ଭିର୍ଣ ପ୍ରଜାତିର ଦୁଇ ହରିଣ ଶାବକ ଜନ୍ମ
ବାରଙ୍ଗ,୨୯/୧୦(ଏସ ଏସ ନିୟୁଜ) ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ଦିନ ଭିନ୍ନ ଭିନ୍ନ ପ୍ରଜାତିର ଦୁଇଟି ହରିଣ ଶାବକ ଜନ୍ମ ନେଇଛନ୍ତି। ପ୍ରାଣୀ ଉଦ୍ୟାନର ୬୭ ନଂ ଖୁଆଡରେ ଥିବା କୁଜି ହରିଣ ଏବଂ ୬୬ ନଂ ଖୁଆଡରେ ଥିବା କୃଷ୍ଣସାର ମୃଗ ଗୋଟିଏ ଲେଖାଏଁ ଶାବକ ଜନ୍ମ ଦେଇଛନ୍ତି।ସେମାନଙ୍କ ଲିଙ୍ଗ ନିରୂପଣ ହୋଇନାହିଁ।ଉଭୟ ମା ଓ ଶାବକ ସୁସ୍ଥ ଅଛନ୍ତି।ସେମାନଙ୍କୁ ତତ୍ତ୍ୱାବଧାନରେ ରଖାଯାଇଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି।