କାର ସହ ଗଞ୍ଜେଇ ଜବତ

ଖୋର୍ଦ୍ଧା, ୯/୭(ଏସଏସନିୟୁଜ) ମୁକୁନ୍ଦପ୍ରସାଦ ଠାରେ ଗଞ୍ଜେଇ ନେଇ ଯାଉଥିବା ଏକ କାରକୁ ଜବତ କରି କାର ଭିତରୁ ଦୁଇଟି ପ୍ୟାକେଟରେ ୩୬ କେ.ଜି ୫ ଗ୍ରାମ ଗଞ୍ଜେଇ ଜବତ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ । କନ୍ଧମାଳରୁ ଏକ ଚୋରା ଗଞ୍ଜେଇ ଚାଲାଣକାରୀ ଦଳ କାରରେ ଗଞ୍ଜେଇ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସୁଚନା ପୋଲିସ ପାଇଥିଲେ । ଆଦର୍ଶ ଥାନା ପକ୍ଷରୁ ଏକ ସ୍କ୍ୱାର୍ଡ ଗଠନ କରାଯାଇ ମୁକୁନ୍ଦପ୍ରସାଦ ଠାରେ କାରକୁ ଯାଂଚ କରିବାରୁ ପ୍ରାୟ ଦୁଇଲକ୍ଷଟଙ୍କାର ଦୁଇ ପ୍ୟାକେଟ ଗଞ୍ଜେଇ ବାହାରିଥିଲା। କାରରେ ଗଞ୍ଜେଇ ନେଇ ଆସୁଥିବା କନ୍ଧମାଳ ସଦର ଥାନା ଅଂଚଳର ବୋଇଡା ଗ୍ରାମର ଦିଲ୍ଲୀପ କୁମାର ଦିଗଲ ଓ ଟ୍ରସେପଦରର ମିଥୁନ ଦିଗଲଙ୍କଠାରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ(ଏସପି) ରାଜ କିଶୋର ଦୋରା ସୁଚନା ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଅରିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ଦାଶ, ଏସଡିପିଓ ସୁଶିଲ କୁମାର ମିଶ୍ର,ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment