ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା

ଭୁବନେଶ୍ୱର, ୧୫/୮(ଏସଏସନିୟୁଜ) ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ମଦ୍ୟପାନ କରି ରୁପାଲୀ ଛକରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ।ପୋଲିସ ଆସି ଯୁବତୀଙ୍କୁ ବିଝାଇଥିଲେ ମଧ୍ୟ ପୁଲିସକୁ ଦୁର୍ବ୍ୟବହାର କରିବାକୁ ପଛାଇନାହାନ୍ତି ।ଯୁବତୀଜଣଙ୍କ ଏତେ ନିଶାରେ ଥିଲେ ଯେ ପୋଲିସର ଗାଡିକୁ ବି ଛାଡିନଥିଲେ । ଅବସ୍ଥା ଅସମ୍ଭାଳ ହେବାରୁ ଯୁବତୀଙ୍କୁ ଗିରଫ କଲା ସହିଦନଗର ପୁଲିସ । ଗିରଫ ହୋଇଥିବା ଯୁବତୀ ଜଣକ ହେଉଛନ୍ତି ପଞ୍ଜାବର ଲୁଧିଆନାର ବାସିନ୍ଦା । ସେ ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ଏକ ବାରରେ ଡ୍ୟାନ୍ସର ଭାବେ କାମ କରନ୍ତି ।

Comments (0)
Add Comment