ହରଡଘଣାରେ ମଦ ବେପାରି

ଭୁବନେଶ୍ବର:୨୯/୧୧- କଥାରେ ଅଛି ଅଧିକ ଲୋଭ କରିବା ମୃତ୍ୟୁ ସଦୃଶ୍ୟ ହୋଇଥାଏ । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳର ଜଣେ ମଦ ବେପାରି ଠାରେ । କାରଣ ଅଧିକ ବେପାର କରି ପ୍ରଚୁର ଲାଭ ପାଇବା ଚକରରେ ହରଡଘଣାରେ ପଡିଛନ୍ତି ମଦ ବେପାରୀ । ନିଜ ଆୟତ ଅନୁଯାୟୀ  ଅଧିକ ମଦ ରଖିବା ମଦ ବେପାରୀକୁ କାଳ ସାଜିଛି । ଶେଷରେ ବେପାରିକୁ ଥାନାର ଦ୍ବାରସ୍ଥ ମଧ୍ୟ ହେବାକୁ ପଡିଛି ।

ମିଳିଥିବା ସୁଚନା ଅନୁଯାୟୀ ,  ବାରଙ୍ଗ ଉପର ବଜାରରେ ରହିଛି ଠିପି ବନ୍ଦ ବିଦେଶି ମଦ ଦୋକାନ । ଏହି ମଦ ଦୋକାନରେ ପ୍ରତିଦିନ ଭିଡ ଜମୁଥିବା ବେଳେ ଏଠାରେ ସରକାରୀ ନିୟମ ବର୍ହିଭୂତ ବିଭିନ୍ନ କମ୍ପାନୀର ବ୍ରାଣ୍ଡ ମଦ ବିକ୍ରି କରାଯିବା ସହ ନିଜ ଆୟତ ଅନୁଯାୟୀ ତାଠାରୁ ଅଧିକ ପରିମାଣର ମଦ ଗଛିତ ରଖାଯାଉଥିବାର ଅଭିଯୋଗ ହେଇଆସୁଥିଲା । ଏହି ଆଧାରରେ ଜୋନ ଏସିପି ଏସ୍ ଆର ମଲ୍ଲିକ ଙ୍କ ନେତୃତ୍ବରେ ବାରଙ୍ଗ ପୋଲିସ ଶୁକ୍ରବାର ସନ୍ଧ୍ୟା ସମୟରେ ଏହି ମଦ ଦୋକାନରେ ଚଢଉ କରି ମଦ ଜବତ କରି ଥାନାକୁ ଆଣିବା ସହ ଦୋକାନରେ ତାଲା ପକାଇଥିବା ଜଣାପଡିଛି । ଏବଂ ଦୋକାନି ମାଲିକକୁ ଥାନାକୁ ଆଣି ଦୋକାନର କାଗଜ ପତ୍ର ଯାଞ୍ଚ କରିବା ସହ  ପଚରାଉଚରା କରୁଥିବା ଜଣାପଡିଛି ।

Comments (0)
Add Comment