Browsing monthly archive

August 2021

କଟକଣାରେ ସ୍ବାଧିନତା ଦିବସ ପାଳିତ

ବାରଙ୍ଗ,୧୫/୮(ଏସ ଏସ ନିୟୁଜ) କୋଭିଡ କଟକଣା ମଧ୍ୟରେ ବାରଙ୍ଗରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।ବାରଙ୍ଗ ସମେତ ରାଜଧାନୀ ଉପକଣ୍ଠ ର ବିଭିନ୍ନ ସରକାରୀ,ବେସରକାରୀ,ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ପତାକା ଉତ୍ତୋଳନ ହୋଇଯାଇଛି।ବାରଙ୍ଗ ପ୍ରେସ କ୍ଲବ,ବ୍ଲକ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ,ବାରଙ୍ଗ ଥାନା,ନନ୍ଦନକାନନ ଥାନା,ନନ୍ଦନକାନନ ପ୍ରାଣୀ ଉଦ୍ୟାନ,ଅଗ୍ନିଶମ କେନ୍ଦ୍ର,ଏନଡିଆରଏଫ,ସରକାରୀ ଡାକ୍ତରଖାନା,କୁଞ୍ଜବିହାରୀ ମହାବିଦ୍ୟାଳୟ,ଭୁବନେଶ୍ୱର ବାଲିଯାତ୍ରା ପଡିଆ ଆଦି ବିଭିନ୍ନ ସ୍ଥାନରେ କୋଭିଡ କଟକଣା କୁ ମାନି ଜାତୀୟ ପତାକା ଉତ୍ତୋଳନ କରାଯାଇଛି।

ମହାବୀର ଫାଉଣ୍ଡେସନର କାର୍ଯ୍ୟାଳୟ ଉଦଘାଟିତ

ବାରଙ୍ଗ,୧୫/୮(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ ଅନ୍ତର୍ଗତ ଦାଢ଼ାପାଟଣା ଗ୍ରାମ ମଙ୍ଗଳା ଛକରେ ମହାବୀର ଫାଉଣ୍ଡେସନର ସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ସମାଜସେବା,ଗୋରୁ ଗାଈ ସେବା କରିବା ଏହି ସଂସ୍ଥାର ଉଦ୍ଦେଶ୍ୟ।ଗ୍ରାମର ବୟୋଜ୍ୟେଷ୍ଠ ମୂରବୀ ଉତ୍ତମ ସାହୁ ମୁଖ୍ୟ ଅତିଥି ଓ ଦାଢ଼ାପାଟଣା ଗ୍ରାମର ଏମଇ ସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ସାରଙ୍ଗଧର ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଫିତା କାଟି କାର୍ଯ୍ୟାଳୟର ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଦେବେନ୍ଦ୍ର ନାଥ ସାହୁ,ସଂସ୍ଥାର […]

ବିଜେପି ର ସ୍ୱଚ୍ଛଭାରତ ଅଭିଯାନ

ବାରଙ୍ଗ,୧୫/୮(ଏସ ଏସ ନିୟୁଜ)ବାଙ୍କୀ ନିର୍ବାଚନ ମଣ୍ଡଳୀ ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ଆହ୍ୱାନ କ୍ରମେ ବାରଙ୍ଗ ୩୨ ନମ୍ୱର ଜୋନ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଛଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୁହ୍ନେଇପଡା ଗ୍ରାମପଞ୍ଚାୟତ,ତ୍ରିଶୁଳିଆ ବଜାର,କୁସିନ୍ଦା ଗ୍ରାମ ଠାରୁ ବାଉଁଜୋରି ମନ୍ଦିର,ଜଜ୍ ଗଡା,ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ପ୍ରଯ୍ୟନ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲା ପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି,ମଣ୍ଡଳ ସଭାପତି,ସାଧାରଣ ସମ୍ପାଦକ,ସମ୍ପାଦକ,କୃଷକ ମୋର୍ଚ୍ଚା ସଭାପତି,ଉପ ସଭାପତିଙ୍କ ସମେତ ବହୁ ବିଜେପି […]

ଖଣ୍ଡାରେ ହାଣି ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ବ୍ରହ୍ମପୁର ,୧୫/୮(ଏସଏସନିୟୁଜ) କାମସାରି ଘରକୁ ଆସୁଥିବାବେଳେ ଦୁର୍ବୃତ୍ତମାନେ ନିମଖଣ୍ଡିର ଗୋପାଳକୃଷ୍ଣ ସାହୁ ଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବାର ପରିବାର ପକ୍ଷରୁ ଅଭିଯୋଗ ହେଉଥିବାବେଳେ ଏକବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ଗୋପାଳଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିବା ସହ ପଥର ଛେଚି ହତ୍ୟା କରିଛନ୍ତି । ଘଟଣା ପରେ ଗୁରୁତର ଅବସ୍ଥାରେ ଗୋପାଳକୃଷ୍ଣଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ […]

ହାତୀ ଦାନ୍ତ ସହ ଦୁଇ ଯୁବକ ଗିରଫ

ଦେବଗଡ , ୧୫/୮(ଏସଏସନିୟୁଜ) ମୂଲ୍ୟବାନ ହାତୀ ଦାନ୍ତ ବିକ୍ରି ଚାଲୁଥିବା ବେଳେ ଜଙ୍ଗଲ ବିଭାଗର ସ୍ଵତନ୍ତ୍ର ଟିମ ଚଢାଉ କରି ଭୁତେଲ ଗ୍ରାମର ଶିବ ମାଝୀଙ୍କ ପୁଅ ପବିତ୍ର ମାଝୀ ଓ ମନଫୁଲ ମାଝୀ ନାମକ ଦୁଇ ଜଣଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ୮୦ ସେଣ୍ଟିମିଟର ଲମ୍ବ ଓ ଚାରି କେଜି ସାତ ଶହ ଗ୍ରାମ୍ ଓଜନର ଦୁଇଟି ହାତୀଦାନ୍ତକୁ ଜବତ କରିଛି । ଏହିଘଟଣା ଦେବଗଡ ତିଲେଇବଣୀ ବ୍ଲକ ଅନ୍ତର୍ଗତ ସୋଡ ଗ୍ରାମରେ ଘଟିଛି ।

ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା

ଭୁବନେଶ୍ୱର, ୧୫/୮(ଏସଏସନିୟୁଜ) ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ମଦ୍ୟପାନ କରି ରୁପାଲୀ ଛକରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ।ପୋଲିସ ଆସି ଯୁବତୀଙ୍କୁ ବିଝାଇଥିଲେ ମଧ୍ୟ ପୁଲିସକୁ ଦୁର୍ବ୍ୟବହାର କରିବାକୁ ପଛାଇନାହାନ୍ତି ।ଯୁବତୀଜଣଙ୍କ ଏତେ ନିଶାରେ ଥିଲେ ଯେ ପୋଲିସର ଗାଡିକୁ ବି ଛାଡିନଥିଲେ । ଅବସ୍ଥା ଅସମ୍ଭାଳ ହେବାରୁ ଯୁବତୀଙ୍କୁ ଗିରଫ କଲା ସହିଦନଗର ପୁଲିସ । ଗିରଫ ହୋଇଥିବା ଯୁବତୀ ଜଣକ ହେଉଛନ୍ତି ପଞ୍ଜାବର ଲୁଧିଆନାର ବାସିନ୍ଦା । ସେ […]

ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ

ଭୁବନେଶ୍ୱର,୧୫/୮(ଏସଏସନିୟୁଜ) ଏଣିକି ସୈନିକ ସ୍କୁଲରେ ଝିଅମାନଙ୍କୁ ପଢ଼ିବାର ସୁଯୋଗ ମିଳିବ । ପୂର୍ବରୁ କେବଳ ମିଜୋରାମର ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଏବେ ଦେଶର ସବୁ ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢିବାକୁ ସୁଯୋଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିବାସହ ଅନେକ ବଡ଼ ବଡ଼ ଘୋଷଣା ମଧ୍ୟ କରିଛନ୍ତି ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଭୁବନେଶ୍ୱର,୧୫/୮(ଏସଏସନିୟୁଜ) ୭୫ତମ ସ୍ୱାଧୀନତା ଦିବସକୁନେଇ ସବୁଆଡେ ଉତ୍ସବର ମାହୋଲ ରହିଥିବାବେଳେ ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଘଟିଛି ଅଘଟଣ ।ଆଜି ସକାଳ୭ଟାରେ ଫାଣ୍ଡି ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବାବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଧନେଶ୍ଵର ଦାସ ନାମକ ଗ୍ରାମରକ୍ଷୀ ମୃତ୍ୟୁବରଣ କରିଥିବାବେଳେ କନେଷ୍ଟବଳ ବୀରକିଶୋର ଭୋଳ ଆହତ ହୋଇଛନ୍ତି।ତେବେ ଗୁରୁତର ଥିବା କନେଷ୍ଟବଳଙ୍କୁ ଖୋର୍ଦ୍ଧା ମେଡିକାଲରୁ ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଛି।

ନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର,୧୫/୮(ଏସଏସନିୟୁଜ) ଆଜି ଭୁବନେଶ୍ବର ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା ଓ ଶାନ୍ତି […]

ଆଜିର ଅନୁଚିନ୍ତା

🦋ମଣିଷ ପଛରେ ଯିଏ ଚାଲେ.. ● ତା ନାଁ “ଛାୟା” ମଣିଷ ଯାହା ପଛରେ ଚାଲେ.. ●ତା ନାଁ “ମାୟା” 🦋ବିବେକ ହେଉଛି ଏପରି ଏକ ରାସ୍ତା ତାକୁ ଠିକ୍ ଭାବେ ନ ଚିହ୍ନି ହେୟଜ୍ଞାନ କରିଗଲେ ବାଟବଣା ହେବାକୁ ପଡେ, ଅସାବଧାନତାରେ ଗଲେ ଦୁର୍ଘଟଣାର ଶିକାର ହେବାକୁ ପଡିଥାଏ ଆଉ ତାକୁ ଠିକ୍ ଭାବେ ଚିହ୍ନି, ତା ନିୟମ ମାନି ଚାଲିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଆନନ୍ଦ ଉପଭୋଗ କରି ହୋଇଥାଏ । 🦋ନିଜେ ଜଣେ […]