ୍ଡା

ଭୁବନେଶ୍ୱର,୩୦/୧୧-  କେମିତି ମଲା ହଳଦିଆ ଆନ୍ନାକୋଣ୍ଡା ଓ ଏହା ପାଇ ଉତରଦାୟୀ କିଏ ହେବ ।ତିନିଦିନ ମଧ୍ୟରେ ଦୁଇଟି ଆନ୍ନାକୋଣ୍ଡା ମୃତ୍ୟୁ ନନ୍ଦନକାନନ ପାଇ ଚିନ୍ତାର କାରଣ ସାଜିଛି । ଜୀବଉଦ୍ୟାନ ନନ୍ଦନକାନନରେ ଶନିବାର ସକାଳେ ଏକ ଆନ୍ନାକୋଣ୍ଡା ମୃତ୍ୟୁବରଣ କରିଥିବାର କର୍ମଚାରୀମାନେ ଏନକ୍ଳୋଜର ସଫା କରିବାବେଳେ ଜାଣିବାକୁ ପାଇଛନ୍ତି । ସରିସୃପଉଦ୍ୟାନର ୪୫କେ ଏନକ୍ଳୋଜରେ ରହୁଥିବା ଆନ୍ନାକୋଣ୍ଡା ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା । ଗତ ୨୮ତାରିଖରେ ଗୋଟିଏ ମୃତ୍ୟୁବରଣ କରିଥିବାବେଳେ ଶନିବାର ଦିନ ଆଉ […]

ରାଜ୍ୟସ୍ତରୀୟ ପାରା ସ୍ପୋର୍ଟସ ମିଟ୍

ଭୁବନେଶ୍ୱର,୨୯/୧୧- ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜର ମୁଳଧାରା ସହ ଯୁକ୍ତକରିବା ଏକ ମୁଖ୍ୟ ବିଷୟ । ଅନେକ ସମୟରେ ସେମାନେ ସମାଜଠାରୁ ଦୁରେଇ ଯାଇଥାନ୍ତି । ସମାଜ ସବୁ ସମୟରେ ସାମାଜିକ,ରାଜନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ସେମାନଙ୍କୁ ମୁଖ୍ୟ ସମାଜରେ ସାମିଲ କରିବା ନିମନ୍ତେ ପଦକ୍ଷପ ନେବା ଆବଶ୍ୟକ । ଭି୍ନ୍ନକ୍ଷମ ବ୍ୟକ୍ତିମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷରେ ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ପାରା […]

ହରଡଘଣାରେ ମଦ ବେପାରି

ଭୁବନେଶ୍ବର:୨୯/୧୧- କଥାରେ ଅଛି ଅଧିକ ଲୋଭ କରିବା ମୃତ୍ୟୁ ସଦୃଶ୍ୟ ହୋଇଥାଏ । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳର ଜଣେ ମଦ ବେପାରି ଠାରେ । କାରଣ ଅଧିକ ବେପାର କରି ପ୍ରଚୁର ଲାଭ ପାଇବା ଚକରରେ ହରଡଘଣାରେ ପଡିଛନ୍ତି ମଦ ବେପାରୀ । ନିଜ ଆୟତ ଅନୁଯାୟୀ  ଅଧିକ ମଦ ରଖିବା ମଦ ବେପାରୀକୁ କାଳ ସାଜିଛି । ଶେଷରେ ବେପାରିକୁ ଥାନାର ଦ୍ବାରସ୍ଥ ମଧ୍ୟ ହେବାକୁ ପଡିଛି । ମିଳିଥିବା […]

ବ୍ୟାଙ୍କ ରେ ଫୁଟିଲା ଗୁଳି

ଭୁବନେଶ୍ବର:୨୯/୧୧- ବ୍ୟାଙ୍କରେ ଫୁଟିଲା ଗୁଳି ।  ସେ ପୁଣି ବ୍ୟାଙ୍କର ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକରୁ । ଏହି ଗୁଳିରେ ଜଣେ ଗ୍ରାହକ ଆହତ ହୋଇଥିବା ସୂଚନାମିଳିଛି ।  ଗ୍ରାହକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।  ପ୍ରକାସ ଯେ ,  ପୁରୀ ଜିଲ୍ଲା କୁମୁଟିସାହି ଛକ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ସିକ୍ୟୁରିଟି ଗାର୍ଡ ଭାବେ ଏ.କେ ମହାପାତ୍ର କାମ କରନ୍ତି । ଏହି ବ୍ରାଞ୍ଚକୁ   ପଶ୍ଚିମବଙ୍ଗର ମୋନାନ […]

କମିଲା ମୋ ବସ ଭଡା , ଆସନ୍ତା ପହିଲା ରୁ ଲାଗୁ

ଭୁବନେଶ୍ବର: ୨୯/୧୧-ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର। ଡିସେମ୍ବର ୧ ରୁ  ମୋ ବସ୍ ଭଡା କମ୍ କରାଯାଇଛି । ମୋ ବସ୍ ପକ୍ଷରୁ ଚାଲୁଥିବା ସମସ୍ତ ଶୀତତାପ ନିୟନ୍ତ୍ରିତ ବସ୍(ଏସି) ର ଭଡା ଡିସେମ୍ବର ୧ରୁ ଜାନୁଆରି ୩୧ ଯାଏଁ  କମାଯିବା ନେଇ କ୍ରୁଟ( କ୍ୟାପିଟାଲ ରିଜିନ୍ ଅରବାନ ଟ୍ରାନ୍ସପୋର୍ଟ) ପକ୍ଷରୁ ସୂଚନା ଦିଆଯାଇଛି।ପ୍ରଥମ ୨ କିମି ପାଇଁ ଆଗରୁ ୮ଟଙ୍କା ପରିବର୍ତ୍ତେ ୫ ଟଙ୍କା ନିଆଯିବ ବୋଲି ସୂଚନାମିଳିଛି।  ଏସି ବସର ଭଡା […]