Browsing yearly archive

2021

ଆସିଲା ଟିକା ୨୨ଟି ଜିଲ୍ଲାରେ ଦିଆଯିବ

ଭୁବନେଶ୍ୱର,୬/୬(ଏସ୍‌ଏସ୍‌ନିୟୁଜ) ରାଜ୍ୟରେ ଆସି ପହଁଚିଛି ୨ ଲକ୍ଷ ୨୭ ହଜାର ୭୫୦ ଡୋଜ୍ କୋଭିସିଲ୍ଡ ଟିକା । ବାକି ୨୨ ଜିଲ୍ଲା ମୁଖ୍ୟାଳୟରେ ଏହି ଟିକା ଜୁନ ମାସରେ ପ୍ରଥମ ଡୋଜ୍ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ କୁ ଦିଆଯିବାନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।ତେବେ ତୃତୀୟ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଓ ୬ଟି ଜିଲ୍ଲା ହେଡକ୍ୱାଟରରେ ମେ’ ମାସରେ ଏହି ବର୍ଗ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା । […]

ୟାସ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର,୬/୬(ଏସ୍‌ଏସ୍‌ନିୟୁଜ) ବାତ୍ୟା ୟାସ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ୭ଜଣିଆ କେନ୍ଦ୍ରୀୟ ଦଳ ଆଜି ଓଡିଶା ଆସିବେ । ଏମାନେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜକୁ ମିଶାଇ ପ୍ରଭାବିତ ୪ଜିଲ୍ଲାକୁ ସୋମବାର ଓ ମଙ୍ଗଳବାର ପର୍ଯ୍ୟାୟ କ୍ରମେ ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ଆଜିର ଅନୁଚିନ୍ତ। 

➡️ତେଲ ମାରି କାହା ପାଖରେ ଭଲ ହେବାଠୁ ଉଚିତ୍ କଥା କହି ଖରାପ ହେବା ଅନେକ ଭଲ । ➡️ଆଜି ମଲେ କାଲିକୁ ଦୁଇଦିନ,ତା ‘ ହେଲେଏତେ ଗର୍ବ ଅହଙ୍କାର କଣ ପାଇଁ ! ➡️ ଅଶାନ୍ତ ମନରେ କୌଣସି ସକାରାତ୍ମକ ଭାବନା ଆସିନଥାଏ, ଶାନ୍ତ ମନ ହିଁ ଆମକୁ ଉଚିତ୍ ରାସ୍ତା ଦେଖାଇଥାଏ । ➡️ତୁମେ ଯାହାକୁ ଯାହା ବି ଦେଇଛ ତା’ଠୁ ପ୍ରତିଦାନରେ ଆଶା କର ନାହିଁ , କାରଣ ସମସ୍ତଙ୍କ ପାଖରେ ତୁମ […]

ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

୧-ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ । ୨-ଜୁନ୍‍ ୭ରୁ ଚାଲିବ ଦିଲ୍ଲୀ ମେଟ୍ରୋ; ୫୦% ଯାତ୍ରୀଙ୍କୁ ମିଳିବ ଅନୁମତି । ୩-ବିଜେପି କୃଷକ ମୋର୍ଚ୍ଚାର ଚାଷୀଙ୍କ ହକ୍ ପାଇଁ ଆନେ୍ଦାଳନ ଡାକରା , ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣନ୍ତୁ : ପ୍ରଦୀପ ପୁରୋହିତ୍ । ୪-ଜିଏସଟି ସଂଗ୍ରହ ଉପରେ କରୋନା ମାଡ । ମେ ମାସରେ ମୋଟ […]

ଆଜିର ରାଶିଫଳ

ଜୁନ ମାସ ୦୬ ତାରିଖ ୨୦୨୧ ମସିହା(ରବିବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ଏକାଦଶୀ, ମେଷ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଦ୍ୱ।ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଭକ୍ଷଣ ନିଷେଧ। ମେଷ :-ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ :-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ […]

ବିଶ୍ୱ ପରିବେଶ ଦିବସ ପାଳିତ

ବାରଙ୍ଗ,୫/୬(ଏସ ଏସ ନିୟୁଜ) ମହାମାରୀ କୋଭିଡର ପ୍ରତିବନ୍ଧକ ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ଦିନ ୪୯ତମ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ଉଦ୍ୟାନର ବିଭିର୍ଣ ସ୍ଥାନକୁ ପରିଷ୍କାର କରିବା ପରେ ନିର୍ଧାରିତ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା। ଏକ ଅନଲାଇନ୍ ପେଣ୍ଟିଂ ଏବଂ ଫଟୋଗ୍ରାଫି ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ।ଯେଉଁଠାରେ ୫୬ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ | ପ୍ରତିଯୋଗିତାର ଫଳାଫଳ ସୋମବାର ଅର୍ଥାତ୍ ୭ ତାରିଖରେ ରେ ଘୋଷଣା କରାଯିବ […]

ସୋମବାର ଠାରୁ କୋହଳ ହେବ ଲକଡାଉନ, କେଉଁଠି ହେବ ଜାଣନ୍ତୁ?

ଭୁବନେଶ୍ୱର,୫/୬(ଏସଏସନିୟୁଜ) ରାଜଧାନୀ ଦିଲ୍ଲୀରେ ଲାଗିଥିବା ଲକଡାଉନ ସୋମବାର ଠାରୁ ସାମାନ୍ୟ କୋହଳ ହେବ। ଲକଡାଉନକୁ ସଂପୂର୍ଣ୍ଣ ହଟାଇ ନଥିଲେ ହେଁ କିଛି କୋହଳ ନୀତି ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୋମବାର ଠାରୁ ଦିଲ୍ଲୀରେ ମଲ ଓ ମାର୍କେଟ ଖୋଲିବ। କିନ୍ତୁ ଅଡ-ଇଭିନ ଫର୍ମୁଲା ଲାଗୁ କରାଯିବ । କେଜ୍ରିୱାଲ କହିଛନ୍ତି, ବିଭିନ କ୍ଷେତ୍ରରେ କୋହଳ ନୀତି ଆପଣା ଯାଇ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ସୋମବାର ଲକଡାଉନ ଶେଷ ହେଉଛି। କିନ୍ତୁ ଏହା ସଂପୂର୍ଣ୍ଣ ହଟିବ […]

ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୫/୬(ଏସଏସନିୟୁଜ) ଆଜି ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଥିମ୍ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ୨୦୨୦-୨୫ ମଧ୍ୟରେ ଦେଶରେ ଇଥେନାଲ୍ ବ୍ୟବହାରକୁ ନେଇ ଏକ ରୋଡମ୍ୟାପ୍ ଜାରି ହୋଇଛି। ପେଟ୍ରୋଲ କମ୍ପାନି ଗୁଡିକୁ ଇଥେନାଲ୍ ମିଶ୍ରିତ ପେଟ୍ରୋଲ ବିକ୍ରି କରିବା ନେଇ ନିର୍ଦ୍ଦେଶ ହୋଇଛି!.ଏହି ଅବସରରେ ମହାରାଷ୍ଟ୍ରର […]

୧୯୨୯କୁ ଫୋନ୍ କଲେ ମିଳିବ ଅକ୍ସିଜେନ ସୁବିଧା

ଭୁବନେଶ୍ୱର,୫/୬(ଏସଏସନିୟୁଜ) ୧୯୨୯କୁ ଫୋନ୍ କଲେ ରାଜଧାନୀବାସୀ ଅକ୍ସିଜେନ ସୁବିଧା ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୧୦୦ଟି ଅକ୍ସିଜେନ ସଂକେନ୍ଦ୍ରକ ଯୋଗାଇଛନ୍ତି। ଏହି ସେବା ଜୁନ୍ ୭ରୁ ଆରମ୍ଭ ହେବ.ଏହାସହ ଆଗାମିଦିନରେ ମାର୍କେଟଗୁଡ଼ିକରେ ସମୂହ କୋରୋନା ପରୀକ୍ଷା ଜୋରଦାର କରାଯିବ । ଭୁବନେଶ୍ବରରେ ଜୁନ୍ ୭ରୁ ତ୍ବରାନ୍ବିତ ହେବ କୋଭିଡ ଟିକାକରଣ। ୧୮ରୁ ୪୪ ବର୍ଷୀୟଙ୍କ ଦ୍ଵିତୀୟ ଡୋଜ୍ ଟିକାକରଣ ଉପରେ ଗୁରୁତ୍ବଦିଆଯିବାସହ ଖୁବ୍ ଶୀଘ୍ର ତ୍ବରାନ୍ବିତ ହେବ ୧୮ରୁ ୪୪ ବର୍ଷୀୟଙ୍କ ପ୍ରଥମ ଡୋଜ ଟିକାଦାନ […]

ପରଲୋକରେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା

ଭୁବନେଶ୍ୱର,୫/୬(ଏସଏସନିୟୁଜ)ମାହାଙ୍ଗାର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମାଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ଅଶୀବର୍ଷର ଏହି ଜନନେତା କୋଭିଡ ରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଓଡିଶାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କୃଷକ , ଶିକ୍ଷକ ଓ ନିଷ୍ପେସିତ ଜନତାର ସେବାରେ ତାଙ୍କ ନିଃସ୍ୱାର୍ଥପର ସେବା […]