Browsing yearly archive

2021

ସୁଦାମ ମାର୍ଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼

କେନ୍ଦୁଝର, ୧୮/୧୧(ଏସଏସନିୟୁଜ) ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ  ଯୋଗ ଦେବାକୁ ଯାଇଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡି ସଂସ୍କୃତି ଭବନକୁ ମନ୍ତ୍ରୀଙ୍କ କାରକେଡ ଯିବା ବେଳେ କେନ୍ଦୁଝର ସହର କାଶୀପୁର ଠାରେ ଅଣ୍ଡାମାଡ଼ ହୋଇଛି ।ବିଜେପି ପକ୍ଷରୁ ଏହି ଅଣ୍ଡାମାଡ ହୋଇଥିବାବେଳେ ବିଜେପି ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକକୁ ପୁଲିସ ଉଠାଇ ନେଇଥିଲା ।

ଏସଟିଏଫ୍ ହାତରେ ଧରାପଡିଲେ ଜୀବନ୍ତ ବଜ୍ରକାପ୍ତା

ବାଲିଗୁଡ଼ା,୧୮/୧୧(ଏସଏସନିୟୁଜ) ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ମୁଲଚାଲ ହେଉଥିବାବେଳେ ଏସଟିଏଫ୍ ଟିମ୍ ହାତରେ ଧରାପଡିଛି ।ଘଟଣାସ୍ଥଳରୁ ବନବିଭାଗ ଓ ଏସଟିଏଫ୍ ଟିମ୍ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇ ନାମକ ଚାଲାଣକାରୀ ୨ ଜଣଙ୍କୁ ଗିରଫ କରିଛିା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଫରେଷ୍ଟ ଡିଭିଜନ୍ ଅଧୀନରେ ଥିବା ଜାତୀୟ ରାଜପଥ-୫୯ରେ ଜାକିକିଆ ଗାଁ ନିକଟରେ ବନବିଭାଗ ଓ ଏସଟିଏଫ୍ ଟିମ୍ ମିଳିତଭାବେ ଚଢ଼ାଉ କରିଥିଲେ।

ପୋଖରୀରେ ବୁଡ଼ି ମା’ ପୁଅ ମୃତ

ନିଆଳି, ୧୮/୧୧(ଏସଏସନିୟୁଜ) କୃଷ୍ଣପ୍ରସାଦ ପଞ୍ଚାୟତ ପୋଖରୀରେ ଗାଧୋଉ ଥିବା ବେଳେ ବୁଡ଼ିଯାଇଛନ୍ତି ମା ଓ ପୁଅ । ମାଆ ସହ ୭ ବର୍ଷ ପୁଅ ଗାଧୋଉଥିବାବେଳେ ଏହି ଅଘଟଣ ଘଟିଛି । ମା ଓ ପୁଅ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ଖବର ପାଇ ଅଗ୍ନିଶମ ଓ ପୋଲିସ୍ ଘଟଣାସ୍ଥଳରେ ପହଁଚିବାସହ ମୃତ ଦେହକୁ ଉଦ୍ଧାର କରିଛନ୍ତି ।

ଦୀପ ନିଆଁରୁ ଲାଗିଲା ନିଆଁ,୩ ସଦସ୍ୟ ଗୁରୁତର

ଭଞ୍ଜନଗର, ୧୮/୧୧(ଏସଏସନିୟୁଜ)ଘରେ ବାଇକରେ ପେଟ୍ରୋଲ ପକାଇବାବେଳେ ଦୀପ ନିଆଁ ସ୍ପର୍ଶରେ ଆସି ବାଇକ ଜଳି ଯିବା ସହ ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ଆହତ ହୋଇ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି ।ଗୁରୁତର ଆହତ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସମରବନ୍ଧ ଗ୍ରାମର ପ୍ରଫୁଲ ନାୟକ,ପତ୍ନୀ ମାଗି ନାୟକ ଓ ଝିଅ ଦୀପା । ପ୍ରଫୁଲ ବଇାକରେ ପେଟ୍ରୋଲପକାଉଥିବାବେଳେ ସୁବିଧା ହେବାପାଇଁ ଝିଅ ଦୀପ ଆଣି ଦେଖାଇଥିଲା ।ଯାହଫଳରେ ଦୀପ […]

ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆଶୁଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର,୧୮/୧୧(ଏସଏସନିୟୁଜ) ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍ ସଂକ୍ରମିତ ହୋଇଥିବାବେଳେ ବିଜୟାୱାଡାରୁ ହାଇଦ୍ରାବାଦ୍‌କୁ ଏୟାର ଲିଫ୍ଟ କରାଯାଇଛି । ଗଞ୍ଚିବୋଲିର ଏଆଇଜି ହସ୍ପିଟାଲରେ ହରିଚନ୍ଦନ ଚିକିତ୍ସାଧୀନ ରହିଛନ୍ତି । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି । ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଲେଖିଛନ୍ତି ।

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏ମାସ-କାର୍ତ୍ତିକ,ପକ୍ଷ- ଶୁକ୍ଳ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨-୦୯ମି ଗତେ ପୂର୍ଣ୍ଣିମା ,ଚନ୍ଦ୍ର ଶୁଦ୍ଧି-ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର,ମେଷ ରାଶିର ଘାତଚନ୍ଦ୍ର , ନିଷିଦ୍ଧ ଖାଦ୍ୟ- ବିରି ଦିବାଘ ୧୨-୦୫ମି ଗତେ ଆମିଷଭକ୍ଷଣ ନିଷେଧ👉🏿ମେଷ: ଭକ୍ତି ଭାବ👉🏿ବୃଷ: ଧନକ୍ଷୟ👉🏿ମିଥୁନ: ସୁଖସନ୍ତୋଷ👉🏿 କର୍କଟ: କ୍ରୋଧ ବୃଦ୍ଧି👉🏿 ସିଂହ: ସେବା କାର୍ଯ୍ୟ👉🏿 କନ୍ୟା: କାର୍ଯ୍ୟ ହାନି👉🏿 ତୁଳା: ଘାତ ଚନ୍ଦ୍ର👉🏿 ବିଛା: […]

ରାବିଡ ରୋହିତଙ୍କ ପ୍ରଥମ ଭେଟି

୧. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଯୁବ ବୈଜ୍ଞାନିକ ଡଃ.ବିଶ୍ୱଜିତ୍ ପ୍ରଧାନଙ୍କ ବିଦେଶ ଗସ୍ତ ୨. ଆସନ୍ତା ୨୬ରେ ବାଲେଶ୍ୱର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ୩. IPS ସ୍ତରରେ ଅଦଳ ବଦଳ:ଆଜି ‌ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ୧୯୮୮ ବ୍ୟାଚ୍ ଆଇପିଏସ୍ […]

ଆଜିର ଅନୁଚିନ୍ତା

➡️ଶୁଦ୍ଧତା ହଜିଛି ସବୁରି ପରାଣୁ ଭାବ ଭକ୍ତି ଅଭିବ୍ୟକ୍ତି ଦେଖିବା ନ ମିଳେ ଭାଗବତ ଟୁଙ୍ଗି ପରଚର୍ଚ୍ଚା ସର୍ବେ ମାତି । ➡️ଅନ୍ୟ କାହା ପାଇଁ ନିଜକୁ ବଦଳେଇ କିଛି ଲାଭ ନାହିଁ, ବଦଳାଇବାକୁ ହେଲେ ନିଜ ପାଇଁ ନିଜକୁ ବଦଳାଅକେହି ଜୀବନ ସାରା ତୁମ ପାଖରେ ନ ରହିଲେ ବି ତୁମ ଭିତରେ ତୁମେ ସାରାଜୀବନ ରହିବ । ➡️ଉପଯୁକ୍ତ ସମୟ ଆଉ ସୁଯୋଗର ଅପେକ୍ଷାରେ ଅଛି,ଅନେକ ଜଣକୁ ଅନେକ କିଛିର ଜବାବ ଦେବାକୁ ଅଛି […]

ପୁଣି ଅଧାବାଟରେ ଅଟକିଲା ଶିଶୁରେଳଗାଡି

ବାରଙ୍ଗ,୧୭/୧୧(ଏସଏସନିୟୁଜ)ପୁଣି ବିବାଦରେ ନନ୍ଦନକାନନ ମୁଖିଆ ।ଶିଶୁରେଳଗାଡିକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛନ୍ତି ନନ୍ଦନକାନନ ମୁଖିଆ ।ଚାଲିବାବେଳଠାରୁ ଶିଶୁରେଳଗାଡିକୁନେଇ ଚର୍ଚ୍ଚା ରେ ରହିଛ ।ପର‌୍ୟ୍ୟଟକଙ୍କ ମୂଖ୍ୟ ଆକର୍ଷଣ ସାଜିଥିବା ଶିଶୁ ରେଳଗାଡ଼ିରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି।ଯାହାକୁ ନେଇ ପର‌୍ୟ୍ୟଟକ ମହଲରେ ଅସନ୍ତୋଷ ଦେଖାଦେଇଛି।ବୁଧବାର ୫ଟି ଟ୍ରିପରେ ୨୦୦ ଜଣ ପର୍ଯ୍ୟଟକ ଭ୍ରମଣ କରିଥିବା ବେଳେ ଅପରାହ୍ନ ୪ ସମୟରେ ଷଷ୍ଠ ଟ୍ରିପରେ ପ୍ରାୟ ୬୦ ଜଣ ପର‌୍ୟ୍ୟଟକଙ୍କୁ ନେଇ ଫେରୁଥିବା ସମୟରେ ୯ନମ୍ବର ପାଖ ନୂତନ […]

ଆରମ୍ଭ ହେଲା ସଙ୍କିର୍ତନ ମହୋସ୍‌ବ

ବାରଙ୍ଗ,୧୭/୧୧(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ମା ସାଥି ଭଉଣୀ ମନ୍ଦିର ପରିସରରେ ୫୨ ମଣ୍ଡଳ ମହାକାର୍ତିକ ସଙ୍କୀର୍ତ୍ତନ ମହୋତ୍ସବ ଆରମ୍ଭ ହୋଇଛି।ବୁଧବାର ସକାଳ୯ଟାରେ ଏହି ମହୋସ୍‌ବ ଆରମ୍ଭ ହୋଇଛି ।ପ୍ରତିବର୍ଷପରି ଚଳିତବର୍ଷ ପଂଚୁକ ତିଥିରେ ଏହା ହୋଇଥାଏ ।ଏଥିରେ ବାଲିପଡ଼ା, ଗଣ୍ଡରପୁର, କଣ୍ଟୁଣିଆ, କଲାରାହାଙ୍ଗ, ମରିଚିଆ, ଇଞଣା, କଲ୍ୟାଣପୁର, ଆଠଗଡ଼, ଧୁଋଷିଆ, ନୁଆଶାସନ ଆଦି ୧୧ ସଙ୍କୀର୍ତ୍ତନ ମଣ୍ଡଳୀ ଭାଗ ନେଉଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟିର ମହନ୍ତ ନଳିନୀ କୁମାର ସ୍ବାଇଁ, ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା, ସଭାପତି […]