ପାଇଖାନା ଟାଙ୍କିରେ ପଡ଼ି ୨ ଶିଶୁ ମୃତ
ଭୁବନ, ୧/୮(ଏସଏସନିୟୁଜ) ସନ୍ଧ୍ୟାରେ ଖେଳୁଥିବା ବେଳେ ଅସାବଧାନତାବଶତଃ ପଡ଼ୋଶୀଙ୍କର ଏକ ଖୋଲା ପାଇଖାନା ଟାଙ୍କିରେ ପଡ଼ି ପ୍ରିୟତମା (୬) ଓ ଶ୍ରୁତି (୪) ନାମକ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗାଁ ପାତ୍ରସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରିୟତମା ଓ ଶ୍ରୁତି ସନ୍ଧ୍ୟା ସମୟରେ ଦୌଡ଼ାଦୌଡ଼ି ହୋଇ ଖେଳୁଥିବାବେଳେ ପଡ଼ୋଶୀଙ୍କର ଏକ ଖୋଲା ପାଇଖାନା ଟାଙ୍କିରେ ପଡ଼ିଯାଇଥିଲେ।ଦୀର୍ଘ ସମୟ ପର୍ୟ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି […]