କେନାଲରୁ ଉଦ୍ଧାରହେଲା ମୃତଦେହ

ପିପିଲି,୩୧/୭(ଏସଏସନିୟୁଜ) ପିପିଲି ଥାନାପୋଲିସ ଶନିବାର କଣାସ ମୁଖ୍ୟ କେନାଲରୁ ଭାସମାନ ଅବସ୍ଥାରେ ବାଳକାଟି ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ବ୍ୟବସାୟୀଙ୍କ ମୃତଦେହକୁ ଜବତ କରିଛି। ଶନିବାର ସକାଳେ ଏକ ମୃତଦେହଟି କେନାଲରେ ଭାସି ଭାସି ଆସୁଥିବାରଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।ପୋଲିସ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଠରଭଗା ସ୍କୁଲ ନିକଟ କେନାଲରୁ ଲକ୍ଷ୍ମୀଧର ସାହୁଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦପାଇଁ ପଠାଇଥିଲେ । ବାଳକାଟି ଫାଣ୍ଡି ଅନ୍ତର୍ଗତ ନୂଆପାଟଣା ତଳସାହିର ଲକ୍ଷ୍ମୀଧରଙ୍କଘର ହୋଇଥିବାବେଳେ ବାଳକାଟି ବଜାରରେ ମୃଦୁ ଥଣ୍ଡାପାନୀୟ ହୋଲ୍ସେ ଲିଂ ଦୋକାନ ତାଙ୍କର ରହିଛି ।ସେ ଗତକାଲି ସନ୍ଧ୍ୟାରୁ ନିଖୋଜ ରହିଥିବା ବିଷୟରେ ଖବରପାଇ ଆସିଥିବା ତାଙ୍କ ପରିବାରଲୋକ କହିଛନ୍ତି ।

Comments (0)
Add Comment