ବିଜେପି ର ସ୍ୱଚ୍ଛଭାରତ ଅଭିଯାନ

ବାରଙ୍ଗ,୧୫/୮(ଏସ ଏସ ନିୟୁଜ)ବାଙ୍କୀ ନିର୍ବାଚନ ମଣ୍ଡଳୀ ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ଆହ୍ୱାନ କ୍ରମେ ବାରଙ୍ଗ ୩୨ ନମ୍ୱର ଜୋନ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଛଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୁହ୍ନେଇପଡା ଗ୍ରାମପଞ୍ଚାୟତ,ତ୍ରିଶୁଳିଆ ବଜାର,କୁସିନ୍ଦା ଗ୍ରାମ ଠାରୁ ବାଉଁଜୋରି ମନ୍ଦିର,ଜଜ୍ ଗଡା,ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ପ୍ରଯ୍ୟନ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲା ପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି,ମଣ୍ଡଳ ସଭାପତି,ସାଧାରଣ ସମ୍ପାଦକ,ସମ୍ପାଦକ,କୃଷକ ମୋର୍ଚ୍ଚା ସଭାପତି,ଉପ ସଭାପତିଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Comments (0)
Add Comment