ମେଣ୍ଢାଶାଳରେ ବାର୍‌ହା ଉପଦ୍ରବ,ଫସଲ ନଷ୍ଟ

ମେଣ୍ଢାଶାଳ,୨୮/୧୦(ଏସଏସନିୟୁଜ)ଗତକାଲି ବିଳମ୍ଭିତ ରାତିରେ ଦେଉଳିଆପାଟଣା ପାହାଡରୁ ବାରହା ପଲ୍ଲ ବାହାରି ମେଣ୍ଢାଶାଳଗାଁ ନିକଟସ୍ଥ ମଜୁରକୁଣ୍ଡ ମାଳ ଗହିରରେ ପଶିପାଚେଲାଧାନ ଖାଇ ନଷ୍ଟ କରିଦେଇଛନ୍ତି ।ଗାଁର ନବକିଶୋର ସାମନ୍ତ ରାୟ,ବିଜୟ ସାମନ୍ତରାୟ କରିଥିବା ସ୍ୱର୍ଣଧାନ ଫସଲ ଖାଇ ନଷ୍ଟ କରିବାସହ ଦଳିଚକଟି ଧାନକୁ କାଦୁଅ ବିଲରେ ମାଡି ଦେଇଛନ୍ତି ।ଏହାଫଳରେ ପାଖାପାଖି ୨ଏକର ଧାନଫସଲ ନଷ୍ଟ ହୋଇଯାଇଛି ।ଗତକିଛିବର୍ଷ ଧରି ଦେଉଳିଆପାହଡ ନିକଟ ଟୁବିସୋରା, ମଜୁରକୁଣ୍ଡ ଗହିରରେ ପଲପଲ ବାରହାପଶି ଧାନଫସଲ ନଷ୍ଟ କରୁଛନ୍ତି ।ଏହି ଅଂଚଳ ସିଟିଫରେଷ୍ଟ ଡିଭିଜନ ପାତ୍ରପଡା ଅଧିନରେ ରହିଛି ।କ୍ଷତିଗ୍ରସ୍ଥ ଚାଷୀ ବାରମ୍ଭାର ଅଭିଯୋଗ କରୁଥିଲେ ମଧ୍ୟ ସେମାନଙ୍କୁ କ୍ଷତିପୁରଣ ବାବଦରେ ଅର୍ଥ ମିଳିପାରିନଥିବାର ଜଣାପଡିଛି ।ତେଣୁ ରାଜ୍ୟବନବିଭାଗ ତୁରନ୍ତ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ କ୍ଷତିପୁରଣ ଅର୍ଥ ପ୍ରଦାନ କରିବାକୁ ଚାଷୀମାନେ ଦାବୀ କରିଛନ୍ତି । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment