Browsing monthly archive

April 2020

୦୪ ଏପ୍ରିଲ, ଶନିବାର, ଜାଣନ୍ତୁ ଆପଣଙ୍କର ରାଶିଫଳ.

ମେଷ : ଆଜି ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ଜୀବନରେ ପ୍ରେମ ଏବଂ ଆନନ୍ଦ ବଢ଼ିବ। ସାମାଜରେ ଆପଣଙ୍କୁ ଯଶ-କୀର୍ତ୍ତି ମିଳିବ। ବ୍ୟାପାରରେ ଲାଭ ହେବ। ପର‌୍ୟ୍ୟଟନର ଆୟୋଜନ ଆପଣ କରିବେ। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଶରୀରରେ ଫୁର୍ତ୍ତିର ଅଭାବ ରହିପାରେ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଂଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥ ଯାତ୍ରା କରିପାରନ୍ତି। ଚାକିରି, […]

ଓଡିଶାରେ କାୟା ମେଲାଉଛି କରୋନା:ଗୋଟିଏ ଦିନରେ ୧୫ ପଜିଟିପ୍ ଚିହ୍ନଟ

ଭୁବନେଶ୍ୱର,୩/୪(ଏସ୍‌ଏସ୍‌ନିୟୁଜ)ଓଡିଶାରେ କାୟା ମେଲାଉଛି କରୋନା !  ଭୁବନେଶ୍ୱରରେ ବମିଖାଲରେ ଗୋଟିଏ ଦିନରେ  ୩ କରୋନା ପଜିଟିଭ  ଚିହ୍ନଟହୋଇଥିବା ବେଳେ କଟକରେ ୧ କରୋନା ପଜିଟିପ୍ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା ମିଳିଥିଲା । ,୩ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ହୋଇଛି । ହେଲେ ଆଜି ରାତିରେ ପୁଣି ୧୧ଜଣ କରୋନା ରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟବିଭଗ ପକ୍ଷରୁ ସୂଚନା ମିଳିବା ପରେ ଓଡିଶାବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି । ଗୋଟିଏ ଦିନରେ ୧୫ ଜଣ […]

ଭୁବନେଶ୍ୱରରେ ଅଉ ୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩/୪(ଏସ୍‌ଏସ୍‌ନିୟୁଜ) ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ବମିଖାଲରେ ୩ ପଜିଟିଭ ଚିହ୍ନଟହୋଇଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା,୩ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ହୋଇଛି । ଆଜି ଦିନକରେ ମୋଟ ୪ଟି ପଜିଟିଭ ଚିହ୍ନଟ ହୋଇଛି । ଭୁବନେଶ୍ୱରରେ କାୟା ମେଲାଉଛି କରୋନା ,ଗେଟିଏ ଦିନରେ ୪ପଜିଟିଭ । ଗତ ୨୪ଘଂଟାରେ ଦିଲ୍ଲୀରେ ୯୧,ସାରା ଦେଶରେ ସଂକ୍ରମିତ ହୋଇଛନ୍ତି ୩୮୪ଜଣ ।ସେଥିମଧ୍ୟରୁ ଗୋଟିଏଦିନରେ ୧୨ମୃତବରଣ କରିଥିବାର ଜଚ୍ଚାପଡିଛି ।

ଷଷ୍ଠକରୋନା ପଜେଟିଭ୍ ଚିହ୍ନଟ,କଟକ ବି ସଟଡାଊନ

ଭୁବନେଶ୍ୱର,୩/୪(ଏସଏସନିୟୁଜ) ରାଜ୍ୟରେ ଛଅ ନମ୍ବର କରୋନା ପଜେଟିଭ୍ ଚିହ୍ନଟ ହୋଇଛି । ସେ କଟକର ବୋଲି ଜଣାପଡିଛି । ଆକ୍ରାନ୍ତ ଜଣଙ୍କ ଦିଲ୍ଲୀରୁ ଫେରିଥିବାର ଟୁଇଟ୍ କରି ସୁଚନା ଦେଇଛନ୍ତି ପରିବାରକଲ୍ୟାଣ ବିଭାଗ ।କଟକରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ପରେ ମୁଖ୍ୟ ଶାସନ ସଚିବ ଙ୍କ ସୂଚନା , ଭୁବନେଶ୍ବର୍ , ଭଦ୍ରକ ସହ କଟକରେ ବି ଲାଗୁ ହେବ ୪୮ ଘଣ୍ଟିଆ ସମ୍ପୁର୍ଣ୍ଣ ସଟ୍‌ଡାଉନ୍‌ ।

ପୁଣି ରାଜଧାନୀରେ କଫ୍ୟୁ ଜାରି

ଭୁବନେଶ୍ୱର,୩/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱର ଏବଂ ଭଦ୍ରକ ସହରକୁ ୪୮ଘଂଟା ପାଇଁ ସମ୍ପୁର୍ଣ ବନ୍ଦ କରିଛନ୍ତି ରାଜ୍ୟସରକାର ।ଭୁବନେଶ୍ୱର ସମ୍ପୁର୍ଣ ଭାବେ ସଟ୍‌ଡାଉନ ହୋଇଯାଇଛି ।ଏହି ନିୟମ ଶୁକ୍ରବରାରାତି୮ଟାରୁ ଆସନ୍ତାରବିବାର ରାତି୮ଟା ପର୍ଯ୍ୟନ୍ତ ଲାଗୁହେବ ।ଭୁବନେଶ୍ୱରର ୪ଜଣ ଓ ଭଦ୍ରକର ଜଣେ କରୋନା ଭୁତାଣୁ ରେ ସଂକ୍ରାମିତ ହେବାପରେ ଏହାର ଚେନ୍ କୁଭାଙ୍ଗିବାପାଇଁ ରାଜ୍ୟସରକାର ଏଭଳି ଗୁରୁତ୍ୱପୁର୍ଣ ନିଷ୍ପତି ନେଇଥିବାର ମୁଖ୍ୟଶାସନସଚିବ ଜରୁରୀ ସାମ୍ବାଦିକ ସମ୍ମୀଳନୀ ଡକାଇ ଶୁକ୍ରବାରଦିନ ଏହା କହିଛନ୍ତି ।ଏହି ୪୮ଘଂଟା ଏକପ୍ରକାର କଫ୍ୟୁ ବୋଲି […]

ସଚେତନ କଲେ ଓ ଲାଇଫବୟ ବାଂଟିଲେ ସାଗରିକା

ବାରଙ୍ଗ,୨/୪(ଏସ୍‌ଏସ୍‌ନିୟୁଜ) ଗାଁକଲ୍ୟାଣ ସମିତି ପକ୍ଷରୁ ବଡବାଲିପଡା ଓ ସାନବାଲିପଡା ଗ୍ରାମରେ ବଂଟାଗଲା ଲାଇଫ୍‌ବୟସାବୁନ । ଅଙ୍ଗନବାଡି କର୍ମୀ ସାଗରିକା ନାୟକ ଘରେଘରେ ବୁଲି ତାଙ୍କ ସହକର୍ମିକୁ ସାଙ୍ଗରେ ଧରି ସାବୁନ ବାଂଟିବା କାମରେ ଲାଗିଛନ୍ତି ।ଗାଁକଲ୍ୟାଣ ସମିତି ଅର୍ଥର ବିନିଯୋଗରେ ଓାର୍ଡମେମ୍ବର ସହ ଆଶାକର୍ମୀମାନଙ୍କ ସହାୟତାରେ ଏହାକୁ ବାଂଟଛନ୍ତି । ଏଥିସହିତ ହାତଧୋଇବାର ଆବଶ୍ୟକତାଉପରେ ଲୋକମାନଙ୍କୁ ବିଝାଇଛନ୍ତି ।ସରକାରଙ୍କ ପକ୍ଷରୁ କରାଯାଇଥିବା ଗାଇଡଲାଇନ କୁ ପାଳନ କରି ଘରେ ରହିଲେ ନିରାପଦରେ ରହିବା ବିଷୟରେ ମଧ୍ୟ ବୁଝାଇଥିଲେ […]

ସଂକ୍ଷେପରେ ଆଜିର ଖବର – (୦୩/୦୪/୨୦) ଶୁକ୍ରବାର

୧-ତାଲାବନ୍ଦ: ଆଜି ସକାଳ ୯ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ଦେଶରେ କରୋନା ସ୍ଥିତି ନେଇ ଭିଡିଓ ବାର୍ତ୍ତାରେ କ’ଣ କହିବେ ମୋଦି, ତାହା ଉପରେ ସଭିଙ୍କ ନଜର। ୨-ରାଜ୍ୟରେ ୯୦୦ ନମୂନା ପରୀକ୍ଷାରୁ ୫ ଜଣଙ୍କ ଠାରେ କରୋନା ପଜିଟିଭ୍ । ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ପଞ୍ଚମ ଆକ୍ରାନ୍ତ । ସରକାର କହିଲେ, ଲକ୍ଷଣ ଦେଖାଗଲେ ନଲୁଚାଇ ତୁରନ୍ତ ୧୦୪କୁ କରନ୍ତୁ ଫୋନ୍ । ୩-ରାଜ୍ୟ ପାଣିପାଗ : ତାତିର ଡର ସାଙ୍ଗକୁ କାଳବୈଶାଖୀର […]

ଡାକ୍ତରଖାନାରୁ ଡିସଚାର୍ଜ ହେଲେ ପ୍ରଥମ କରୋନା ସଂକ୍ରମିତ

ଭୁବନେଶ୍ୱର: ୩/୪(ଏସଏସନିୟୁଜ) ରାଜ୍ୟବାସୀଙ୍କ ପାଇଁ ଖୁସିର ଖବର । ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ମେଡାକାଲରୁ ଡିସଚାର୍ଜ କରାଯାଇଛି । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରୁ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଡିସଚାର୍ଜ କରାଯାଇଛି । ତାଙ୍କର ସ୍ବାବ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦିଆଯାଇଛି । ଗତ ବୁଧବାର ରାତିରେ ଦ୍ବିତୀୟକରୋନା ରୋଗୀଙ୍କୁ ଡିସଚାର୍ଜ କରାଯାଇଥିବାବେଳେ ରାଜ୍ୟର ୩ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଟ୍ବିଟ୍ ଜରିଆରେ ରାଜ୍ୟ […]

ପ୍ରସନ୍ନଙ୍କ ପ୍ରଶଂସନୀୟ କାର୍ଯ୍ୟ , ପୁଅକୁ ସାଙ୍ଗରେ ଧରି ପଶୁପକ୍ଷୀଙ୍କୁ ଖାଇବାକୁ ଦେଲେ ଖାଦ୍ୟ

ବାରଙ୍ଗ,୨/୪(ଏସଏସନିୟୁଜ)ଲକ୍‌ଡାଉନ ସମୟରେ ପଶୁପକ୍ଷୀମାନଙ୍କ ଦୁର୍ଦ୍ଦଶା ବଢିଯାଇଛି । ଦେବାଳୟ, ତିର୍ଥସ୍ଥାନ, ପର୍ଯ୍ୟଟନସ୍ଥଳୀ ସାଙ୍ଗକୁ ଦୋକାନ ବଜାର ବନ୍ଦ ରହିବାରୁ ବୁଲା ଗୋରୁଗାଇ,କୁୁକୁର,ମାଙ୍କଡ ଆଦି ଖାଇବାକୁ ନପାଇ ବହୁ କଷ୍ଟରେ ଦିନ କାଟୁଛନ୍ତି ।ଏହାସହ ଖଟିକିଆ ଓ ଦିନମଜୁରିଆମାନେ ମଧ୍ୟ ସମଦଶା ଭୋଗୁଛନ୍ତି ।ଗରିବ ଲୋକମାନଙ୍କ ପାଇଁ ସରକାର ରନ୍ଧାଖାଦ୍ୟ ପ୍ରଦାନ କରିବାକୁ ପଂଚାୟତସ୍ତରରେ ବ୍ୟବସ୍ଥା କରିଛନ୍ତି । ଏହିସମୟରେ ଦେବଦୁତ ସାଜି କିଛି ସ୍ୱେଛାସେବୀମାନେ ଘରୁ ବାହାରି ଗରିବ ଲୋକମାନଙ୍କ ସହ ବୁଲାଗୋରୁଗାଇ,କୁକୁର,ମାଙ୍କଡମାନଙ୍କୁ ଖାଇବାକୁ ଦେଉଥିବାର ଦେଖିବାକୁ […]

କରୋନା ପଜେଟିଭ୍‌ଙ୍କ ପରିଚୟ ପ୍ରଦାନ କଲେ ସରକାର

ଭୁବନେଶ୍ୱର,୨/୪(ଏସଏସନିୟୁଜ)ରାଜ୍ୟସରକାର ପ୍ରଥମ କରି  କରୋନା ଭାଇରସରେ ଆକ୍ରାଂନ୍ତ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ପ୍ରଦାନ କରିଛନ୍ତି  । ଏନେଇ ଭୁବନେଶ୍ୱର ମହାନଗର କମିଶନର ପ୍ରେମ୍‌ଚାନ୍ଦ ଚୈାଧୁରୀ ପ୍ରକାଶ କରିଛନ୍ତି ।ଜନହିତ ପାଇଁ ଏହା ଜାଣିବା ନିହାତି ୍‌ଜରୁରୀବୋଲି ସେ କହିଛନ୍ତି । ତେବେ ୫ମ କରୋନା ପଜେଟିଭ ବ୍ୟକ୍ତିଙ୍କ ପରିଚୟ ପ୍ରଥମଥରପାଇଁ ପ୍ରଦାନ କରିଛନ୍ତି । ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରଦିପ୍ତ ଦଳବେହେରା,ତାଙ୍କ ଘର ସୁର୍ଯ୍ୟନଗର ,ପ୍ଲଟନଂ-୩୭,ୟୁନିଟ-୭ବୋଲି ବିଏମସି ସୁଚନା ପ୍ରଦାନ କରିଛି ।ଏହାସହ ସେ ରାଜ୍ୟବାହାରକୁ କିମ୍ବା […]