କରୋନାରେ ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୪(ସତ୍ୟସନ୍ଧାନଡେସ୍କ) କରୋନାରେ ଆକ୍ରାନ୍ତ ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତାଙ୍କର କୋଭିଡର କୌଣସି ଲକ୍ଷଣ ନଥିବାବେଳେ ପରୀକ୍ଷା କରିବା ପରେ ପଜିଟିଭ ଆସିଛି । ସେ ଏବେ ଠିକ୍ ଥିବା ବେଳେ କୋଭିଡ ନିୟମ ପାଳନ ପୂର୍ବବ ଆଇସୋଲେସନରେ ରହି ନିଜର କାର୍ଯ୍ୟ କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କୋଭିଡ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି । ଗୋଟିଏ ଦିନ ପୂର୍ବର ଅଶୋକ ଗେହଲଟଙ୍କ ପତ୍ନୀ ସୁନୀତା ଗେହଲଟ୍ ଙ୍କ କୋଭିଡ ଟେଷ୍ଟ ପଜିଟିଭ୍ ଆସିଥିଲା ।

Comments (0)
Add Comment