ଦ୍ୱିତୀୟ ଡୋଜ୍ ନେବା ପରେ ସ୍ୱାମୀମୃତ, ଗୁରୁତର ଅବସ୍ଥାରେ ସ୍ତ୍ରୀ

ନିମାପଡା, ୮/୭(ଏସଏସନିୟୁଜ) ମୁରାରିପୁର ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କର ସ୍ତ୍ରୀ ଦ୍ୱିତୀୟ ଡୋଜ୍ ଟିକା ନେଇଥିଲେ । ଦ୍ୱିତୀୟ ଡୋଜ୍ ନେବା ଦିନ ଦୁଇଜଣ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ।ଜ୍ୱର ନକମିବାରୁ ଭୁବନେଶ୍ୱର ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଚିକିତ୍ସା ହେଉଥିଲେ । ତେବେ ବୁଧବାରଦିନ ସ୍ୱାମୀଙ୍କର ମୃତ୍ୟୁ ଘଟିବାରୁ ସତ୍ୟନଗର ଶ୍ମଶାନରେ ପରିବାର ବର୍ଗଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଶବ ସଂସ୍କର କରାଯାଇଥିଲା ।ଏବେ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତକଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ରହିଥିବାର ଜଣାପଡିଛି । ଯାହାକୁ ନେଇ ମୁରାରିପୁର ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Comments (0)
Add Comment