Browsing monthly archive

March 2023

ଶୁଣ୍ଢରେ କଚାଡି ଦେଲା ହାତୀ

କେନ୍ଦୁଝର,୨୭ା୩(ଏସଏସନିଉଜ) ମାଛ ଧରିବାକୁ ଯାଉଥିବାବେଳେ ଆକ୍ରମଣ କଲା ହାତୀ ।ଯାହାଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେଲକୋଇରେଞ୍ଜ କାଳିଆହତା ବିଟର ଲକ୍ଷ୍ମୀନାରାୟଣପୁର ଝାଲିଆ ମୁଣ୍ଡା ସାହିର ଶ୍ରୀଧରମୁର୍ମୁ ଗୁରୁତର ଆହତ ହୋଇ ତେଲକୋଇ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଦଣ୍ଡାଧରଡ୍ୟାମକୁ ଶ୍ରୀଧର ମାଛଧରିବାକୁ ଯାଉଥିବାସମୟରେ ହାତୀତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା ।

ଭାଟଖାଲି ପାହାଡରେ ଅଘଟଣ

ଆସିକା,୨୭ା୩(ଏସଏସନିଉଜ) କବିସୂର୍ଯ୍ୟନଗର  ବାଲିଛାଇ ଭାଟଖାଲି ପାହାଡରେ ଅଘଟଣ ଘଟିଛି । ପଥର ଫୁଟି ଜଣେ ଶ୍ରମିକ ମୃତ୍ୟୁବରଣ କରିଛି । ମୃତ ଶ୍ରମିକ ଜଣକ ଖୋର୍ଦ୍ଧା ଅଂଚଳର ହୋଇଥିବାର ସୂଚନା ମିଳିଛି ।

ଆଜିର ରାଶିଫଳ

୨୦୨୩ ମସିହା ମାର୍ଚ୍ଚ ମାସ ୨୮ ତାରିଖ ମଙ୍ଗଳବାର।ପୀଠ ଦେବୀ ଓ ବାସନ୍ତିକ ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା, ମା’ ମଙ୍ଗଳା ଓଷା ତୃତୀୟ ପାଳି ,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୭/୫୯ ,ସୂର୍ଯ୍ୟାସ୍ତ- ଘ୫/୫୬/୧ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ସପ୍ତମୀ ସନ୍ଧ୍ୟା ଘ୬/୪୭ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ। ,ନକ୍ଷତ୍ର- ମୃଗଶିରା ଅପରାହ୍ନ ଘ୫/୫୯ମି ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ, ସନ୍ଧ୍ୟା ଘ୬/୪୭ମି ପରେ ଐଶାନ୍ୟ କୋଣରେ। ମଙ୍ଗଳଯୁକ୍ତ ଅଗନ୍ତବ୍ୟ ତିଥି […]

ଘର ଛାଡ଼ିବେ ରାହୁଲ

ଭୁବନେଶ୍ୱର,୨୭।୩(ଏସଏସ ନିଉଜ)ସାଂସଦପଦ ରଦ୍ଦପରେ ଘର ଛାଡ଼ିବାକୁ ରାହୁଲ ଗାନ୍ଧିଙ୍କୁ ନିର୍ଦ୍ଦେଶ ମିଳିଛି। ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ଲୋକସଭା ହାଉସିଂ କମିଟି। ରାହୁଲଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି।

କୋଭିଡପାଇଁ ସତର୍କ ରହୁବାକୁ ନିର୍ଦେଶ

ଭୁବନେଶ୍ୱର,୨୭।୩(ଏସଏସ ନିଉଜ)କୋଭିଡ଼ ସଂକ୍ରମଣ ବଢୁଥିବାରୁ ଚିକିତ୍ସାବ୍ୟବସ୍ଥା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି।ସବୁ ମେଡିକାଲ କଲେଜ ଅଧୀକ୍ଷକ ,ସିଡିଏମ୍ ଓଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଚିଠି ଆସିଛି।୪ମେଡିକାଲ କଲେଜ ରେ ୨୦ ବେଡ୍ , ୨ ଆଇସିୟୁ ପ୍ରସ୍ତୁତ ରଖିବା ସହ ଜିଲ୍ଲା ଓ CHCରେ ୧୦ GC FCଟି ବେଡ୍ ଓ ଆନୁଷଙ୍ଗିକ ବ୍ୟବସ୍ଥା ଓ ଅକ୍ସିଜେନ୍ ସିଲିଣ୍ଡର ଓ କନସେନଟ୍ରେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଜିଲ୍ଲାପାଳଙ୍କ ସାମ୍ନାରେ ଧୁମ୍ କଜିଆ

ନିଆଳି,୨୭।୨(ଏସଏସ ନିଉଜ) ଜିଲ୍ଲାପାଳଙ୍କ ସାମ୍ନାରେ ଧୁମ୍ କଜିଆ କଲେ ୨ ମହିଳା ଗୋଷ୍ଠୀ। ଜିଲ୍ଲାପାଳଙ୍କ ଜନଶୁଣାଣିବେଳେ ୨ ଗୋଷ୍ଠୀ ମଧ୍ୟରେ ପ୍ରବଳ କଳିକଜିଆ ହୋଇଥିଲା। ସଭାନେତ୍ରୀ ହିସାବ ହେରଫେର କରିଥିବାର ଗୋଟିଏ ଗୋଷ୍ଠଅଭିଯୋଗ କରିଥିବାବେଳେ ତାକୁ ପ୍ରତିବାଦ କରିଥିଲେ ଅପର ଗୋଷ୍ଠୀ। ଉଭୟଗୋଷ୍ଠୀକୁ ବୁଝାସୁଝା କରିବାକୁ ଝାଳନାଳ ହୋଇଥିଲେ ଅଧିକାରୀ।

ଅଶୋକାଷ୍ଟମୀ ପାଇଁ ଲୋକାଲ ହଲିଡେ

ଭୁବନେଶ୍ୱର,୨୭।୩(ଏସ ଏସନିଉଜ)ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଲୋକାଲ ହଲିଡେ ଘୋଷଣା କରାଯାଇଛି। ୨୯ତାରିଖ ବୁଧବାର ଦିନଟିକୁ ଛୁଟି ଘୋଷଣା କଲେ କେନ୍ଦ୍ରାଞ୍ଚଳ RDC।ଲୋକାଲ ହଲିଡେ ପାଇଁ ବୁଧବାର ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ରହିବ।

ବବିଙ୍କୁ ୪ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ବିଜେଡ଼ିପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ସଭାପତି ନବୀନପଟ୍ଟନାୟକା BJD ସଂଗଠନସମ୍ପାଦକ ପ୍ରଣବପ୍ରକାଶଙ୍କୁ (ବବି)ଙ୍କୁ୪ , ଅତନୁ ଓ ଦିବ୍ୟଶଙ୍କରଙ୍କୁ୨ଟି ଲେଖାଏଁ ଜିଲ୍ଲା ଦାୟିତ୍ବ ମିଳିଛି ।ବବିଙ୍କୁ ଅନୁଗୁଳ , ଢେଙ୍କାନାଳ , କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାର ଦାୟିତ୍ୱ ମିଳିଛି ।  

ସ୍କୁଲପିଲାଙ୍କୁ ଡ୍ରାଇଭ୍ ମନା

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ଆସନ୍ତାକାଲିଠାରୁ କଡ଼ାକଡ଼ି ହେବ ଯାଞ୍ଚ୍ । ଧରାହେଲେ ୨୫ହଜାର ଯାଏ ଫାଇନ ସହ ଗାଡ଼ିମାଲିକ କିମ୍ବା ଚାଳକ ଯାଇପାରନ୍ତି ଜେଲ୍ । ୨୫ବର୍ଷ ଯାଏ ସଂପୃକ୍ତନାବାଳକଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନସ୍ ।ବେଆଇନ ଗାଡ଼ିଚଳାଉଥିବା ସ୍କୁଲ୍ ପିଲାଙ୍କୁ ଜବତପାଇଁ ପଦକ୍ଷେପ ନିଆଯାଇଛି । ବିଶେଷକରି ସ୍କୁଲ ଆଖପାଖରେ ଯାଞ୍ଚ କଡ଼ାକଡ଼ି ହେବାକାଲିଠୁ ଏପ୍ରିଲ ପ୍ରଥମସପ୍ତାହଶେଷପର୍ଯ୍ୟନ୍ତ  ସ୍ପେଶାଲ ଡ୍ରାଇଭ୍ ହେବବୋଲିପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନରଙ୍କ ସୂଚନା ଦେଇଚନ୍ତି ।  

୩ ଫୁଟ କମିଛି ହୀରାକୁଦ

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ୩ଫୁଟ କମିଛି ହୀରାକୁଦା ଗତବର୍ଷତୁଳନାରେ ଏବର୍ଷ ୩ ଫୁଟ କମିଛି ହୀରାକୁଦଜଳସ୍ତର।ଗତବର୍ଷ ଆଜିରଦିନରେ ଜଳସ୍ତର ଥିଲା ୬୧୯.୯୩ ଫୁଟ। ଆଜି ସକାଳ୮ଟାସୁଦ୍ଧା ହୀରାକୁଦଜଳସ୍ତର ରହିଛି ୬୧୬.୩୯ଫୁଟ। ଜଳସଂପଦବିଭାଗ ସର୍ବୋଚ୍ଚଯନ୍ତ୍ରୀ ଭକ୍ତରଂଜନମହାନ୍ତିଙ୍କ ସୂଚନ ଦେଇଛନ୍ତି ।