Browsing yearly archive

2021

ରାଜଧାନୀ ଉପକଣ୍ଠରେ ସେରୋ ସର୍ଭେ,୪୪ ଜଣଙ୍କ ରକ୍ତ ନମୁନା ସଂଗ୍ରହ

ବାରଙ୍ଗ,୩୧/୮(ଏସଏସନିୟୁଜ)ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଓ ଭୁବନେଶ୍ୱର ର କ୍ଷେତ୍ରୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି) ପକ୍ଷରୁ ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମରେ ସେରୋଲଜିକାଲ ସର୍ଭେ ଅବା ଆଣ୍ଟିବଡ଼ି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହୋଇଛି।୬ ବର୍ଷରୁ ଉର୍ଦ୍ଧ ବୟସ୍କ ଏହି ସର୍ଭେ ରେ ସାମିଲ ହୋଇଥିଲେ।ଏହି ସର୍ଭେରୁ ୪୪ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି।କୋରୋନା ଟୀକାକରଣ ପରେ ଶରୀରରେ ଆଣ୍ଟିବଡ଼ି ମାତ୍ରା ଜାଣିବା ପାଇଁ ଏହା ଟେଷ୍ଟିଂ କରାଯାଇଛି।ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର […]

ଟିକାପାଇଁ ଭାଙ୍ଗିଲେ କବାଟ,ରେଲିଂ

ଗଞ୍ଜାମ ,୩୧/୮(ଏସଏସନିୟୁଜ)କୋଭିଡ ଟିକାକୁ ନେଇ ପାଲଟିଲା ରଣକ୍ଷେତ୍ର ।ଭଲରକମର ଢେଲାପେଲା ହେଲା ।ଏଥିରେ ୩ ଜଣ ମହିଳା ଆହତ ହୋଇଥିବା ବେଳେ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି।ପରିସ୍ଥିତି ଏପରି ହେଲାଯେ,ବାଧ୍ୟହୋଇ ଟିକାକରଣକୁ ବନ୍ଦ କରାଯାଇଥିଲା।ଏମିତି ଏକ ଘଟଣା ସୋମବାର ଦିନ କବିସୂର‌୍ୟ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି ।ସୋମବାର ସକାଳ ୯ଟାରେ ଟିକା ଦେବା ଆରମ୍ଭ ହେବା ପରେ ଲୋକଙ୍କ ଅସମ୍ଭାଳ ଭିଡ଼ ଭଡିବାକୁ ଲାଗିଥିଲା । ଏହି ଭିଡ ମଧ୍ୟରେ ବହୁସଂଖ୍ୟାରେ ମହିଳାମାନେ ରହିଥିଲେ ।ଏତେସଂଖ୍ୟକ […]

ଟ୍ରେନ୍ ଧକ୍କାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଗଞ୍ଜାମ ,୩୧/୮(ଏସଏସନିୟୁଜ) ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଲେବଲ୍ କ୍ରସିଂରେ ଟ୍ରେନ୍ ଧକ୍କାରେ ରେଳଧାରଣାରେ ଚାଲି ଚାଲି ଯାଉଥିବା ୩ ନିରୀହ ଅଣଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।ସେମାନେ ହେଲେ ଛତିଶଗଡ଼ ବିଳାସପୁର ଟିକରି ଥାନା ଅର୍ନ୍ତଗତ ବେଦପ୍ରସାଦ ଗାଁର ଜଗେଶ୍ବର କେୱାଟା (୫୫), ତାଙ୍କ ପୁଅ ଲଖ୍‌ଣୁ ଏବଂ ଲକ୍ଷେଶ୍ବର କେୱାଟା (୪୫) । ଅନ୍ୟ ଚାରିଜଣ ସୀତାରାମ କେୱାଟା, ଯୋଗେଶ୍ୱର ଦୋରେ, ସନ୍ତ କୁମାର କେୱାଟା ଓ ମେଲୁରାମ କେୱାଟା […]

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ସେରୋ ସର୍ଭେ

ଭୁବନେଶ୍ବର, ୩୧/୮(ଏସଏସନିୟୁଜ)ଵିଏମସି ପକ୍ଷରୁ ଆଜିଠୁ ଭୁବନେଶ୍ୱର ରେ ୫ଟି ଓ୍ୱାର୍ଡରେ ଆରମ୍ଭ ହୋଇଛି ସେରୋ ସର୍ଭେ । ମଙ୍ଗଳବାର ଓ ବୁଧବାର ଦୁଇଦିନଧରି ୩ଟି ଜୋନର ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ୫ଟି ଟିମ୍ ଦ୍ୱାରା ସର୍ଭେ ହେବ । ଏଥିରେ ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବାନେଇ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି ।

ଆଜିର ରାଶିଫଳ

ଅଗଷ୍ଟ ମାସ ୩୧ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ନବମୀ, ବିଛା ରାଶିର ଘାତଚନ୍ଦ୍ର,ମକର ରାଶିରଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ,କଳମ ଶାଗ ଭକ୍ଷଣ ନିଷେଧ । ମେଷ :-ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ […]

ଆଜିର ଅନୁଚିନ୍ତା

⚜ ବେଶି ଧନ ହେଲେ ଧନୀ ସିନା ହେବ ଚୋରକୁ ସର୍ବଦା ଭୟ, ଯାଇ ପାରିବୁନି ଘରକୁ ଛାଡ଼ି ତୁ ଡାକିଲେ ବି ସମ୍ପର୍କୀୟ। ⚜ଖୁସି ଅଳ୍ପ ସମୟ ପାଇଁ ଧୈର୍ଯ୍ୟ ଦେଇ ଥାଏ କିନ୍ତୁ ଧୈର୍ଯ୍ୟ ସବୁଦିନ ପାଇଁ ଖୁସି ଦେଇ ଥାଏ ଏଥିପାଇଁ ଯେତେବେଳେ ବି ଆପଣଙ୍କର ସମୟ ଖରାପ ହେବ ସେତେବେଳେ ଟିକେ ହସନ୍ତୁ ଏବଂ ଧୈର୍ଯ୍ୟ ଧରନ୍ତୁ ଆଉ ସମୟକୁ ତାର କାମ କରିବା ପାଇଁ ଦିଅନ୍ତୁ। ⚜ସମସ୍ତେ କହନ୍ତି-ମୁଁ ସୁନ୍ଦର […]

ସମୁଦ୍ରରେ ଲୀନ ହେବ ଶେଷ ସନ୍ତକ

୧. ସେପ୍ଟେମ୍ବର ୧ରୁ ଖୋଲିବ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ । ୨. ସମୁଦ୍ରରେ ଲୀନ ହେବାକୁ ବସିଲାଣି ସାତଭାୟାର ଶେଷ ସନ୍ତକ, ଗଭୀର ସମୁଦ୍ର ଆଁରେ ଐତିହ୍ୟ । ୩. କାବୁଲ ବିମାନବନ୍ଦରରେ ଆଇଏସ୍‌-ଖୋରାସାନ୍‌ର ବିସ୍ଫୋରଣ ଉଦ୍ୟମ ପଣ୍ଡ କରିବାକୁ ଯାଇ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ୧୦ ଆଫ୍‌ଗାନ୍‌ଙ୍କ ମୃତ୍ୟୁ ଘଟିଛି । ୪. ଅମିତାଭ ବଚ୍ଚନଙ୍କ ସହ ‘କୌନ ବନେଗା କରୋଡପତି’ ଖେଳିବା ଦେଶବନ୍ଧୁଙ୍କୁ ପଡିଲା ମହଙ୍ଗା, ଅଟକିଲା ୩ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”କାହାକୁ ଛୁରୀ – କଣ୍ଟା – କଇଁଚି ଉପହାର ଦେବେ ନାହିଁ।ଏଗୁଡ଼ିକ ସବୁ ବିଷ ସଦୃଶ୍ୟ ଅଟେ !! ➡️”ଗୋଟିଏ ଘରେ ଯେତେ ବି ଲୋକ ରୁହନ୍ତୁ ନା କାହିଁକି, ଯଦି ‘ମା’ ନଥାଏ ତେବେ ସେ ଘର ବହୁତ ଖାଲି ଖାଲି ଲାଗିଥାଏ !! ➡️”ଯଦି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ତେବେ ଦୁଇଟି ବାଉଁଶ ତିଆରି ବଂଶୀକୁ ଡ୍ରଇଂ ରୁମରେ ସଜାଇ ରଖନ୍ତୁ !! ➡️”ଖରାପ ସମୟ ଯାହା ମନୁଷ୍ୟକୁ ଶିକ୍ଷା […]

କେରଳରେ ପୁଣି ବଢିଲା ଲକଡାଉନ

୧-ନବୋଦୟ ବିଦ୍ୟାଳୟ ସମିତିର ବଡ ନିଷ୍ପତ୍ତି, ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନେଇ ଘୋଷଣା । ୨-ପୁଣି ଥରିଲା କାବୁଲ । ସତ ହେଲା ଆମେରିକାର ଆକଳନ, କାବୁଲ ବିମାନ ବନ୍ଦର ନିକଟରେ ବିସ୍ଫୋରଣ । ୩-କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଗୋଟିଏ ଗୋଡରେ ସ୍କିପିଂ କରି ଦେଖାଇଲେ ନିଜ ଫିଟନେସ୍, ଭାଇରାଲ ହେଉଛି ଭିଡିଓ ୪-ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ: ଆନ୍ଦୋଳନକୁ ୧୦ମାସ ପୂର୍ତ୍ତି ଅବସରରେ ଡାକରା ଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା । […]

ଆଜିର ରାଶିଫଳ

ଅଗଷ୍ଟ ମାସ ୩୦ ତାରିଖ ୨୦୨୧ ମସିହା(ସୋମବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ଅଷ୍ଟମୀ ,ବିଛା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ, ଲାଉ ଭକ୍ଷଣ ନିଷେଧ। ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। ବୃଷ-ଆଜି କୌଣସି କର୍ମାରମ୍ଭ ପାଇଁ […]