ମାଲକାନଗିରିରେ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର,୨୨/୩(ଏସଏସନିୟୁଜ) ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ସହ ମାର୍ଚ୍ଚ ୩୧ ତାରିଖ ୧୧.୫୯ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ କରାଯିବ ବୋଲି ମାଲକାନଗିରି ଜିଲାପାଳ ଡ.ୟେଦୁଲା ବିଜୟ ଆଜି ଘୋଷଣା କରିଛନ୍ତି। ସର୍ବସାଧାରଣ ଜାଗାରେ ଦୋଳ ଓ ହୋଲି ପର୍ବ ପାଳନ ବାରଣ କରାଯାଇଛି।କୋଭିଡ୍ ଗାଇଡ୍‌ଲାଇନ୍ ମାନି ୫୦ଜଣରେ ଦୋଳ ମେଳଣ ଅନୁଷ୍ଠିତ ହେବା ସହ ସର୍ବସାଧାରଣ ଜାଗାରେ ସର୍ବାଧିକ ୨ଶହ ଲୋକରେ ବଡ଼ଯାତ୍ରା ପାଳନ କରାଯିବ। କୋଭିଡ୍ ଗାଇଡ୍‌ଲାଇନ୍ ମାନି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ପାଳନ ସହିତ ବଡ଼ଯାତ୍ରା ପାଳନ ହେବ ବୋଲି ମାଲକାନଗିରି ଜିଲାପାଳ ସୂଚନା ଦେଇଛନ୍ତି।

Comments (0)
Add Comment