ସିଲ କଲା ବିଏମସି

ଭୁବନେଶ୍ୱର, ୨୯/୪(ଏସଏସନିୟୁଜ) ଆଜି ବିଏମସି ପକ୍ଷରୁ ଭୁବନେଶ୍ୱର ସବ୍ କଲେକ୍ଟର କାର୍ଯ୍ୟାଳୟ, ଭୁବନେଶ୍ୱର ତହସିଲଦାରଙ୍କ କାର୍ଯ୍ୟାଳୟ, ଖଣ୍ଡଗିରି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ , ଭୁବନେଶ୍ୱର ଜିଲ୍ଲା-ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ କୁ ସାତ ଦିନ ପାଇଁ ସିଲ୍ କରାଯାଇଛି ।ସେହିଭଳିଭାବେ ଖାରବେଳନଗର ଶ୍ରୀୟା ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ୪ ଦିନ ପାଇଁ ସିଲ୍ କରିଛି । ଆଜିଠାରୁ ମେ’ ୨ ପର‌୍ୟ୍ୟନ୍ତ ୪ ଦିନ ପାଇଁ ବ୍ୟାଙ୍କକୁ ସିଲ୍ କରିଛି ବିଏମସି ।ଏହି ବ୍ୟାଙ୍କରେ କିଛି କର୍ମଚାରୀଙ୍କ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହଳି ପଦକ୍ଷପ ନିଆଯାଇଛି ।କାର୍ଯ୍ୟାଳୟକୁ ସାଧାରଣ ପ୍ରବେଶକୁ ବାରଣ କରାଯାଇଥିବାବେଳେ କର୍ମଚାରୀମାନେ ହୋମ ଆଇସୋଲେସନରେ ରହିବାକୁ କୁହାଯାଇଛି ।

Comments (0)
Add Comment