Browsing monthly archive

June 2021

ଆଜିର ରାଶିଫଳ

ଜୁନ ମାସ ୧୧ ତାରିଖ ୨୦୨୧ ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ,ତିଥି-ପ୍ରତିପଦ, ନକ୍ଷତ୍ର- ମୃଗଶିରା ,ମିଥୁନ,,କନ୍ୟା ରାଶିର ଘାତଚନ୍ଦ୍ର,ବିଛା,,ଧନୁ ଓ ମୀନ ରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପାଣିକଖାରୁ , ବୋଇତି କଖାରୁ ଭକ୍ଷଣ ନିଷେଧ ।  ମେଷ:-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। […]

ଆଜିର ଅନୁଚିନ୍ତା

➡️ବୟସରେ କିଏ ବଡ ହୋଇପାରେ କିଏ ସାନ କିନ୍ତୁ ପ୍ରକୃତରେ ବଡ ସେଇ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା ରହିଥାଏ । ➡️ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ ମଣିଷ କୁ ବିଶ୍ୱାସ କରିବା ଉଚିତ କିନ୍ତୁ ତା ପୂର୍ବରୁ ଭଲ ଭାବରେ ବୁଝି ନେବା ଜରୁରୀ ସେ ପ୍ରକୃତରେ ମଣିଷ କି ନୁହେଁ। ➡️ମାଳି ପ୍ରତିଦିନ ଗଛକୁ ପାଣି ଦେଇଥାଏ, କିନ୍ତୁ ଫଳ କେବଳ ଋତୁ ଆସିଲେ […]

ରାବଣ ଚରିତ୍ରରେ ନଜର ଆସିବେ ହ୍ରିତିକ ରୋଶନ

➡️୧-ଏଥର ମଧ୍ୟ ଭକ୍ତଶୁନ୍ୟ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ, ପୁରୀ ଛଡା ଅନ୍ୟ ସ୍ଥାନରେ କେବଳ ନୀତିକାନ୍ତି ପାଇଁ ଅନୁମତି । ଅନ୍ୟ ମନ୍ଦିର ର ସେବାୟତ ଆଣିଲେ ଆପତ୍ତି । ➡️୨-ମୌସୁମୀ ବର୍ଷା ଓ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା। ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଓ ଏହାର ପରିଚାଳନା […]

ଗାଁ ମୁହାଁ ଜଙ୍ଗଲୀ ଜୀବଜନ୍ତୁ,ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ

ବାଙ୍କୀ,୧୦/୬(ଏସ ଏସ ନିୟୁଜ)ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗ୍ରାମରୁ ଏକ ହରିଣକୁ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।ଖରା ହେଉ କିମ୍ବା ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଥିବା ବହୁବାର ଦେଖିବାକୁ ମିଳିଛି।ସୂଚନାନୁସାରେ ଗୁରୁବାର ଅପରାହ୍ନ ୪ ସମୟରେ ଗୋଟିଏ ୨ ବର୍ଷର ଅଣ୍ଡିରା ହରିଣଟି ଖାଦ୍ୟ ଅନ୍ୱେଷଣରେ ବାଟବଣା ହୋଇ ଭଗିପୁର ଗ୍ରାମ ମଧ୍ୟରେ ଫସି ଯାଇଥିଲା।ଏହା ଦେଖି ଗ୍ରାମର କିଛି ଲୋକ ହରିଣ ଟିକୁ ଉଦ୍ଧାର କରି ବନବିଭାଗ […]

ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର,୧୦/୬(ଏସଏସନିୟୁଜ)ଭେଣ୍ଟିଲେଟର ରୁ ବାହାରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ ଏପ୍ରିଲ୍ ୨୦ରେ କୋଭିଡ୍ ଦ୍ୱାରା ଆକାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ପ୍ରଦୀପ୍ତ ନାଏକ ଭେଣ୍ଟିଲେଟରରୁ ବାହାରି ଆଇସିୟୁରେ ଅଛନ୍ତି । ଆସନ୍ତା ୨ରୁ ୩ ଦିନ ଭିତରେ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତରଣ ହେବେ । ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ହେଉଥିବାର ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ। ପ୍ରଥମ ଇକ୍‌ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ। ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନଟି କାର‌୍ୟ୍ୟକ୍ଷମ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଇକ୍‌ମୋ ପରିଚାଳନା ପାଇଁ ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତ କରୁଛି। ଏବେ କେତେକ ଅଧ୍ୟାପକଙ୍କୁ ମେସିନ ପରିଚାଳନା ତାଲିମ ଦିଆଯାଇଛି ବୋଲି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ତେବେ ଇକମୋ ମେସିନ୍ ଲାଗିଲେ […]

ସାବିତ୍ରୀରେ ସ୍ୱାମୀଙ୍କୁ ପଥରରେ ଛେଚି ଗୁରୁତର କଲା ସ୍ତ୍ରୀ

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ସ୍ୱାମୀଙ୍କ ଦୀର୍ଘାୟୂ କାମନା କରି ସାବିତ୍ରୀ ବ୍ରତ ପାଳୁଛି ସ୍ତ୍ରୀ। ପୂଜା କରୁଛି ଓ ଉପବାସ ରହୁଛି। ଆଉ ଦୀର୍ଘାୟୂ ପାଇଁ କାମନା କରୁଛି। ହେଲେ ସେହି ସ୍ତ୍ରୀ ଆଜି ଉଗ୍ରରୂପ ଧାରଣ କରିଛି। ସାମାନ୍ୟ କଳିକୁ କେନ୍ଦ୍ର କରି ସାବିତ୍ରୀରେ ସାତ ଜନମର ସାଥୀଙ୍କୁ ଘରୋଇ କଳିରୁ ପଥରରେ ଛେଚି ଦେଇଛି। ଆଜି ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁର ମୋଟୁ ମୁଣ୍ଡା ଆଜି ସକାଳେ ଘରେ […]

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ବର, ୧୦/୬(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତକାର୍ଯ୍ୟକାରୀ  […]

ରଜ ପାଇଁ କଟକଣା

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା। କୋଭିଡ୍ କଟକଣା ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଦେଲେ ଚେତାବନୀ। କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ସିଲ୍ ହେବା ସହ ଆବଶ୍ୟକ ସ୍ଥଳେ ଦୋକାନୀ ଗିରଫ ମଧ୍ୟ ହେବ ବୋଲି ଚରମବାଣୀ ଶୁଣାଇଲେ କମିଶନର ।ଏହାସହ କୋଭିଡ ନିୟମ ପାଳନ କରିବାକୁ ଟୁଇନ ସିଟିବାସୀଙ୍କୁ ପୋଲିସ କମିଶନରଙ୍କ ଅପିଲ ମଧ୍ୟ କରିଛନ୍ତି ।

ଓଡ଼ିଶା ଛୁଇଁଲା ମୌସୁମୀ ,୧୪ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବର୍ଷ ଆକଳନ ଅନୁସାରେ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷା […]