ବାଇକ୍ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଧରିଲା ଗୋପ ପୁଲିସ

ଗୋପ, ୨୮/୧୦(ଏସଏସନିୟୁଜ)ଚୋରୀ କରିବାକୁ ଉଦ୍ୟମ କରୁଥିବାବେଳେ ଲୋକମାନେ ଧରି ଉତମମଧ୍ୟମ ଦେଇ ପୋଲିସକୁ ଧରାଇଦେଲେ ।ଏହାପରେ ପୋଲିସ ପଚରାଉଚରା ବେଳେ ମାନିବା ସହ ସେମାନଙ୍କଠାରୁ ୮ଟି ବାଇକ ସହ ତାଙ୍କର ଅନ୍ୟଦୁଇ ସହ ଯୋଗୀକୁ ଗିରଫ କରିବାରେ ସଫଳ ହୋଇଛି ଗୋପଥାନା ପୋଲିସ । ଗୋପ ଥାନା ଅଧିନ ନାଗପୁର ବଜାରରେ ଗତ ୨୫ ତାରିଖ ସନ୍ଧ୍ୟା ରେ ଦୁଇ ଜଣ ବାଇକ୍ ଚୋର ଏକ ବୁଲେଟ୍‌ରେ ଚାବି ଭର୍ତି କରୁଥିବାବେଳେ ବ୍ୟବସାୟୀମାନେ ଧରି ପୋଲିସକୁ ଜିମା ଦେଇଥିଲେ ।ପୋଲିସ ବାଇକ୍ ଚୋରକୁ ଥାନାକୁ ଆଣି ପଚରାଉଚରା କରିଥିଲେ ।ବାଇକ୍ ଚୋରି ରାକେଟ୍ ର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବଢରିକୋଲ ଗ୍ରାମର ଶଶି ଭୂଷଣ ଦାସ ଙ୍କ ସହ ସେହି ଗ୍ରାମର ମନୋଜ କୁମାର ରାଉତ୍ ପୁରୀ ଜିଲ୍ଲା ର ନିମାପଡ଼ା,ଗୋପ,ବାଲିପାଟଣା, ନିଆଳି,ବାଳକାଠି, କୋଣାର୍କ ଅଞ୍ଚଳ ରୁ ବାଇକ୍ ଚୋରି କରି ବିଭିନ୍ନ ଯାଗାରେ ରଖିବା ସହିତ କେତେକ ଗ୍ୟାରେଜ ରେ ବାଇକ୍ ବିକ୍ରି କରିଥିବାର ପୋଲିସ ଆଗରେ ମାନିଥିଲେ ।ପୋଲିସ ବିଭିନ୍ନ ସ୍ଥାନରୁ ଚଢଉ କରି ଏମାନଙ୍କ ଅନ୍ୟ ଦୁଇ ସହଯୋଗୀ ପ୍ରଦିପ କୁମାର ଭୋଇ ଓ ବିଭ୍ରୂପ୍ରସାଦ ଦାସଙ୍କୁ ଗିରଫ କରିବା ସହ ୮ ଗୋଟି ବାଇକ୍ ଜବତ କରିଥିଲେ ।

Comments (0)
Add Comment