ମହାବୀର ଫାଉଣ୍ଡେସନର କାର୍ଯ୍ୟାଳୟ ଉଦଘାଟିତ

ବାରଙ୍ଗ,୧୫/୮(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ ଅନ୍ତର୍ଗତ ଦାଢ଼ାପାଟଣା ଗ୍ରାମ ମଙ୍ଗଳା ଛକରେ ମହାବୀର ଫାଉଣ୍ଡେସନର ସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।ସମାଜସେବା,ଗୋରୁ ଗାଈ ସେବା କରିବା ଏହି ସଂସ୍ଥାର ଉଦ୍ଦେଶ୍ୟ।ଗ୍ରାମର ବୟୋଜ୍ୟେଷ୍ଠ ମୂରବୀ ଉତ୍ତମ ସାହୁ ମୁଖ୍ୟ ଅତିଥି ଓ ଦାଢ଼ାପାଟଣା ଗ୍ରାମର ଏମଇ ସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ସାରଙ୍ଗଧର ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଫିତା କାଟି କାର୍ଯ୍ୟାଳୟର ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଦେବେନ୍ଦ୍ର ନାଥ ସାହୁ,ସଂସ୍ଥାର ସଭାପତି ରାକେଶ କୁମାର ସାହୁ,ଉପ ସଭାପତି ଦେବାଶିଷ ସାହୁ,ବୁଦ୍ଧଦେବ ସାହୁ,ଦିଲ୍ଲୀପ ବେହେରା,ଦିଲ୍ଲୀପ କୁମାର ସାହୁ,ମନୋଜ ବେହେରା,ବିକ୍ରମ କେଶରୀ ଓଝା,ସୌମ୍ୟରଂଜନ ଷଡ଼ଙ୍ଗୀ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

Comments (0)
Add Comment