ସୋମବାର ଠାରୁ କୋହଳ ହେବ ଲକଡାଉନ, କେଉଁଠି ହେବ ଜାଣନ୍ତୁ?

ଭୁବନେଶ୍ୱର,୫/୬(ଏସଏସନିୟୁଜ) ରାଜଧାନୀ ଦିଲ୍ଲୀରେ ଲାଗିଥିବା ଲକଡାଉନ ସୋମବାର ଠାରୁ ସାମାନ୍ୟ କୋହଳ ହେବ। ଲକଡାଉନକୁ ସଂପୂର୍ଣ୍ଣ ହଟାଇ ନଥିଲେ ହେଁ କିଛି କୋହଳ ନୀତି ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୋମବାର ଠାରୁ ଦିଲ୍ଲୀରେ ମଲ ଓ ମାର୍କେଟ ଖୋଲିବ। କିନ୍ତୁ ଅଡ-ଇଭିନ ଫର୍ମୁଲା ଲାଗୁ କରାଯିବ । କେଜ୍ରିୱାଲ କହିଛନ୍ତି, ବିଭିନ କ୍ଷେତ୍ରରେ କୋହଳ ନୀତି ଆପଣା ଯାଇ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ସୋମବାର ଲକଡାଉନ ଶେଷ ହେଉଛି। କିନ୍ତୁ ଏହା ସଂପୂର୍ଣ୍ଣ ହଟିବ ନାହିଁ। ମାର୍କେଟ ଓ ମଲ ଅଡ-ଇଭିନ ଫର୍ମୁଲା ଅନୁଯାୟୀ ସକାଳ ୧୦ଟାରୁ ରାତି ୮ଟା ଯାଏ ଖୋଲିବ!.ମେଟ୍ରୋ ସେବା କ୍ଷମତାର ୫୦% ଲୋକଙ୍କୁ ନେଇ କାର୍ଯ୍ୟ କ୍ଷମ ହେବ। ସମସ୍ତ ଏ’ ଗ୍ରୁପ୍ ସରକାରୀ ଅଫିସ ୧୦୦% କର୍ମଚାରୀଙ୍କୁ ନେଇ କାମ କରିବେ। ଅନ୍ୟ ଗ୍ରୁପ୍‌ର ସରକାରୀ ଅଫିସ ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ ଚାଲିବ। ଜରୁରୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ସବୁଦିନ ଖୋଲା ରହିବ। ଗଳି ଓ ଏକାକୀ ଥିବା ଦୋକାନଗୁଡ଼ିକ ମଧ୍ୟ ସବୁଦିନ ଖୋଲିବ!.ସପ୍ତାହକ ପାଇଁ ପରୀକ୍ଷା ମୂଳକ ଭାବେ ଏହି ନିୟମ ଲାଗୁ କରାଯାଇଛି। ଯଦି ସଂକ୍ରମଣ ନିୟନ୍ତ୍ରଣ ମଧ୍ୟରେ ରହିବ, ତା’ହେଲେ ପରବର୍ତ୍ତୀ ସପ୍ତାହରେ ଆହୁରି କୋହଳ ନୀତି ପ୍ରଚଳନ କରାଯିବ ବୋଲି ସେ କହିଛନ୍ତି।

Comments (0)
Add Comment