Browsing daily archive

July 8, 2021

ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୮/୭(ଏସଏସନିୟୁଜ) ଗତକାଲି ମୋଦୀଙ୍କ ମନ୍ତ୍ରିମଣ୍ଡଳ ହୋଇଥିବା ସମ୍ପ୍ରସାରଣରେ ଓଡିଶାରୁ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ବିଭାଗର ଦାୟିତ୍ୱ ଦିଆଯିବାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।ଆଜି ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ୨୦୧୯ରେ ଉଭୟ ବିଜେପି ଓ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ପୂର୍ବତନ ଆଇଏଏସ […]

ଦ୍ୱିତୀୟ ଡୋଜ୍ ନେବା ପରେ ସ୍ୱାମୀମୃତ, ଗୁରୁତର ଅବସ୍ଥାରେ ସ୍ତ୍ରୀ

ନିମାପଡା, ୮/୭(ଏସଏସନିୟୁଜ) ମୁରାରିପୁର ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କର ସ୍ତ୍ରୀ ଦ୍ୱିତୀୟ ଡୋଜ୍ ଟିକା ନେଇଥିଲେ । ଦ୍ୱିତୀୟ ଡୋଜ୍ ନେବା ଦିନ ଦୁଇଜଣ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ।ଜ୍ୱର ନକମିବାରୁ ଭୁବନେଶ୍ୱର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଚିକିତ୍ସା ହେଉଥିଲେ । ତେବେ ବୁଧବାରଦିନ ସ୍ୱାମୀଙ୍କର ମୃତ୍ୟୁ ଘଟିବାରୁ ସତ୍ୟନଗର ଶ୍ମଶାନରେ ପରିବାର ବର୍ଗଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଶବ ସଂସ୍କର କରାଯାଇଥିଲା ।ଏବେ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତକଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ରହିଥିବାର ଜଣାପଡିଛି […]

ଠକିଦେଲେ,ଶେଷରେ ବନ୍ଧାହେଲେ ପୋଲିସବାବୁ

ଯାଜପୁର ,୮/୭(ଏସଏସନିୟୁଜ) ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ପୋଲିସ କର୍ମଚାରୀଜଣଙ୍କ ମନା କରିବାପରେ ଦୁଷ୍କର୍ମ ଭଳି ଅଭିଯୋଗ ଧର୍ମଶାଳା ଥାନାରେ କରିଛନ୍ତି ଜଣେ ମହିଳା । ପୋଲିସ ଉଭୟଙ୍କୁ ଡାକ୍ତରୀମାଇନା କରିବାପରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଓଏପିଏଫ ଶ୍ୟାମସୁନ୍ଦର କିସ୍କୋ ଙ୍କୁ ଗିରଫ କରିଛି । ଧର୍ମଶାଳ ଥାନାରେ ଶ୍ୟାମସୁନ୍ଦର କିସ୍କୋ ଥିଲାବେଳେ ଦିଗାମ୍ବରପୁର ଗ୍ରାମର ଜଣେ ବିଧବା ମହିଳାଙ୍କ ସହ ତାଙ୍କର ପ୍ରେମ […]

ପରଲୋକରେ ବୀରଭଦ୍ର ସିଂହ

ଭୁବନେଶ୍ୱର,୮/୭(ଏସଏସନିୟୁଜ) ହିମାଚଳପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ୮୭ ବର୍ଷ ବୟସରେ ଆଜି ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେ ଏପ୍ରିଲ୍ ଏବଂ ଜୁନ୍ ମାସରେ ଦୁଇ ଦୁଇଥର କରୋନାରେ ସଂକ୍ରମିତ ହୋଇଥିଲେ । ବୀରଭଦ୍ର କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୯ ଥର ବିଧାୟକ ଏବଂ ୫ ଥର ସାଂସଦ ସହ ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ […]

କରୋନା ସଂକ୍ରମିତ ଚିହ୍ନଟ ୨୫୪୨.ମୃତ୍ୟୁ ୫୭

ଭୁବନେଶ୍ୱର,୮/୭(ଏସଏସନିୟୁଜ) ରାଜ୍ୟରେ ଆଉ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୨,୩୩୦କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୪୫୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧୦୮୪ ରହିଛି। ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ କଟକରୁ ୪୨୮ ଓ ତାପଛକୁ ଖୋର୍ଦ୍ଧାରୁ ୪୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେହିଭଳିଭାବେ ରାଜ୍ୟରେ ଗତ […]

ବଜ୍ରାପାତରେ ୨୫ଟି ଛେଳି ଓ ମେଣ୍ଡାର ମୃତ୍ୟୁ

ଭଞ୍ଜନଗର,୮/୭(ଏସଏସନିୟୁଜ)ଏହି ବ୍ଲକ ଅର୍ନ୍ତଗତ ଚଢିଆପଲ୍ଲୀ ଗ୍ରାମରେ ବଜ୍ରପାତରେ ୧୦ଟି ମେଣ୍ଡା୧୫ଟି ଛେଳିଙ୍କର ମୃତ୍ୟୁ ଘଟିଛି। ଖଲିଆ ଗୈାଡ ନାମକ ବ୍ୟକ୍ତି ଅପରାହ୍ନ ସମୟରେ ୪୯ଟି ଛେଳି ମେଣ୍ଡା ଧରି ନିକଟସ୍ଥ ବିଲମାଳକୁ ଚରାଇବା ପାଇଁ ଯାଇଥିଲା ।ତେବେ ହଠାତ ବର୍ଷା ସହ ବଜ୍ରପାତ ହେବାରୁ ଖଲିଆ ସମସ୍ତ ଛେଳି ମେଣ୍ଡାକୁ ଏକ ଗଛ ମୂଳକୁ ଆଣୁଥିବା ସମୟରେ ୪୯ଟି ଛେଳି ମେଣ୍ଡା ମଧ୍ୟରୁ ୨୫ଟି ବ୍ରଜପାତ ରେ ମୃତ୍ୟୁ ଘଟିଥିଲା ।ଏହି ଘଟଣା ଗ୍ରାମରେ ପହଞ୍ଚବା ପରେ […]

ବୁଧବାର ଶପଥ ଗ୍ରହଣ କରିଥିବା କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗଗ ବଣ୍ଟନ କରାଯାଇଛି ।ତେବେ ଓଡିଶାରୁ ଦୁଇଜଣଙ୍କୁ ନୂଆ କରି ସାମିଲ କରାଯାଇଛି ।କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣରେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଛି ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ । ପ୍ରଥମ ଥର ସାଂସଦ ହୋଇଥିବା ଟୁଡୁଙ୍କୁ ଏହି ଦୁଇ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି । କ୍ୟାବିନେଟ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇ ଓ ଆଇଟି […]

ବର୍ଷିଲେ ସିଦ୍ଧୁ

୧-ନୂଆ ରୂପରେ ମୋଦୀ ଟିମ୍‌; ଶପଥ ନେଲେ ୪୩ ମନ୍ତ୍ରୀ, ୩୬ ନୂଆ ମୁହଁ । ୨-ଓଡ଼ିଶାକୁ ୨ କ୍ୟାବିନେଟ୍‌, ଗୋଟିଏ ରାଷ୍ଟ୍ରମନ୍ତ୍ରୀ । ୩ -ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ସିଦ୍ଧୁ, କହିଲେ- ପଞ୍ଜାବକୁ ଦିଲ୍ଲୀ ମଡେଲ୍‌ର ଆବଶ୍ୟକତା ନାହିଁ । ୪-୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା । ପ୍ରତ୍ୟେକ ପରିବାର ଆକାଉଣ୍ଟରେ ଜମା ହେଲା ୫୦୦୦ ଟଙ୍କା ୫-ପେଟିଏମ୍‌ର ଆଇପିଓ ପୂର୍ବରୁ କମ୍ପାନୀର ବୋର୍ଡରୁ ଇସ୍ତଫା ଦେଲେ […]

ଆଜିର ଅନୁଚିନ୍ତା

?ମନୁଷ୍ୟ ନିଜେ ହିଁ ନିଜ କର୍ମ ଦ୍ୱାରା ଦୁଃଖ କୁ ଡାକି ଆଣିଥାଏ । ?ଜୀବନରେ ଜୀବନ ସାଥୀର ସାଥ୍ ଥିଲେ କେବଳ ଯୌବନ ନୁହେଁ ବୃଦ୍ଧାବସ୍ତା ମଧ୍ୟ ସୁଖରେ କଟିଯିବ । ?ସ୍ୱର୍ଗକୁ ନେବାପାଇଁ କୌଣସି ଟିଫିନ୍ ର ସେବା ଆରମ୍ଭ ହୋଇନାହିଁ, ” ତେଣୁକରି ମାତା ପିତାଙ୍କୁ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କୁ ସୁଖଶାନ୍ତି ଦେବାହିଁ ପ୍ରକୃତ ଶ୍ରାଦ୍ଧ ଅଟେ । ?ଯେଉଁ ବ୍ୟବହାର ଆପଣ ଅନ୍ୟମାନଙ୍କ ଠାରୁ ଚାହୁଁଛନ୍ତି ସେଇ ବ୍ୟବହାର ଆପଣ ଅନ୍ୟମାନଙ୍କୁ […]

ଆଜିର ରାଶିଫଳ

ଜୁଲାଇ ମାସ ୦୮ ତାରିଖ ୨୦୨୧ ମସିହା(ଗୁରୁବାର)ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଦ୍ଦଶୀ ,ନକ୍ଷତ୍ର- ମୃଗଶିରା,ବିଛା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଭକ୍ଷଣ ନିଷେଧ । ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ-ଶାରୀରିକ ଅସୁସ୍ଥତା […]