Browsing monthly archive

July 2021

ଟ୍ରେନରୁ ଖସିପଡିଲେ

ଚନ୍ଦ୍ରଶେଖରପୁର,୨୬/୭(ଏସ ଏସ ନିୟୁଜ)ସୋମବାର ଦିହି ପହର ସମୟରେ ପଟିଆ ରେଳ ଷ୍ଟେସନ ପାଖରେ ଦ୍ରୁତଗାମୀ ଟ୍ରେନରୁ ଜଣେ ବ୍ୟକ୍ତି ଖସିପଡିଛି।ରେଳଧାରଣା କଡ଼ରୁ ସ୍ତାନୀୟ ଲୋକମାନେ ଗୁରୁତର ଆହତ ହୋଇଥିବା ଏହି ବ୍ୟକ୍ତିକୁ ଉଦ୍ଧାର କରିଛନ୍ତି।ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣଙ୍କ ସଠିକ ଭାବେ ତାଙ୍କର ପରିଚୟ ଦେଇପାରୁନଥିବା ବେଳେ ୧୦୮ଆମ୍ବୁଲାନ୍ସ ରେ ତାକୁ ଚିକିତ୍ସା ପାଇଁ ପଠାଇଥିବାର ଜଣାପଡିଛି।

ଥାଳି ବାଡେଇ ପ୍ରତିବାଦ କଲେ ଅଟୋ ମାଲିକ ସଂଘ

ଭୁବନେଶ୍ୱର,୨୬/୭(ଏସ ଏସ ନିୟୁଜ)ରାସ୍ତା ଉପରେ ଥାଳି ବଜାଇ ଅଟୋ ଚାଳକମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।ମହାତ୍ମା ଗାନ୍ଧୀ ମାର୍ଗରେ ଅନଲାଇନ ଅଟୋ ସଙ୍ଘ ତରଫରୁ ଏହି ପ୍ରତିବାଦ କରାଯାଇଛି।ଅଟୋ ମାଲିକମାନେ ଫାଇନାସସ କମ୍ପାନୀ ରୁ ଋଣ କରି ଅଟୋ ଆଣିଛନ୍ତି।କିନ୍ତୁ କରୋନା ପାଇଁ ଅଟୋ ଚଳାଚଳ ବନ୍ଦ ରହିଥିବାରୁ ଉପାର୍ଜନ ର ପ୍ରନ୍ଥା ବନ୍ଦ ରହିଛି । ଫାଇନାସରୁ ରିହାତି ଦେବା ପାଇଁ ମୁଖ୍ୟମନ୍ତ୍ରୀଘୋଷଣା କରିଥିଲେ ମଧ୍ୟ ଫାଇନାଶ କମ୍ପାନୀମାନେ ଅନ ଲାଇନ ଅଟୋ ଚାଳକ ଉପରେ […]

ଉଦ୍ଧାରହେଲା ବିରଳ ପ୍ରଜାତିର କଇଁଛ

ଭୁବନେଶ୍ୱର, ୨୬/୭(ଏସଏସନିୟୁଜ) ରସୁଲଗଡ ଜିଜିପି କଲୋନୀରୁ ଏକ ବିରଳ ପ୍ରଜାତିର କଇଁଛ ଛୁଆ ଉଦ୍ଧାର କରିଛି ସିଟି ଫରେଷ୍ଟ । ଇଣ୍ଡିଆନ ଷ୍ଟାର ଟର୍ଟୋଇଜ ପ୍ରଜାତିର ବିରଳ କଇଁଛ ଛୁଆ ଜିଜିପି କଲୋନୀରେ ବୁଲୁଥିବାବେଳେ କିଛି କୁକୁର କଇଁଛକୁ ଖାଇବାକୁ ଚେଷ୍ଟା କରୁଥିଲେ ।ନିଜକୁ ବଂଚାଇବାକୁ ଯାଇ କଇଁଛଟି ସଙ୍ଗୀତା ନାୟକଙ୍କ ଅଗଣା ଫାଟକ ଭିତରକୁ ପସି ଯାଇଥିଲା ।ପରିବାରପକ୍ଷରୁ ଖବରପାଇ ସିଟିଫରେଷ୍ଟ କର୍ମଚାରୀମାନେ ଆସି କଇଁଛକୁ ଉଦ୍ଧାର କରିଥିଲେ ।

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୁରୀ, ୨୬/୭(ଏସଏସନିୟୁଜ) ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାସେଲି ସାହି ଥାନା ଅର୍ନ୍ତଗତ ଓଡ଼ିଆ ମଠ ନିକଟରେ ରହୁଥିବା ଜିତେନ୍ଦ୍ର ପୁରୋହିତ ନାମକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଜିତେନ୍ଦ୍ର ଜଣେ ଶିଳ୍ପୀ କାରିଗର ହୋଇଥିବାବେଳେ ପୂର୍ବରୁ ତାଙ୍କ ଘର ଉପରକୁ ବୋମାମାଡ ହୋଇଥିଲା । ଦୁର୍ବୃତ୍ତମାନେ ଜିତେନ୍ଦ୍ର ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ହାଣି ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଖବରପାଇ ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

ଚିକିସ୍‌। ପାଇଁ ଚେୟାରରେ ବୁହାହୋଇ ଗଲେ ମହିଳା

ସୁନ୍ଦରଗଡ଼, ୨୬/୭(ଏସଏସନିୟୁଜ) ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଶିକାର ହୋଇ ଗୁରୁତର ହୋଇଥିଲେ ମହିଳାକୁ ଚିକିସ୍‌ାପାଇଁ ଚେୟାରରେ ବୋହି ବୋହି ଡାକ୍ତରଖାନା ନେଲେ ସ୍ଥାନୀୟ ଲୋକ । ଗାଁକୁ ଆମ୍ବୁଲାନ୍ସ ନଆସିପାରି ଅଧା ବାଟରେ ଅଟକିବା ଯୋଗୁ ଏପରି କରିଛନ୍ତି ଗ୍ରାମବାସୀ ।ଏହିଭଳି ଚିତ୍ର ସୁନ୍ଦରଗଡ଼ର କୋଇଡ଼ାରେ ଦେଖେିବାକୁ ମିଳିଛି । ଶୁକ୍ରବାର ରାତିରେ ହାତୀ ୫ଟି ଘର ଭାଙ୍ଗିବା ସହ ସୁନୀତା ମୁଣ୍ଡା ନାମକ ମହିଳାଙ୍କୁ ଟେକି ଫୋଫାଡ଼ି ଦେଇଥିଲା ।ଫଳରେ ସୁନୀତା ମୁଣ୍ଡା ଗୁରୁତର […]

ପୁଣି ଖୋଲିଲା ହୀରାକୁଦର ଦୁଇଟି ଗେଟ

ସମ୍ବଲପୁର,୨୬/୭(ଏସଏସନିୟୁଜ)ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହୋଇଛି । ରବିବାର ରାତିରେ ହୀରାକୁଦ ଜଳସ୍ତର ପୁଣିଥରେ ୬୦୯ ଫୁଟ୍ ଅତିକ୍ରମ କରିଛି। ଏହି କାରଣରୁ ଡ୍ୟାମ୍‌ରେ ଆଉ ୨ଟି ଗେଟ୍ ଖୋଲିଲା । ବର୍ତ୍ତମାନ ୬ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ରବିବାର ରାତି ୯ଟା ବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୦୨ ଫୁଟ୍‌ରେ ପହଞ୍ଚିଥିଲା। ସେତିକିବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୨୬,୭୦୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ […]

ଆଜିର ଅନୁଚିନ୍ତା

ଆଜିର ସୁବିଚାର ତାରିଖ ➡️”ପାଚିଲା ଫଳର ତିନୋଟି ପରିଚୟ ରହିଥାଏ,ତାହା ହେଲା ପ୍ରଥମେ ଏହା ନରମ ହୋଇଥାଏ, ଦ୍ୱିତୀୟଟି ମିଠା ହୋଇଥାଏ ଏବଂ ତୃତୀୟଟି ଏହାର ରଙ୍ଗ ପରିବର୍ତ୍ତନ ହୋଇଥାଏ | ସେହିଭଳି, ଜଣେ ଭଲ ପରିପକ୍ୱ ବ୍ୟକ୍ତିଙ୍କର ମଧ୍ୟ ତିନୋଟି ପରିଚୟ ରହିଥାଏ | ପ୍ରଥମେ ତାଙ୍କଠାରେ ନମ୍ରତା, ଦ୍ୱିତୀୟରେ ତାଙ୍କ ଭାଷଣରେ ମଧୁରତା ଏବଂ ତୃତୀୟଟି ହେଉଛି ତାଙ୍କ ମୁହଁରେ ଆତ୍ମବିଶ୍ୱାସର ରଙ୍ଗ ! ➡️”ଯେଉଁମାନେ ପୂର୍ବରୁ କେହି କରିଥିବା ଉପକାରକୁ ଭୁଲିଯାଆନ୍ତି, ତେବେ […]

ପାଇକ ବିଦ୍ରୋହର ଗାଥା

୧-ଆଜିଠୁ ଖୋଲିବ ସ୍କୁଲ ଓ ହଷ୍ଟେଲ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଆରମ୍ଭ ହେବ ପାଠପଢ଼ା, ସକାଳ ୧୦ଟାରୁ ଦିନ ସାଢ଼େ୧ଟା ଯାଏଁ ଚାଲିବ କ୍ଲାସ୍ । ୨-IPL ରିଟର୍ଣ୍ଣସ୍ : ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆରମ୍ଭ ହେବ ଆଇପିଏଲର ଅବଶିଷ୍ଟ ମ୍ୟାଚ୍। ୩-ମୋଦୀଙ୍କ ମନର କଥାରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ସମ୍ବଲପୁରର ଇସକ ମୁଣ୍ଡାଙ୍କ କାହାଣୀ କହିଲେ ପ୍ରଧାନମନ୍ତ୍ରୀ । ୪-ରାଜକୁନ୍ଦ୍ରାଙ୍କ ଫିଲ୍ମରେ ଅଭିନୟ କରି […]

ଆଜିର ରାଶିଫଳ

ଜୁଲାଇ ମାସ ୨୬ ତାରିଖ ୨୦୨୧ ମସିହା(ସୋମବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ତୃତୀୟା,ମିଥୁନ ଓ ସିଂହ ରାଶିର ଘାତ ଚନ୍ଦ୍ର,ମିଥୁନ ରାଶିର ଘାତବାର,ତୃତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଟଳ ଓ ମୂଳା ଭକ୍ଷଣ ନିଷେଧ। 🐏ମେଷ-ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। 🐮ବୃଷ-ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର […]

୪୫ ହଜାର କେଜି ମହୁଲ ପୋଚନଷ୍ଟ କଲା ଅବକାରୀ ବିଭାଗ

ରାଉରକେଲା, ୨୫/୭(ଏସଏସନିୟୁଜ) ଦେଶୀ ମଦ ରନ୍ଧା ଶାଳରେ ଅତର୍କିତ ଚଢ଼ଉ କରି ବହୁ ପରିମାଣର ମହୁଲ ପୋଚ, ଦେଶୀ ମଦ ଜବତ କରିଛି ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ , ରାଉରକେଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାଡ୍ ।ଏହି ଦଳ ମିଳିତଭାବେ ବୀରମିତ୍ରପୁର ଓ ବିଶ୍ରା ଥାନା ଅନ୍ତର୍ଗତ କରିଛାପଲ, ଲାଙ୍କୋଇ, ଟଙ୍କ‌ଟୋଲି ଆଦି ଗ୍ରାମ‌ରେ ଚଢ଼ଉ କରିଦେଶୀ ମଦ ରନ୍ଧାଶାଳରୁ ୧୨ଶହ ଲିଟର ଦେଶୀ ମଦ ଜବତ କରିବାସହ ପ୍ରାୟ ୪୫ ହଜାର […]