Browsing yearly archive

2021

ସ୍କୁଲ ପରିସରକୁ ପଶିଲା ଭାଲୁ

ମାଲକାନଗିରି୧୫/୧୨(ଏସଏସନିୟୁଜ) ଗୋବିନ୍ଦପାଲ୍ଲୀ ଠାରେଥିବା ଏକସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ରାତିରେ ତିନଟି ଭାଲୁ ପଶିଆସିଥିଲେ । ଏମାନେ ଖାଦ୍ୟ ଅନ୍ବେଷଣ କରୁଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।ଯାହାକୁ ନେଇ ଛାତ୍ରାବାସରେ ରହୁଥିବା ପିଲାମାନେ ମଧ୍ୟ ଆତଙ୍କିତ ହୋଇପଡିଥିବା ଦେଖିବାକୁ ମିଳିଛି। ସ୍କୁଲର ପାଚେରୀ ଖୋଲା ଥିବାରୁ ଭାଲୁଟି ଭିତରକୁ ପଶିବା ସହ ଖାଦ୍ୟ ନପାଇ ପୁଣି ଫେରିଯାଉଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ।ତେବେ କାହାର କିଛି କ୍ଷତି ହୋଇନଥିବାବେଳେ ଏହି ଭିଡିଓ ଏବେ […]

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆକୁ ଓମିକ୍ରନ୍‌

୧. ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ, ୭ ବର୍ଷର ଛୁଆ ସଂକ୍ରମିତ ହୋଇଥିବା ସୂଚନା । ୨. କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ । ୩. ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ମିଳିଲା ଆଶ୍ବସ୍ତି । ୪. ଏବେ ଭୋଟର ପରିଚୟ ପତ୍ର ସହ ଲିଙ୍କ୍ ହେବ ଆଧାର । ୫. ଦେଶ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ସେବା କଦାପି ଭୁଲିବ ନାହିଁ – […]

ଆଜିର ଅନୁଚିନ୍ତା

🦋କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ,ସର୍ବେ ନିଜ ନିଜ ଅଭିନୟ ସାରି,ବାହୁଡିବେ କାଳବଳେ । 🦋ହେ ଈଶ୍ବର ସୁଖ ଏତିକି ଦିଅ ଯେ ମନରେ ଅହଙ୍କାର ନ ଆସୁ ଆଉ ଦୁଃଖ ଏତିକି ଦିଅ ଯେ ତୁମ ଉପରୁ ଯେମିତି ଭରସା ନ ତୁଟୁ । 🦋ମିତ୍ର ଯଦି ସୁଖରେ ଅଛି ତେବେ ନ ଡାକିଲା ଯାଏଁ ଯିବ ନାହିଁ ଆଉ ମିତ୍ର ଯଦି ଦୁଃଖରେ ପଡିଛି ତେବେ ଡାକିବା ଯାଏଁ […]

ଆଜିର ରାଶିଫଳ

🙏🏾ମାଁ ପରମେଶ୍ବରୀ ନମଃ🙏🏾ଧନୁ ସଂକ୍ରାନ୍ତି, ଶ୍ରୀ ଲକ୍ଷ୍ମୀନାରାୟଣ ପୂଜା, ମାର୍ଗଶୀର ଗୁରୁବାର ଶେଷ ପାଳି,ମାସ- ମାର୍ଗଶୀର,ପକ୍ଷ-ଶୁକ୍ଳ ,ତିଥି- ତ୍ରୟୋଦଶୀ ରାତ୍ରି ଘ୦୪-୪୬ମି ଗତେ ଚତୁର୍ଦ୍ଦଶୀ,ଚନ୍ଦ୍ର ଶୁଦ୍ଧି- ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମେଷ ରାଶିର ଘାତ ଚନ୍ଦ୍ର ଦିବା ଘ୦୨-୨୦ମି ଗତେ ମେଷ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି […]

ଦୁଇଦିନ ବ୍ୟାଙ୍କରେ ଝୁଲିବ ତାଲା

ଭୁବନେଶ୍ୱର,୧୫/୧୨(ଏସଏସନିୟୁଜ) ଡିସେମ୍ବର୧୬ ଓ ୧୭ରେ ବ୍ୟାଙ୍କ ଧର୍ମଘଟ ଯୋଗୁ ବ୍ୟାଙ୍କସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଦୁଇଦିନିଆ ଧର୍ମଘଟ ଘୋଷଣା କରିଛନ୍ତି ।ଦୁଇଦିନ ବ୍ୟାଙ୍କରେ ତାଲା ଝୁଲିବା ଯୋଗୁ ବ୍ୟାଙ୍କସେବା ସେବା ବାଧାପ୍ରାପ୍ତ ହେବ । ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଂଚ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି ।  

ଚିଲିକାରେ ପକ୍ଷୀ ଶିକାର କରି ଗିରଫହେଲେ ୨

ଚିଲିକା, ୧୫/୧୨(ଏସଏସନିୟୁଜ) ଚିଲିକାରେ ବିଦେଶାଗତ ପକ୍ଷୀ ଶିକାର କରି ୨ ଜଣ ଶିକାରୀ ଗିରଫ ହୋଇଛନ୍ତି ।ସେମାନେହେଲେ ଟାଙ୍ଗୀ ଥାନା ମଙ୍ଗଳା ଯୋଡିର ଭାଗବତ ବେହେରା ଓ ବାହୁଡା ବେହେରା । ମଙ୍ଗଳା ଯୋଡି ଗ୍ରାମ ନିକଟରୁ ୨ ଶିକାରୀଙ୍କୁ ଗିରଫ କରି ତାଙ୍କଠାରୁ ମୃତ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ।

ଉଦ୍‌ଘାଟନ ହେଲା ଇକୋ ରିଟ୍ରିଟ୍

କୋଣାର୍କ, ୧୫/୧୨(ଏସଏସନିୟୁଜ) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଇକୋ ରିଟ୍ରିଟ୍‌କୁ ଉଦ୍‌ଘାଟନ କରିଛନ୍ତି । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡୀ ମୁହାଣ ନିକଟରେ ତିନି ମାସ ପର‌୍ୟ୍ୟନ୍ତ ଚାଲିବ । ସେହିପରି ଭିତରକନିକାର ପେଣ୍ଠ ସମୁଦ୍ର ବେଳାଭୂମିରେ ଆଜିଠୁ ମଧ୍ୟ ଇକୋ ରିଟ୍ରିଟ୍ ଆୟୋଜିତ ହେବ ।

୩ ବାଇକ୍ ଆରୋହୀ ମୃତ୍ୟୁ

ଭଦ୍ରକ, ୧୫/୧୨(ଏସଏସନିୟୁଜ) ଭଦ୍ରକ ଜିଲ୍ଲା ସବାରଙ୍ଗ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ଘଟାଇ ଚାଳକ ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଦୁଇଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଛି ।

କେନ୍ଦ୍ରାପଡ଼ାକୁ ୧୫୨୬ କୋଟି

କେନ୍ଦ୍ରାପଡ଼ା,୧୫/୧୨(ଏସ ଏସ ନିଉଜ) କେନ୍ଦ୍ରାପଡ଼ାକୁ ୧୫୨୬ କୋଟିର ପ୍ରକଳ୍ପ ଭେଟି ଦେଲେ ନବୀନ ପଟ୍ଟନାୟକ । ୪୮ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୧୦୪ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଉଦ୍‌ବୋଧନ ଦେଇ ଇସ୍ପାତ କାରଖାନା ପାଇଁ ଆର୍ସେଲର ମିତ୍ତଲ କମ୍ପାନି ସହ କଥା ହୋଇଛୁ, ଏହି ପ୍ରକଳ୍ପ ଶିଳ୍ପ କ୍ଷେତ୍ରରେ ଏକ ନୂଆ ଯୁଗ ଆଣିବ ବୋଲି ନବୀନ କହିଥିଲେ।

ପଞ୍ଚାୟତ ନିର୍ବାଚନକୁ ନେଇ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୫/୧୨(ଏସ ଏସ ନିଉଜ) ପଞ୍ଚାୟତ ନିର୍ବାଚନକୁ ନେଇ ଖୁବଶୀଘ୍ର ବସିବାକୁ ଯାଉଛି ସର୍ବଦଳୀୟ ବୈଠକ। ବୈଠକ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ବୋଲି ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ।ଗତଥର ଅପେକ୍ଷା ଏଥର ୱାର୍ଡ ସଂଖ୍ୟା କମିଛି ଓ ଭୋଟର ସଂଖ୍ୟା ବଢ଼ିଛି । ଏଥର ୨ କୋଟି ୬୩ ଲକ୍ଷ ଭୋଟର ଭୋଟ ଦେବେ ବୋଲି କହିଛନ୍ତି।