Browsing daily archive

July 9, 2021

ମନରେଗା ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା

ଭୁବନେଶ୍ୱର,୯/୭(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଏପ୍ରିଲରୁ ଜୁନ ମାସ ପର‌୍ୟ୍ୟନ୍ତ ଏହି ତିନିମାସ ମଧ୍ୟରେ କାମ କରିଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ପ୍ରତ୍ୟେକ ଦିନର ମଜୁରି ସହିତ ଆଉ ଅତିରିକ୍ତ ୫୦ ଟଙ୍କା ପ୍ରଦାନ କରାଗଲା। ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ […]

କେନ୍ଦୁଝରରେ ଇସ୍ପାତ କାରଖାନା ନିଷ୍ପତ୍ତିକୁ ଜିଲ୍ଲାବାସୀଙ୍କ ସ୍ଵାଗତ

ଭୁବନେଶ୍ୱର,୯/୭(ଏସଏସନିୟୁଜ) କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ କମିଟିର ସ୍ବୀକୃତି ପରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ଚମ୍ପୁଆ ର କରା ଖେନ୍ଦ୍ରା ଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇବା ପାଇଁ ଜିଲ୍ଲାର ନାଗରିକ ମାନଙ୍କ ପକ୍ଷରୁ […]

କାର ସହ ଗଞ୍ଜେଇ ଜବତ

ଖୋର୍ଦ୍ଧା, ୯/୭(ଏସଏସନିୟୁଜ) ମୁକୁନ୍ଦପ୍ରସାଦ ଠାରେ ଗଞ୍ଜେଇ ନେଇ ଯାଉଥିବା ଏକ କାରକୁ ଜବତ କରି କାର ଭିତରୁ ଦୁଇଟି ପ୍ୟାକେଟରେ ୩୬ କେ.ଜି ୫ ଗ୍ରାମ ଗଞ୍ଜେଇ ଜବତ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ । କନ୍ଧମାଳରୁ ଏକ ଚୋରା ଗଞ୍ଜେଇ ଚାଲାଣକାରୀ ଦଳ କାରରେ ଗଞ୍ଜେଇ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସୁଚନା ପୋଲିସ ପାଇଥିଲେ । ଆଦର୍ଶ ଥାନା ପକ୍ଷରୁ ଏକ ସ୍କ୍ୱାର୍ଡ ଗଠନ କରାଯାଇ ମୁକୁନ୍ଦପ୍ରସାଦ ଠାରେ କାରକୁ ଯାଂଚ କରିବାରୁ […]

୧୫ରେ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱ. ୯/୭(ଏସଏସନିୟୁଜ) ବାମଦଳ ପକ୍ଷରୁ ଆସନ୍ତା ୧୫ ତାରିଖରେ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ । କିନ୍ତୁ ଦଳ ରାସ୍ତାକୁ ଓହ୍ଲାଇବ ନାହିଁ କି ପିକେଟିଂ କରିବ ନାହିଁ ।ମହାମାରୀ କରୋନା ଯୋଗୁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ହେଉଥିବାବେଳେ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ତେଣୁ ବାମ ଦଳର ଡାକରାକୁ ଦଳ […]

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ,

ଭୁବନେଶ୍ୱର,୯/୭(ଏସଏସନିୟୁଜ) ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ଆସନ୍ତା ୩୧ ତାରିଖ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବା ପାଇଁ ପ୍ରସ୍ତୁତି ଚାଲିଛି । ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଆମେ ଚେଷ୍ଟା କରୁଛୁ। ନହେଲେ ଅତିବେଶୀରେ ଆଉ ଦିନେ ଦୁଇ ଦିନ ଲାଗିପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ସିଟ୍ ସମସ୍ୟା ହେବନି ବୋଲି ଆଶ୍ୱାସନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର […]

IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୯/୭(ଏସଏସନିୟୁଜ) ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି । ମାଲକାନଗିରିର ଏସପି ଭାବେ ଦାୟିତ୍ୱ ନେଇଛନ୍ତି ପିଏସ ମୀନା । ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।। ବରଗଡ଼ ଏସପି ଭାବେ ରାହୁଲ ଜୈନ ଦାୟିତ୍ୱ ନେଇଛନ୍ତି । ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ାର ଏସପି ଭାବେ ଦାୟିତ୍ୱ ମିଳିଛି । ମୟୁରଭଞ୍ଜ ଏସପି ଭାବେ ନିଯୁକ୍ତ ହୋଇଛନ୍ତି କେଆର ଦ୍ୟାନଦେଓ । […]

ଆସିଲା ମୋଦୀଙ୍କ ଟିମର ସମ୍ପତ୍ତି ତାଲିକା

ଭୁବନେଶ୍ବର,୯/୭(ଏସଏସନିୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଦିନ ନିଜ ସଂପ୍ରସାରଣ କରିଥିବା ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ୪୩ ଜଣ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ୧୫ କ୍ୟାବିନେଟ ଓ ୨୮ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ମୋଦୀ କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ପାଖରେ ରହିଛି ୩୭୯ କୋଟିର ସମ୍ପତ୍ତି ରହିଛି । ଦ୍ୱିତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ବାଣିଜ୍ୟ ଓ ଶିଳ୍ପ, ଖାଦ୍ୟ ଓ ଉପଭୋକ୍ତ ଏବଂ ବୟନଶିଳ୍ପ […]

ନ୍ୟାୟ ପାଇଁ ଶାଶୂଘର ଆଗରେ ବସିଲେ ମହିଳା

ମହାକାଳପଡ଼ା, ୯/୭(ଏସଏସନିୟୁଜ) ନ୍ୟାୟ ପାଇଁ ଶାଶୂଘର ଆଗରେ ବସିଛନ୍ତି ମହିଳା । ସ୍ତ୍ରୀ ଥାଉଥାଉ ପୁଣିଥରେ ସ୍ମାମୀ ଦ୍ୱିତୀୟ ବିବାହ କରିଥିବାର ଖବରପାଇ ମହିଳା ଜଣଙ୍କ ଦ୍ବିତୀୟ ବିବାହକୁ ବିରୋଧ କରି ନିଜର ହକ ପାଇଁ ନ୍ୟାୟ ଦାବୀରେ ଶାଶୂଘର ଆଗରେ ବସିଛନ୍ତି ।ଏହିଭଳି ଘଟଣା ମହାକାଳପଡ଼ା ଥାନା କୋଚିଳା ଗ୍ରାମରେ ଦେଖିବାକୁ ମିଳିଛି । ବରକନ୍ଦା ଗ୍ରାମର ସୁଦର୍ଶନ ବେହେରାଙ୍କ ଝିଅ ରଶ୍ମିତା କୋଚିଳା ଗ୍ରାମର ରାଧାଶ୍ୟାମ ସାହୁଙ୍କ ପୁଅ ପ୍ରହଲ୍ଲାଦଙ୍କୁ ୨୦୧୩ ମସିହା ଜୁନ୍ […]

ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମାର ଜୀବନ

ଦଶରଥପୁର, ୯/୭(ଏସଏସନିୟୁଜ) ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପ ଦଂଶନରେ ଚାଲିଗଲା ମା ର ଜୀବନ ।ଏହିଭଳି ଏକ ହୃଦୟବିଦାରକ ଖବର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ଼ ଗ୍ରାମରେ ଦେଖିବାକୁ ମିଳିଛି । ୨୦୧୯ରେ ରାହାସୋଇ ଗ୍ରାମର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ ଦେଉଳବାଡ଼ ଗ୍ରାମର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମେ ମାସରେ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପୁତ୍ର ସନ୍ତାନକୁ ନେଇ ପରିବାର ବେଶ ଖୁସିରେ […]

ଆଜି ଶ୍ରୀଜିଉଙ୍କ ନବଯୌବନ ବେଶ

ପୁରୀ, ୯/୭(ଏସଏସନିୟୁଜ) ଆଜି ଶ୍ରୀଜିଉଙ୍କ ନବଯୌବନ ବେଶ । ଦୀର୍ଘ ୧୫ଦିନ ପରେ ପତିତପାବନଙ୍କୁ ଦେଖିବାର ସୁଯୋଗ ପାଇବେ ଭକ୍ତ । ଯେହେତୁ ଚତୁଦ୍ଧାମୁରତୀଙ୍କୁ ଦର୍ଶନ ନାହିଁ, ଆଖିପୁରାଇ ପତିତପାବନଙ୍କ ଦର୍ଶନ କରିବେ ଭକ୍ତ । ଆଜି ସକାଳୁ ଚକା ଅପସର ନୀତି କରାଯିବା ପରେ ମଙ୍ଗଳଆଳତୀ, ଅବକାଶ ପରେ ଦଶଅବତାର ଠାକୁର ବାହୁଡା ବିଜେ କରିବେ । ତାପରେ ନବଯୌବନ ଦର୍ଶନ ବିଧି ରହିଛି । କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତ ମାନେ ନବଯୌବନ […]