ଠକିଦେଲେ,ଶେଷରେ ବନ୍ଧାହେଲେ ପୋଲିସବାବୁ

ଯାଜପୁର ,୮/୭(ଏସଏସନିୟୁଜ) ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ପୋଲିସ କର୍ମଚାରୀଜଣଙ୍କ ମନା କରିବାପରେ ଦୁଷ୍କର୍ମ ଭଳି ଅଭିଯୋଗ ଧର୍ମଶାଳା ଥାନାରେ କରିଛନ୍ତି ଜଣେ ମହିଳା । ପୋଲିସ ଉଭୟଙ୍କୁ ଡାକ୍ତରୀମାଇନା କରିବାପରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଓଏପିଏଫ ଶ୍ୟାମସୁନ୍ଦର କିସ୍କୋ ଙ୍କୁ ଗିରଫ କରିଛି ।
ଧର୍ମଶାଳ ଥାନାରେ ଶ୍ୟାମସୁନ୍ଦର କିସ୍କୋ ଥିଲାବେଳେ ଦିଗାମ୍ବରପୁର ଗ୍ରାମର ଜଣେ ବିଧବା ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମହିଳାଙ୍କୁ ବିବାହ କରିବାକୁ କହି ଶାରୀରିକ ସମ୍ପର୍କ ରଖିଆସୁଥିଲେ ଶ୍ୟାମସୁନ୍ଦର ।ପରେ ବିବାହ କରିବାକୁ ମନା କରିଦେବାସହ ଗର୍ଭ ନଷ୍ଟ କରିଥିବା ଭଳି ଅଭିଯୋଗ ଧର୍ମଶାଳ ଥାନାରେ କରିଛନ୍ତି ପିଡିତା ମହିଳା ।ଅଭିଯୋଗପରେ ପୋଲିସ ଏକ ମାମଲା ରୁଜୁକରି ଶ୍ୟାମସୁନ୍ଦରଙ୍କୁ ଗିରଫ କରି ଉଭୟଙ୍କୁ ଡାକ୍ତରୀମାଇନା କରିଛି । ପୀଡିତାର ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯିବାସହ ଓଏପିଏଫ ଶ୍ୟାମସୁନ୍ଦର କିସ୍କୋ ଙ୍କୁ କୋର୍ଟ ଚାଲାଣ କରିଛି ।

Comments (0)
Add Comment