Browsing yearly archive

2022

ଭିଜିଲାନ୍ସଜାଲରେ ସେକ୍ସନ ଅଫିସର

ବଲାଙ୍ଗିର,୧୮/୧୧(ଏସଏସ ନିଉଜ)୧୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ସେକ୍ସନ ଅଫିସର।ବେଲପଡ଼ା ତହସିଲ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତ ଧରାପଡ଼ିଲେ।ଜମି ମୁ୍ୟଟେସନ ପାଇଁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।

ଅଟୋ ଡ୍ରାଇଭରକୁ ବାନ୍ଧିଲା ପୋଲିସ।

ଆସିକା,୧୭/୧୧(ଏସ ଏସ ନିଉଜ) ସ୍କୁଲ ନେବା ଆଣିବା ବେଳେ ୪ ବର୍ଷର ଛାତ୍ରୀକୁ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ବାନ୍ଧିଛି ଆସିକା ପୋଲିସ। ସ୍କୁଲରୁ ଘରକୁ ଆଣିବା ବେଳେ ରାସ୍ତାରେ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଘରେ ଛାତ୍ରୀଟି ମାକୁ ଜଣାଇବା ପରେ ଏତଲା କରିଥିଲେ ପରିବାରଲୋକ। ଏତଲା ଅନୁସାରେ ଅଭିଯୁକ୍ତ ୪୦ ବର୍ଷର ଅଟୋ ଡ୍ରାଇଭର ଗିରଫ କରିଛି ପୋଲିସ ।

ଉଦ୍‌ଯାପିତ ହେଲା କଟକର ଐତିହାସିକ ବାଲିଯାତ୍ରା

କଟକ,୧୭/୧୧(ଏସଏସ ନିଉଜ)ବାଲିଯାତ୍ରାର ଶେଷ ରାତ୍ରୀରେ ବି ପ୍ରବଳ ଭିଡ।କଟକର ତଳ ଓ ଉପର ବାଲିଯାତ୍ରା ପଡିଆରେ ପଡିଥିବା ୪୨୦ଟି ଷ୍ଟଲରେ ହୋଇଛି ଜବରଦସ୍ତ ବେପାର । ୧୦ ଦିନରେ ପାଖାପାଖି ୨ ଶହ କୋଟିର ହୋଇଛି ବିଜନେସ୍ । ବେପାର ଓ ଗହଳିରେ ବାଲିଯାତ୍ରାର ରେକର୍ଡ଼ ସୃଷ୍ଟି ହୋଇଛି । ଆକର୍ଷଣୀୟ ଲେଜର ସୋ ତାସାଙ୍ଗକୁବଲିଉଡ ଓ ଓଲିଉଡ୍ କଳାକାରଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବି ସାଜିଥିଲା ବାଲିଯାତ୍ରାର ଆକର୍ଷଣ । ଏଥର ବାଲିଯାତ୍ରାକୁ ପ୍ଲାଷ୍ଟିକ […]

ନିମନ୍ତ୍ରଣ ରହିଲା ସାର୍

ଭୁବନେଶ୍ୱର,୧୭/୧୧(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିବାହର ନିମନ୍ତ୍ରଣପତ୍ର ଦେଲେ ଯୁବ ବୈଜ୍ଞାନିକ ଶେଷ କିଷାନ। କୋର୍ଟମ୍ୟାରେଜ ପରେ ଆନୁଷ୍ଠନିକଭାବେ ବିବାହ କରିବାକୁ ଯାଉଛନ୍ତି ଶେଷ। ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନବୀନଙ୍କୁ କଲେ ନିମନ୍ତ୍ରଣ ।

ବାରଙ୍ଗ ପ୍ରେସ୍‌ କ୍ଲବ୍ ରେ ସାମ୍ବାଦିକ ଦିବସ

ବାରଙ୍ଗ ,୧୭/୧୧(ଡିଏନଏ) ଆନନ୍ଦ ବଜାର ସ୍ଥିତ ବାରଙ୍ଗ ପ୍ରେସ୍‌ କ୍ଲବ୍ ପରିସରରେ ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି। କ୍ଲବ୍ ର ସଭାପତି ଲିଙ୍ଗରାଜ ରାଉତଙ୍କ ସଦ୍ଭାପତିତ୍ଵରେ ଅନୁଷ୍ଠିତ ସଭାରେ ସାମ୍ବାଦିକତା ଓ ସାମ୍ବାଦିକ ସୁରକ୍ଷା ଓ ବିଭିର୍ଣ ପ୍ରସଙ୍ଗକୁ ନେଇ  ଆଲୋଚନା କରାଯାଇଥିଲା। ସମ୍ପାଦକ ରୁଦ୍ର ନାରାୟଣ ଷଡଙ୍ଗୀ ପରିଚାଳନା କରିଥିବା ବେଳେ ପ୍ରକାଶ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସ୍ଵାଇଁ, କମଳାକାନ୍ତ ନାୟକ,ତୁଷାର କାନ୍ତ ବେହେରା, ତାପସ କୁମାର ଜେନା, ଦୁଷ୍ମନ୍ତ କୁମାର ଜେନା, […]

ଖାଉନି ଅନିତା,ବଢୁଛି ଚିନ୍ତା

ବାରଙ୍ଗ,୧୭/୧୧ (ଏସଏସନିଉଜ) ଏବେ ନନ୍ଦନକାନନରେ କଲରାପତରିଆ ବାଘୁଣୀ ଅନିତା ଖାଇବା ଛାଡ଼ିଦେଇଛି । ସେ ଦୁଇଦିନ ହେବ କିଛି ଖାଉଛି ନା ଠିକ୍ ସେ ଚଲାବୁଲା କରୁଛି । ସେ ଏବେ ଗୁରୁତର ହୋଇ ତାର ଚିକିତ୍ସା ଚାଲିଛି । କିଛିଦିନ ଖାଦ୍ୟ ଖାଉନଥିବା ବେଳେ ମଳତ୍ୟାଗ କରୁନାହିଁ । ତେବେ ପ୍ରାଣୀ ଚିକିତ୍ସକ ତାର ଅଲଟ୍ରାସାଉଣ୍ଡ କରିବା ପରେ ତାର ପେଟରେ ପାଣି ଜମିବା ସହିତ ଲିଭର୍ ସଂକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୧୮ ତାରିଖ (ଶୁକ୍ରବାର)ମାର୍ଗଶୀର ମାସ –କୃଷ୍ଣପକ୍ଷ ,ତିଥି-ନବମୀ ,,ସୁର୍ୟୋଦୟ ପ୍ରାତଃ ଘ୦୬/୦୦/୦୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୫୭ ,ବିଛା,ଧନୁ ଓ ମୀନ ରାଶିର ଘାତବାର ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଲାଉ ,କଳମ ଶାଗ ଭକ୍ଷଣ ନିଷେଧ । ମେଷ-ଆଜିର ଦିନରେ ମିଶ୍ରିତ ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ଉପଦେଶ। ଶତ୍ରୁମାନଙ୍କଠାରୁ […]

ସମବାୟସମିତିରେ ଆର୍ଥିକ ସାକ୍ଷରତା ଶିବିର

ବାରଙ୍ଗ,୧୬/୧୧(ଏସ ଏସ ନିଉଜ) ମେଣ୍ଢାଶାଳ ସେବା ସମବାୟ ସମିତିରେ ସମବାୟ ସପ୍ତାହ ପାଳନ ଅବସରରେ ନାବାର୍ଡ ସହାୟତାରେ ଆର୍ଥିକସାକ୍ଷରତାଶିବିର ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମବାୟବ୍ୟାଙ୍କର ଶାଖାପରିଚାଳିକା ସସ୍ମିତାନାୟକ. ସୁପରଭାଇଜର ସନ୍ତୋଷକୁମାରମଙ୍ଗରାଜ. ସମିତିରସଭାପତି ମହେନ୍ଦ୍ରକୁମାର ପ୍ରଧାନ.ସମ୍ପାଦକ ହିମାଂଶୁ ଶେଖର ସାମନ୍ତରାୟ.ସଭ୍ୟ ମୁରଲୀଧର ମହାନ୍ତି. ରାଜା ଖାନ. ନିମାଇଁ ବିଶ୍ୱାଳ. ସରୋଜପାତ୍ର. କୁନ୍ତଳାପଟ୍ଟନାୟକ. ପବିତ୍ର ପଟ୍ଟନାୟକ.ଗୁରୁପ୍ରସାଦ ସାମନ୍ତରାୟ. କାଳୁ ଦାସ. ରତ୍ନାକର ସାହୁ. ପ୍ରଫୁଲ କୁମାରଶ୍ରୀଚନ୍ଦନ. ଭାସ୍କରଚନ୍ଦ୍ର ସୁବୁଦ୍ଧି.ବାଙ୍କବିହାରୀଦାସ. କାର୍ତିକଦାସ. ପଠାଣି ମହାରଣା, ବିଧୁରଞ୍ଜନ ସାମନ୍ତରାୟ  ଉପସ୍ଥିତଥିଲେ […]

ଆଜିର ରାଶିଫଳ

କାଞ୍ଜିଅଁଳା ନବମୀ ଓ ମାଣବସା ଗୁରୁବାର ,୨୦୨୨ମସିହା ନଭେମ୍ବରମାସ ୧୭ତାରିଖ (ଗୁରୁବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୯/୪୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୩/୨୧ତୁଳା ଓ କୁମ୍ଭରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ନବମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନଡ଼ିଆ ,ଲାଉ ଭକ୍ଷଣ ନିଷେଧ ମେଷ👉ଲାଗି ରହିଥିବାସମସ୍ୟାର ସମାଧାନହେବ। କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ। ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କଲାଗି ଦିନଟି ଶୁଭ। ମାନପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀଙ୍କଠାରୁ ଶୁଭ ଖବର ପାଇବେ। ବୃଷ👉ଆଜି ଆପଣ […]

ଆଜିର ରାଶିଫଳ

ବିଛା ସଂକ୍ରାନ୍ତି ଓ ପ୍ରଥମାଷ୍ଟମୀ ,୨୦୨୨ମସିହା ନଭେମ୍ବରମାସ ୧୬ତାରିଖ(ବୁଧବାର)ମାର୍ଗଶୀର ମାସ –କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ.ସୁର୍ୟୋଦୟ ପ୍ରାତଃ ଘ୦୫/୫୯/୧୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୩/୪୫ ,କର୍କଟରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ , ନଡ଼ିଆ ଭକ୍ଷଣ ନିଷେଧ । 🐏ମେଷ👉ଆପଣଙ୍କପାଇଁ ଏକ ଶୁଭଦିନ ହେବ। ବନ୍ଧୁପରିଜନଙ୍କ ସହିତ ସାମାଜିକ କାର୍ଯ୍ୟରେ ବ୍ୟସ୍ତରହିବେ।ମିତ୍ରମାନଙ୍କଠାରୁ ସହଯୋଗ ପାଇବେ। ଧାର୍ମିକସ୍ଥଳକୁ ଭ୍ରମଣ ରେ ଯାଇପାରନ୍ତି । ଆକସ୍ମିକ ଧାନ ପ୍ରାପ୍ତିହେବ। 🐮ବୃଷ👉ଦିନଟି ଭଲରେ କଟିବ I ନୂତନ କର୍ମସଂସ୍ଥାନରେ […]