Browsing monthly archive

June 2022

ଝାମ୍ପି ନେଲେ ୧୨ ଲକ୍ଷ

ଭଦ୍ରକ,୯/୬(ଏସଏସନିଉଜ) ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ନିକଟରେ ଜଣେ ଶିକ୍ଷକଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା ଲୁଟେରାମାନେ ଲୁଟିନେଇଛନ୍ତି । ଅଗରପଡ଼ା ହାଇସ୍କୁଲର ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରୁ ୧୨ ଲକ୍ଷ ୪୬ ହଜାର ଟଙ୍କା ଉଠାଇଥିଲେ। ବ୍ୟାଗରେରେ ଟଙ୍କାରଖି ବ୍ୟାଙ୍କରୁ ବାହାରିବାବେଳେ କଳା ପଲସର୍ ରେ ଆସି ଦୁଇଜଣ ଲୁଟେରା ତାଙ୍କ ନିକଟରୁ […]

ଅଟୋ ସହ ୧୫୦ଲିଟର ଦେଶୀମଦ ଜବତ

ବାରଙ୍ଗ,୮/୫(ଏସଏସନିଉଜ)ବାଙ୍କୀ ପଟରୁ ଅଙ୍ଗାରପଡା ଦେଇ ଯାଉଥିବା ଏକ ଦେଶୀ ମଦ ବୋଝେଇ ଅଟୋକୁ ମେଣ୍ଢାଶାଳ ଫାଣ୍ଡି ପୋଲିସ ମଙ୍ଗଳବାର ରାତିରେ ଜବତ କରିଛି ।ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଅଙ୍ଗାର ପଡା ଗାଁ ମୁଣ୍ଡରେ ଜଗିରହିଥିଲେ ।ଏହି ସମୟରେ ଓଆର ୦୨-ବିଜି-୬୯୪୨ ନମ୍ବର ଅଟୋଟି ଦ୍ରୁତଗତିରେ ଆସୁଥିବାବେଳେ ତାକୁ ରୋକିଥିଲେ ।ଅଟୋରେ ଥିବା ୬ଟି ବ୍ଲାଡରରେ ଥିବା ୧୫୦ଲିଟର ଦେଶୀ ମଦ କୁ ଜବତ କରିବା ସହ ଅଟୋ ଚାଳକ ରମେଶ ସ୍ୱାଇଁଙ୍କୁ ଗିରଫ କରି […]

ଆରମ୍ଭ ହେଲା ଗୁଳିବିଦ୍ଧ ହାତୀର ଚିକିତ୍ସା

ନରସିଂହପୁର, ୯/୬(ଏସଏସନିଉଜ)ନରସିଂହପୁର ଜୟପୁର ସଂରକ୍ଷିତ ଜଙ୍ଗଲ ଅଧୀନ ତାମେରା ନାଳ ନିକଟରେ ପଡ଼ିରହିଥିବା ଗୁଳିବିଦ୍ଧ ଦନ୍ତାହାତୀକୁ ପ୍ରାଣୀ ଚିକିତ୍ସକମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ଚିକିତ୍ସା ଆରମ୍ଭ କରିଛି ।ହାତୀ ଦେହର ବିଭିନ୍ନ ସ୍ଥାନରେ ୫ଟି ଗୁଳି ବାଜିବାସହ ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡ଼ରେ ଆଘାତ ଲାଗିଛି।ତେବେ ଶିକାରୀମାନେ ହାତୀଦାନ୍ତ ନେବା ପାଇଁ ଏପରି କାଣ୍ଡ କରିଥିବାର ଅଭିଯୋଗ ହୋଇଛି ।ବିଧାୟକ ଦେବୀ ପ୍ରସାଦ ମିଶ୍ର, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, […]

ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ମାଲକାନଗିରି, ୯/୬(ଏସଏସନିଉଜ) କାଲିମେଳା ଏମଭି ୧୨୬ ଠାରେ ଗ୍ରାମବାସୀମାନେ ଟାୟାର ଜାଳି ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।ଯାହାଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଜମି ବିବାଦକୁ ନେଇ ଗ୍ରାମବାସୀମାନେ ଏପରିକରିଥିବାର ଜଣାପଡିଛି ।ଜାକଲକୁଣ୍ଡି ମୌଜାର ସରକାରୀ ଜମିକୁ ଗ୍ରାମବାସୀଙ୍କ ଦଖଲ କରିଥିବାବେଳେ ଅନ୍ୟ ସମ୍ପ୍ରଦାୟର ଲୋକେ ରାତାରାତି ମାଡ଼ି ବସିଥିବା ଅଭିଯୋଗ କରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି ।  

ପୁଲିସ ପଞ୍ଝାରେ ସୁପାରି କିଲର୍‌

ଜଟଣୀ, ୯/୬(ଏସଏସନିଉଜ) ଜଟଣୀ ଥାନା ପୁଲିସ ହାତରେ ଧରାପଡିଛନ୍ତି ୩ କୁଖ୍ୟାତ ଅପରାଧୀ ।ସେମାନେ ହେଲେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଧର୍ମେନ୍ଦ୍ର ରାଉତ ଓରଫ ବିକ୍ରମ ,ଦୀପ୍ତିରଂଜନ ଜେନା ଓରଫ ଦୀପୁ ଏବଂ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳର ସନ୍ତୋଷ ମାର୍ଥା ଓରଫ କୁନ୍ଥା । ପୁଲିସ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ୧୩ଟି ଗୁଳି, ଗୋଟିଏ କାର୍‌, ଗୋଟିଏ ବାଇକ୍ ଓ ୩ଟି ମୋବାଇଲ୍ ଜବତ କରିଛି।ତେବେ କେନ୍ଦ୍ରାପଡ଼ାର ବିକ୍ରମ ଓ ଦୀପୁ ସୁପାରି କିଲର୍ […]

ବାଲି ଅତଡ଼ାରେ ଚାଲିଗଲା ଦୁଇ ନାବାଳକ ଜୀବନ

କେନ୍ଦ୍ରାପଡ଼ା, ୯/୬(ଏସଏସନିଉଜ) ସଦର ଥାନା ଅନ୍ତର୍ଗତ ମାଗୁରା ଗଣ୍ଡପାଟଣା ଗାଁରେ ବାଲି ଅତଡ଼ା ଖସି ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି। ଘର ନିକଟରେ ଗଦାହୋଇରହିଥିବା ବାଲିଗଦାରେ ଗାତଖୋଳି ଖେଳୁଥିବାବେଳେ ହଠାତ୍ ଅତଡ଼ା ଧସିଯିବାରୁ ସେମାନେ ବାଲି ଭିତରେ ପୋତି ହୋଇଯାଇଥିଲେ। ବିଳମ୍ବିତ ରାତିରେ ପରିବାରଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ।କିନ୍ତୁ ସେସମୟବେଳକୁ ଦୁଇନାବାଳକ ଦୁଇଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।ଏହି ଅଭାବନୀୟ ଘଟଣାକୁ େଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  

ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ

କଟକ,୯/୬(ଏସଏସନିଉଜ)ଦେଶରରେ କେତକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢୁଥିବାବେଳେ ଏବେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସିଏମସି ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଛାତ୍ରାବାସରୁ କିଛି ପିଲାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ କରାଯାଇଥିବା ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟରୁ ୧୩ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।  

ଗୁପ୍‌ଚୁପ୍ ପାଇଁ କାଟିଲେ ତଣ୍ଟି

ଢେଙ୍କାନାଳ ,୯/୬(ଏସଏସନିଉଜ) ବୁଧବାର ରାତିରେ ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ଗୁପ୍‌ଚୁପ୍ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକ ବିଭୂତି ସାହୁ ଙ୍କ ତଣ୍ଟି କାଟିଦେଲେ ଗୁପ୍‌ଚୁପ୍ ବ୍ୟବସାୟୀ ଜଗନ୍ନାଥ ସାହୁ ଓରଫ ଯୋଗିଆ ।ରାତିରେ ନିଶାସକ୍ତ ଅବସ୍ଥାରେ ବିଭୂତି ଠେଲା ନିକଟକୁ ଆସି ଗୁପ୍‌ଚୁପ୍ ଖାଇ ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା କ୍ରମାନ୍ୱୟରେ ଏହା ଉଗ୍ରରୂପ ଧାରଣା କରିଥିଲା […]

ଆଜିର ରାଶିଫଳ

ଗୁରୁବାର୨୦୨୨ ମସିହା ଅଦ୍ୟ ଜୁନ ମାସ ୯ ତାରିଖ,ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦ ଘ୮/୪୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୫/୧୦/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୨୦,ତୁଳା ଓ କୁମ୍ଭ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉଦିବା ଘ୮/୪୬ ଗତେ କଳମ ଶାଗ ଭକ୍ଷଣ ନିଷେଧ। 🐏ମେଷ👉ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ। କୌଣସି କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। 🐮ବୃଷ👉ଛୋଟଛୋଟ କଥାରେ ଧ୍ୟାନ ଦେଲେ […]

୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଦଳ

ଭୁବନେଶ୍ୱର,୮/୬(ଏସ ଏସ ନିଉଜ)୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ।ଦର୍ଶକଙ୍କ ମଧ୍ୟରେ ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ | ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି | କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ। ହୋଟେଲ ବୁକିଂ ସରିଥିବା ବେଳେ ଏନର୍ଜି ଓ ଡାଏଟ ଫୁଡ୍ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ […]