Browsing yearly archive

2021

ଲାଗି ହେଲା ପଞ୍ଚପଲ୍ଲବ

ସାକ୍ଷୀଗୋପାଳ,୨୩/୩(ଏସଏସନିୟୁଜ) ମଙ୍ଗଳବାର ରାତିରେ ସାକ୍ଷୀଗୋପିନାଥଙ୍କୁ ଲାଗି ହେଲା ପଞ୍ଚପଲ୍ଲବ । ଦୈନଦିନ ନୀତିକାନ୍ତି ସରିବା ପରେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ପଞ୍ଚବଲ୍ଲବ ଲାଗି କରାଯାଇଥାଏ । ଫଗୁ, କେତକୀ, ଆଲଟ, ଚାମର ଖଦୀ ଏହି ସାମଗ୍ରୀର ମିଶ୍ରଣକୁ କୁହାଯାଉଥିବା ପଞ୍ଚପଲ୍ଲବ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ଲାଗି ହୋଇଥାନ୍ତି ।ଏହା ବର୍ଷକୁ ଥରେ ଫଗୁଦଶମୀରେ ଲାଗି ହେବାର ନିୟମ ରହିଛି । ପରେ ପରେ ଠାକୁରଙ୍କୁ ସୁସଜିତ ଦୋଳ ବିମାନରେ ଛତ୍ରି, ତ୍ରାସ, ବୈରଖ,ଘଣ୍ଟ, କାହାଳୀ, ମଶାଲ ଓ ତେଲିଙ୍ଗି […]

ଲୁଟ୍ ଉଦ୍ୟମ କରି ଛେଚା ଖାଇଲେ ଲୁଟେରା

ବାରଙ୍ଗ,୨୩/୩(ଏସଏସନିୟୁଜ)ବାରଙ୍ଗ ସ୍ଥିତ କୁଞ୍ଜବିହାରୀ ମହାବିଦ୍ୟାଳୟ ର ଲାଇବ୍ରେରୀ ଅଧ୍ୟାପିକା ଙ୍କ ଠାରୁ ସୁନା ଚେନ୍ ଲୁଟ ଉଦ୍ୟମ ହୋଇଥିବା ନନ୍ଦନକାନନ ଥାନା ରେ ଅଭିଯୋଗ ହୋଇଛି।ଅଭିଯୁକ୍ତ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରି ଥାନାର ଜିମା ଦେଇଛନ୍ତି। ସୂଚନାନୁସାରେ ମଙ୍ଗଳବାର ଅପରାହ୍ନ ୩ ଟା ୪୫ ସମୟରେ କଲେଜ ର ଲାଇବ୍ରେରୀ ଅଧ୍ୟ୍ୟାପିକା ସରୋଜିନୀ ମହାପାତ୍ର ଲାଇବ୍ରେରୀ ହଲ୍ ମଧ୍ୟରେ ଏକୁଟିଆ ଥିବା ସମୟର ସୁଯୋଗ ନେଇ ବାରଙ୍ଗ ଥାନା ଅଧୀନ ମଧୁପୁର ଗ୍ରାମର ଟୁଲୁ ପ୍ରଧାନ […]

ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ମାଓବାଦୀ

ମାଲକାନଗିରି ,୨୩/୩(ଏସଏସନିୟୁଜ)ମାଲକାନଗିରି ସୀମାରେ ଯବାନଙ୍କୁ ନେଇ ଯାଉଥିବା ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ମାଓବାଦୀ । ଏଥିରେ ୫ଜଣ ଡିଆରଜି ଯବାନ ଜୟ ଲାଲ ଉଇକେ, କରନ ଦେହାରୀ, ସେବକ ସଲାମ୍, ପବନ ମଣ୍ଡାବୀ ଏବଂ ବିଜୟ ପଟେଲ୍ ସହିଦ ହୋଇଥିବାବେଳେ ୧୫ରୁ ଅଧିକ ଯବାନ ଗୁରୁତର ହୋଇଥିବାର ଜଣାପଡିଛି ।ମାଲକାନଗିରି ସୀମାରେ ସୈତାନ ମାଓବାଦୀଙ୍କ ବର୍ବରକାଣ୍ଡ । ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ଯବାନଙ୍କ ଗାଡି । ଶତିଶଗଡ ନାରାୟଣପୁରରେ ବଡ ଧରଣର ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ […]

ଆରମ୍ଭ ହେଲା ମାଲକାନଗିରିର ପ୍ରସିଦ୍ଧ ବଡଯାତ୍ରା

ମାଲକାନଗିରି.୨୩/୩(ଏସଏସନିୟୁଜ) ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରା ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶର ପୋଲେରୁ ଠାରୁ ଆରମ୍ଭ ହୋଇ ମାଲାକନଗିରି ଯାଏଁ, ୧୦ ଦିନ ବ୍ୟାପି ଚାଲିବ ଏହି ବଡ ଯାତ୍ରା । ପୋଲେରୁ ତାଡକା କୁଣ୍ଡରେ ଏକାଠି ହୋଇଛନ୍ତି ଶ୍ରଦ୍ଧାଳୁ । ନୌକା ବିହାର କରି ଠାକୁରଙ୍କୁ ପାଛୋଟି ଆଣୁଛନ୍ତି ଶ୍ରଦ୍ଧାଳୁ । ୨ ବର୍ଷରେ ଥରେ ମାଲକାନଗିରି ଜିଲ୍ଲାରେ ଆୟୋଜିତ ହୁଏ ପ୍ରସିଦ୍ଧ ବଡଯାତ୍ରା । ଆଦିବାସୀଙ୍କ ଅଧିଷ୍ଠାତ୍ରୀ ଦେବାଦେବୀ ପ୍ରଭୁ କାନାମରାଜୁ, ବାଲାରାଜୁ, ପୋତରାଜୁ […]

ସିଲଭର୍ ସିଟିରେ ଫିକା ପଡ଼ିବ ହୋଲି ମଉଜ

➡️୧-ଆଜି ସୁପ୍ରିମକୋର୍ଟ ଲୋନ୍ ମୋରାଟୋରିୟମ ଉପରେ ରାୟ ପ୍ରଦାନ କରିବେ, ମିଳିପାରେ ଲାଭ ➡️୨-ଲୋକସଭାରେ ବୀମା ସଂଶୋଧନ ବିଲ୍ ପାରିତ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହେବ ଆଇନ୍ ➡️୩-କୋଭିସିଲ୍ଡ ଟିକା ଦ୍ବିତୀୟ ଡୋଜ୍ ପାଇଁ ଗାଇଡ୍‌ଲାଇନ୍ ଜାରି କଲେ କେନ୍ଦ୍ର ସରକାର,ପୂର୍ବରୁ କୋଭିସିଲ୍ଡ ପ୍ରଥମ ଡୋଜ୍‌ର ୪ରୁ ୬ ସପ୍ତାହ ପରେ ଦ୍ବିତୀୟ ଡୋଜ୍ ଦିଆଯାଉଥିଲା। ଏନ୍‌ଟିଏଜିଆଇ ପରାମର୍ଶ ଅନୁସାରେ ଏଣିକି ୪ରୁ ୮ ସପ୍ତାହରେ ଦ୍ବିତୀୟ ଡୋଜ୍ ଦିଆଯାଇପାରିବ। ➡️୪-ଆଜି ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ […]

ଆଜିର ଅନୁଚିନ୍ତା

➡️ଦୁନିଆରେ ସବୁଠାରୁ ଓଜନ ଜିନିଷ ହେଉଛି ଇଜ୍ଜତ ଯାହା ଥରେ ତଳେ ପଡିଗଲେ ଆଉ କେବେ ବି ଉପରକୁ ଉଠେନାହିଁ । ➡️ନିଜେ ସବୁବେଳେ ନିଜର ଭୁଲ୍ କୁ ସ୍ବୀକାର କରନ୍ତୁ, କାରଣ ଭୁଲ୍ ସ୍ୱୀକାର କାରିଲେ ମଣିଷ କେବେହେଲେ ଛୋଟ ହୁଏନାହିଁ ବରଂ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଏ ଆଉ ନିଜକୁ ସୁଧାରିନେବା ର ବାଟ ପାଇଯାଏ। ➡️୩ଟି ଜିନିଷ ଫେରି ଆସେ ନାହିଁ-ସମୟ କଥା ସୁଯୋଗ ➡️ଜୀବନରେ କାହାକୁ ଅଧିକ ଭଲ ପାଇବ ତ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୩ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ନବମୀ, ନକ୍ଷତ୍ର-ପୁନର୍ବସୁ ,କନ୍ୟା ରାଶି ର ଘାତଚନ୍ଦ୍ର,ମକର ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ଓ  କଳମଶାଗ ଭକ୍ଷଣ ନିଷେଧ । ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ […]

ମାଲକାନଗିରିରେ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର,୨୨/୩(ଏସଏସନିୟୁଜ) ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ସହ ମାର୍ଚ୍ଚ ୩୧ ତାରିଖ ୧୧.୫୯ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ କରାଯିବ ବୋଲି ମାଲକାନଗିରି ଜିଲାପାଳ ଡ.ୟେଦୁଲା ବିଜୟ ଆଜି ଘୋଷଣା କରିଛନ୍ତି। ସର୍ବସାଧାରଣ ଜାଗାରେ ଦୋଳ ଓ ହୋଲି […]

୪ ଜଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ସରକାର

ଭୁବନେଶ୍ଵର ୨୨/୩(ଏସଏସନିୟୁଜ) ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ […]

ଇମ୍ରାନଙ୍କ ପରେ ପତ୍ନୀ ବୁସରା ବିବି କରୋନାରେ ଆକ୍ରାନ୍ତ

➡️୧-ଆଜି ଅନ୍ତର୍ଜାତୀୟ ଜଳ ଦିବସ : ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ‘କ୍ୟାଚ୍‍ ଦ ରେନ୍‍’ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ଏଣିକି ଦ୍ୱିତୀୟ ଡୋଜ୍ କରୋନା ଭାକ୍ସିନ ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ, ଜାରି ହେଲା ନିର୍ଦ୍ଦେଶ। ଅର୍ଥାତ କେହି କରୋନା ଟିକା ନେଇଥିଲେ ୫୬ ଦିନ ମଧ୍ୟରେ ରକ୍ତଦାନ କରିପାରିବେ ନହିଁ। ➡️୩-ଆଜି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ତା ସହିତ କୋଣାର୍କ […]