Browsing monthly archive

April 2021

ସିଲ କଲା ବିଏମସି

ଭୁବନେଶ୍ୱର, ୨୯/୪(ଏସଏସନିୟୁଜ) ଆଜି ବିଏମସି ପକ୍ଷରୁ ଭୁବନେଶ୍ୱର ସବ୍ କଲେକ୍ଟର କାର୍ଯ୍ୟାଳୟ, ଭୁବନେଶ୍ୱର ତହସିଲଦାରଙ୍କ କାର୍ଯ୍ୟାଳୟ, ଖଣ୍ଡଗିରି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ , ଭୁବନେଶ୍ୱର ଜିଲ୍ଲା-ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ କୁ ସାତ ଦିନ ପାଇଁ ସିଲ୍ କରାଯାଇଛି ।ସେହିଭଳିଭାବେ ଖାରବେଳନଗର ଶ୍ରୀୟା ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ୪ ଦିନ ପାଇଁ ସିଲ୍ କରିଛି । ଆଜିଠାରୁ ମେ’ ୨ ପର‌୍ୟ୍ୟନ୍ତ ୪ ଦିନ ପାଇଁ ବ୍ୟାଙ୍କକୁ ସିଲ୍ କରିଛି ବିଏମସି ।ଏହି ବ୍ୟାଙ୍କରେ […]

କରୋନାରେ ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୪(ସତ୍ୟସନ୍ଧାନଡେସ୍କ) କରୋନାରେ ଆକ୍ରାନ୍ତ ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତାଙ୍କର କୋଭିଡର କୌଣସି ଲକ୍ଷଣ ନଥିବାବେଳେ ପରୀକ୍ଷା କରିବା ପରେ ପଜିଟିଭ ଆସିଛି । ସେ ଏବେ ଠିକ୍ ଥିବା ବେଳେ କୋଭିଡ ନିୟମ ପାଳନ ପୂର୍ବବ ଆଇସୋଲେସନରେ ରହି ନିଜର କାର୍ଯ୍ୟ କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କୋଭିଡ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି । ଗୋଟିଏ ଦିନ ପୂର୍ବର ଅଶୋକ ଗେହଲଟଙ୍କ […]

ଆଜି ପଶ୍ଚିମବଙ୍ଗରେ ଅନ୍ତିମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର,୨୯/୪(ସତ୍ୟସନ୍ଧାନଡେସ୍କ) ସମଗ୍ର ଦେଶରେ କରୋନା ଭାଇରସ୍ ଭୟାବହତା ଦେଖାଦେଇଥିବାବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଅଷ୍ଟମ ତଥା ଅନ୍ତିମ ପର‌୍ୟ୍ୟାୟ ଭୋଟ୍ ଚାଲିଛି । ଅଷ୍ଟମ ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର ୧୧ ଆସନ, ମୁଶିଦାବାଦର ୧୧ ଆସନ, କୋଲକତା ଦକ୍ଷିଣର ୭ ଆସନ ଆଦି ୩୫ ଟି ସିଟ୍ ପାଇଁ ଗୁରୁବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର ।୧୧,୮୬୦ ମତଦାନ କେନ୍ଦ୍ରରେ ୩୫ […]

୨୪ ଘଣ୍ଟାରେ ୬୯୯୮ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର, ୨୯/୪ (ଏସଏସନିୟୁଜ)ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କମଧ୍ୟରେ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୩୨୫, ବାଲେଶ୍ୱରରୁ ୯୭ଜଣ , କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ଦେବଗଡ଼ରୁ ୭୪ ଜଣ, ରାୟଗଡ଼ାରୁ ୧୮୧, ନୂଆପଡ଼ାରୁ ୪୨୦ ଜଣ,ଝାରସୁଗୁଡ଼ାରୁ ୩୯୬, ଯାଜପୁରରୁ ୨୨୬, ବରଗଡ଼ରୁ ୩୩୦, ସମ୍ବଲପୁରରୁ […]

ଆଜିର ରାଶିଫଳ

ଏପ୍ରିଲ ମାସ ୨୯ ତାରିଖ ୨୦୨୧ ମସିହା(ଗୁରୁବାର)ବୈଶାଖ ମାସ-କୃଷ୍ଣପକ୍ଷ,ତିଥି-ତୃତୀୟା ,ତୁଳା ଓ କୁମ୍ଭ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଟଳ ଭକ୍ଷଣ ନିଷେଧ । ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ […]

ଆଜିର ଅନୁଚିନ୍ତା

➡️ ଗୋଟିଏ ବାସ୍ତବ କଥା,,,ଟଙ୍କା ପାଖରେ ଥିଲେ ସମସ୍ତେ ତୁମକୁ ସମୟ ଦେବେ,, ଆଉ ଟଙ୍କା ପାଖରେ ନ ଥିଲେ ସମସ୍ତେ ତୁମକୁ ଅବହେଳା କରିବେ । ➡️ଆଜିର ଦୁନିଆରେ ମିଛ କହୁଥିବା ଲୋକକୁ ସମସ୍ତେ ପସନ୍ଦ କରନ୍ତି କିନ୍ତୁ ସତ କହୁଥିବା ଲୋକଠାରୁ ସମ୍ପର୍କ ଭାଙ୍ଗି ଦୂରେଇ ଯାଆନ୍ତି । ➡️ ଯିଏ ବେଶୀ କଥା କହି ବାହାଦୁରି ମାରେ ସେ କିଛି କରି ପାରେନା, କାରଣ ଖାଲି ଥିବା ମାଠିଆ ଅଧିକ ଆବାଜ କରିଥାଏ […]

ଧରାହେଲେ ୩ଯୁବକ,ଜବତହେଲା ଗୁଳିଭର୍ତ୍ତି ପିସ୍ତଲ

କଟକ୨୮/୪(ଏସଏସନିୟୁଜ) ଜଗତପୁର ଥାନାପୋଲିସ ମଙ୍ଗଳବାର ଅପରାହ୍ନରେ ବାରବାଡିଆ କେନାଲ ବନ୍ଧରୁ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ , ସେମାନଙ୍କ ନିକଟରୁ ଗୋଟିଏ ଗୁଳିଭର୍ତ୍ତି ନାଇନ୍ ଏମ୍ ଏମ୍ ପିସ୍ତଲ ଜବତ କରି ଏକ ମାମଲା ରୁଜୁ କରି ବୁଧବାର ଦିନ କୋର୍ଟ ଚାଲାଣ କରିଛି । ମଙ୍ଗଳବାର ଅପରାହ୍ନରେ ତିନି ଜଣ ଅସାମାଜିକ ଯୁବକ, ବାରବାଡିଆ କେନାଲ ବନ୍ଧ ଉପରେ ପିସ୍ତଲ ଧରି ବୁଲୁଥିବାର କୈାଣସିସୁତ୍ରୁ ଖବରପାଇ ପାଗା ଫାଣ୍ଡି ପୋଲିସ ଜଗତପୁର ଥାନାର […]

କୋଭିଡ୍ ସଂକ୍ରମଣ – ଭୁବନେଶ୍ୱରରେ ଟପିଲା ହଜାରେ

ଭୁବନେଶ୍ୱର,୨୮/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରରେ ହଜାରେ ଟପିଛି କରୋନାଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୧୯ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ଏହି ନୁଆଆକ୍ରାନ୍ତଙ୍କ ମଧ୍ୟରେ ଝାରପଡା, ପୁରୁଣା ଭୁବନେଶ୍ୱର, ଗଜପତି ନଗର, ବିଜେବି ନଗର, ବଡଗଡ, ଚନ୍ଦ୍ରଶେଖରପୁର ,ଡୁମୁଡୁମା , ଖଣ୍ଡଗିରି, କଳ୍ପନା, ମଂଚେଶ୍ୱର, ନୟାପଲ୍ଲୀ ଓ ବରମୁଣ୍ଡା ଅଂଚଳ ର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । […]

ଭୁବନେଶ୍ୱର ମାର୍କେଟ ବିଲଡିଂ ଓ ଭିଏସଏସ ନଗର ହାଟ ସିଲ୍

ଭୁବନେଶ୍ୱର, ୨୮/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲଥିବାବେଳେ ବ୍ୟବସାୟ ପ୍ରତଷ୍ଠାନମାନଙ୍କରେ କୋଭିଡନୀୟମ ଅନୁପାଳନ ହେଉନଥିବାରୁ ବିଏମସି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।ଆଜି ଭୁବନେଶ୍ୱର ୨ ନମ୍ବର ମାର୍କେଟ ବିଲଡିଂ ସହ ଭିଏସଏସ ନଗର ହାଟକୁ ସିଲ କରିଛି ପ୍ରଶାସନ । ମାର୍କେଟ ବିଲଡିଂ ସହ ଭିଏସଏସ ନଗର ହାଟକୁ ୪୮ ଘଣ୍ଟା ପାଇଁ ସିଲ୍ କରାଯାଇଛି । ଭୁବନେଶ୍ୱରର ସଂକ୍ରମଣ ସଂଖ୍ୟା ବଢୁଥିବାରୁ ବିଏମସି ଏପରି ଆଗୁଆ ପଦକ୍ଷେପ ନେଉଥିବାର […]

ଆଜି ରାଜ୍ୟରେ ସଂକ୍ରମଣ ୮ ହଜାର ଟପିଲା, ୧୦ମୃତ

ଭୁବନେଶ୍ୱର,୨୮/୪(ଏସଏସନିୟୁଜ)ପୁଣି ଚନ୍ତାବଢାଇଲାଣି କରୋନା ।ଗତକିଚିଦିନ ହେବ ୬ହଜାରେ ରେ ରହିଥିବାବେଳେ ଏବେ ୮ହାଜରେକୁ ବୃଦ୍ଧିପାଲାଣି । ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୦୫ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ରୁ ଆଜି ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, , ଅନୁଗୁଳରୁ ୩୪୭, ଷ୍ଟେଟ୍ ପୁଲ୍‌ରୁରୁ ୩୪୮, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ […]