Browsing yearly archive

2022

ମୃତ୍ୟୁର କାରଣ ଖୋଜୁଛି ଶିକ୍ଷାବିଭାଗ

ଢେଙ୍କାନାଳ,୧୫/୧୧(ଏସଏସନିଉଜ) କଙ୍କଡାହାଡ଼ବ୍ଳକ ଡଙ୍ଗାପାଳ କସ୍ତୁରବାଗାନ୍ଧୀ ବାଳିକାବିଦ୍ୟାଳୟର ଷଷ୍ଠ ଶ୍ରେଣୀରଛାତ୍ରୀ ଲଷ୍ମୀ ମୁଣ୍ଡାଙ୍କର(୧୨) କାମାକ୍ଷାନଗରମେଡ଼ିକାଲରେ ମୃତ୍ୟୁହୋଇଛି।ଲଷ୍ମୀ ଛାତ୍ରୀନିବାସରେ ରହିଥିବାବେଳେ ସକାଳେ ଅସୁସ୍ଥହେବାରୁ ତାଙ୍କୁ ମେଡ଼ିକାଲକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ କଙ୍କଡାହାଡ଼ବ୍ଲକ ଶିକ୍ଷାଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭକରିଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡିନାହିଁ ।        

ଆଉ ଗୋଟେଦିନ ବଢିଲା କଟକବାଲିଯାତ୍ରା

କଟକ, ୧୫/୧୧(ଏସଏସନିଉଜ) ୧୬ ତାରିଖ ପରିବର୍ତ୍ତେ ୧୭ ତାରିଖରେ ଶେଷ ହେଵ ବାଲିଯାତ୍ରା ।ବାଲିଯାତ୍ରା ଦିନଟିଏ ବଢ଼ିଲା ।ଐତିହାସିକ କଟକବାଲିଯାତ୍ରା ଗୋଟିଏଦିନ ବଢ଼ିଲା। ଗୋଟିଏଦିନ ବୃଦ୍ଧିନେଇ କଟକଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଶେଷ ହେବାର ଥିଲା କିନ୍ତୁ ଗୁରୁବାର ସରିବ ବାଲିଯାତ୍ରା ।    

ମୋଦିଙ୍କ ମୁହଁରେ କଟକ ବାଲିଯାତ୍ରା

ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଇଣ୍ତୋନେସିଆ ବାଲିରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି ।ସେଠାରେ ପହଁଚି ବ୍ରିଟେନ୍‌ର ନୂଆପ୍ରଧାନମନ୍ତ୍ରୀ ରିଷିସୁନକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ତୋନେସିଆ ବାଲିରେ ପ୍ରବାସୀଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଦେଇ କଟକର ଐତିହାସିକ ବାଲିଯାତ୍ରା କଥା କହିଛନ୍ତି । ବାଲିରେ ଏତେ ବଡ଼ଯାତ୍ରା ଧୂମଧାମରେ ପାଳନ କରାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  

ମଝିସମୁଦ୍ରରେ ସମରାଭ୍ୟାସ

ପାରାଦୀପ,୧୫/୧୧(ଏସଏସନିଉଜ)ପାରାଦୀପରେ ମଝିସମୁଦ୍ରରେ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । , ୪ଟିରାଜ୍ୟର ୨ଦିନିଆ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ ହୋଇଛି । ଓଡ଼ିଶାସମେତ ଆନ୍ଧ୍ର , ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସାମିଲ୍ ଏଥିରେ ହୋଇଛି । ନୌସେନା , ପୁଲିସ , କଷ୍ଟମ ଓ ମତ୍ସ୍ୟ ବିଭାଗକୁ ନେଇ ସମରାଭ୍ୟାସ ହେଉଥିବାବେଳେ ଜଳପଥରେ ବାହ୍ୟଶତ୍ରୁର ପ୍ରବେଶ ଉଦ୍ୟମକୁ ପ୍ରତିରୋଧ ଲକ୍ଷ୍ୟ ରଖାଯାଇଛି ।

ଇତିହାସ ରଚିଲା ରୌପ୍ୟ ନଗରୀ

କଟକ,୧୫/୧୧(ଏସଏସନିଉଜ) ୨୨ମିନିଟରେ ୩୫ହଜାର କାଗଜଡଙ୍ଗା ତିଆରିକରି ରେକର୍ଡ ସୃଷ୍ଟି, କରିଛନ୍ତି ବାରବାଟୀ ଷ୍ଟାଡିଅମରେ ସ୍କୁଲ ଛାତ୍ରଛାତ୍ରୀ ଓ ସିଏମ୍‌ସି ଅଧିକାରୀ । କାଗଜଡଙ୍ଗା ତିଆରିରେ ଗିନିଜ ବୁକ୍ ଅଫ୍ ରେକର୍ଡ କରିଛି ।୨୧୨୧ଜଣପିଲା ୩୫ ମିନିଟରେ ତିଆରି କଲେ ୨୩ ହଜାର କାଗଜଡଙ୍ଗା ତିଆରିକରି ଗିନିଜ ୱାର୍ଲ୍ଡ ରେକର୍ଡ କରିପାରିଛି। ପୂର୍ବରୁ ବାହାର ରାଜ୍ୟରେ ୧୩୦୪ଟିଡଙ୍ଗା ନିର୍ମାଣ କରିଥିବା ବେଳେ ତାହାକୁ ଅତିକ୍ରମ କରିଛି କଟକ। ବାଲିଯାତ୍ରା କୁ ବିଶ୍ଵ ଦରବାରରେ ପ୍ରସିଦ୍ଧି ପାଇଁ କରାଯାଇଥିବା ଏହି […]

କୋଟିପତି ରବିନାରାୟଣ !

ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଉଦଳା ଜଡଝଝର ସହକାରୀନିର୍ବାହୀଯନ୍ତ୍ରୀ ରବିନାରାୟଣପଣ୍ଡାଙ୍କ ସରକାରୀଘରୁ ଆଉ ୨ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନସ । ବର୍ତ୍ତମାନସୁଦ୍ଧା ପ୍ରାୟ ୨୯ଲକ୍ଷ ନଗଦଟଙ୍କା ଜବତ କରିଥିବାର ସୁଚନା ମିଳିଛି । ରବିନାରାୟଣଙ୍କର ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ, ୧୨ଟିପ୍ଲଟ ଠାବ ହୋଇଥିବାବେଳେ ଏହାବାଦ ୧କିଲୋଗ୍ରାମ ସୁନା ସମେତ ୧.୨ କୋଟିର ବ୍ୟାଙ୍କ ଜମା ଥିବା ଜଣାପଡିଛି ।

ମହାପ୍ରଭୂଙ୍କ ପାଇଁ ମାମୁଁ ଘରୁ ଗଲା ପୋଢୁଆଁ ଭାର

ପୁରୀ,୧୫/୧୧(ଏସଏସନିଉଜ) ବୁଧବାର ମାର୍ଗଶୀର ଅଷ୍ଟମୀ ତିଥି ପ୍ରଥମାଷ୍ଟମୀ ରେ ପୋଢ଼ୁଆଁ ହେବେ ବଡ଼ ଠାକୁର । ପ୍ରାଚୀକୁଳ ମାଧବଜଗନ୍ନାଥ ମହାପ୍ରଭୁଙ୍କ ମାମୁଁ ।ତେଣୁ ମହାପ୍ରଭୁଙ୍କପାଇଁ ମାମୁଁ ଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ପୋଢୁଆଁ ଭାର ।ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ପଠାଯାଇଛି ।ସପ୍ତମୀତିଥି ମଙ୍ଗଳବାର ସକାଳ ୭ଟା ୩୦ରେ ଶ୍ରୀମାଧବଜିଉଙ୍କ ପୀଠରୁ ଏହି ପୋଢୁଆଁ ଭାର ଶୋଭାଯାତ୍ରାରେ ବାହାରିଛି […]

କେନ୍ଦୁପାଟଣା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଦିବସ ପାଳନ

ବାରଙ୍ଗ,୧୪/୧୧(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତଦାଢା,ରଘୁନାଥପୁର,କଲ୍ୟାଣପୁର,ବରିମୁଣ୍ଡ,ଇଞଣା ଆଦି ୫ପଞ୍ଚାୟତର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଶିଶୁଦିବସ ପାଳନ ହୋଇଯାଇଛି।ଦାଢା ପଞ୍ଚାୟତର କେନ୍ଦୁପାଟଣା -୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ମହାଆଡମ୍ବର ସହ ଶିଶୁଦିବସ ପାଳିତ ହୋଇଯାଇଛି।ଅଙ୍ଗନଓ୍ବାଡି କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଶିବାନୀ ବିଶୋଇ ଶିଶୁ ଦିବସରେ କୁନିକୁନି ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ଗୋଟିଏ ଲେଖାଏଁ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ।ଏହି ପରିପେକ୍ଷୀରେ ଶ୍ରୀମତୀ ବିଶୋଇଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର ବ୍ଲକ ମହିଳା ଶିଶୁ […]

୬୯ତମ ସମବାୟସପ୍ତାହ ପାଳିତ

ମେଣ୍ଢାଶାଳ,୧୪/୧୧(ଏସଏସ ନିଉଜ)ରାଜ୍ୟସମବାୟ ବ୍ୟାଙ୍କମାନଙ୍କ ତରଫରୁ ସୋମବାରଠାରୁ ପାଳିତ ହେଉଥିବା ସମବାୟସପ୍ତାହ ଉପଲକ୍ଷେ ମେଣ୍ଢାଶାଳ ସେବା ସମବାୟସମିତି ଏହାକୁ ପାଳନ କରିଛି ।ଏହି ଉପଲକ୍ଷେ ସକାଳେ ସେବାସମବାୟ ସମିତି ଓ କେନ୍ଦ୍ରସମବାୟବ୍ୟାଙ୍କ ଶାଖା ପରିସରରେ ସମବାୟ ପତାକା ଉତୋଳନ କରାଯାଇଥିଲା ।ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରରେ ସମବାୟବ୍ୟାଙ୍କ ଶାଖାପରିଚାଳକ ସସ୍ମିତାନାୟକ,ସନ୍ତୋଷ କୁମାର ମଙ୍ଗରାଜ, ମୁରଲିଧର ମହାନ୍ତି,ରାଜଖାନଙ୍କ ସମେତ ସମିତିର ବହୁସଦସ୍ୟ ମାନେ ଉପସ୍ଥିତ ଥିଲେ ।ସୁସ୍ଥସମବାୟସମିତି ରହିଲେ ଗ୍ରାମାଂଚଳର ଚାଷୀମାନେ ଉପକୃତ ହୋଇପାରିବେ […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୧୫ ତାରିଖ (ମଙ୍ଗଳବାର) ମାର୍ଗଶୀର ମାସ -କୃଷ୍ଣପକ୍ଷ,ତିଥି-ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୮/୫୫,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୪/୦୯,ମକର ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ,ତାଳ ଭକ୍ଷଣ ନିଷେଧ।ଆଜିର ରାଶିଫଳ 🐏ମେଷ-ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକ ସ୍ଥଳକୁ ଯାତ୍ରା କରିପାରନ୍ତି। 🐮ବୃଷ-ଆଜିର ଦିନ, ଚାକିରି କରୁଥିବା ଲୋକମାନଙ୍କ ପାଇଁ ଶୁଭ […]