ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆଶୁଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର,୧୮/୧୧(ଏସଏସନିୟୁଜ) ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍ ସଂକ୍ରମିତ ହୋଇଥିବାବେଳେ ବିଜୟାୱାଡାରୁ ହାଇଦ୍ରାବାଦ୍‌କୁ ଏୟାର ଲିଫ୍ଟ କରାଯାଇଛି । ଗଞ୍ଚିବୋଲିର ଏଆଇଜି ହସ୍ପିଟାଲରେ ହରିଚନ୍ଦନ ଚିକିତ୍ସାଧୀନ ରହିଛନ୍ତି । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି । ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଲେଖିଛନ୍ତି ।

Comments (0)
Add Comment