ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୮/୭(ଏସଏସନିୟୁଜ) ଗତକାଲି ମୋଦୀଙ୍କ ମନ୍ତ୍ରିମଣ୍ଡଳ ହୋଇଥିବା ସମ୍ପ୍ରସାରଣରେ ଓଡିଶାରୁ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ବିଭାଗର ଦାୟିତ୍ୱ ଦିଆଯିବାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।ଆଜି ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ୨୦୧୯ରେ ଉଭୟ ବିଜେପି ଓ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ପ୍ରଥମ ଥର ସାଂସଦ ହୋଇଥିବା ବେଳେ ପ୍ରଥମ ଥର କ୍ୟାବିନେଟରେ ମଧ୍ୟ ସାମିଲ ହୋଇଛନ୍ତି ।

Comments (0)
Add Comment