Browsing monthly archive

August 2023

ଆଖଣ୍ଡଳମଣିକୁ ଯୋଗାଯୋଗ ବିଚ୍ଛିନ୍ନ

ଭଦ୍ରକ, ୪ା୮(ଏସଏସନିଉଜ) ବନ୍ୟାଜଳରେ ଭଦ୍ରକର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ବର୍ତ୍ତମାନ ଅସୁରାଳବଜାର ଉପରେ ୩ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ପ୍ରବାହିତହେତୁ ଆଖଣ୍ଡଳମଣିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୈତରଣୀନଦୀରେ ବନ୍ୟାଯୋଗୁଁ ଶାଖାନଦୀ ରେବ, କପାଳୀ, ନାଳିଆ, କୋଚିଳା, ଗେଙ୍ଗୁଟି ବର୍ତ୍ତମାନ ଉଛୁଳିବାରେ ଲାଗିଛି ।ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଳକ୍‌ର ୩୩ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାସହ ଶତାଧିକଗାଁ ପାଣିଘେରରେ ରହିଛି।ଭଣ୍ଡାରିପୋଖରୀ ବ୍ଲକ୍‌ର କଣ୍ଟିଘାଇ ଏସ୍‌କେପ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା […]

ଜୀବନ୍ତ ଜଳିଗଲେ ଟ୍ରକଡ୍ରାଇଭର

କେନ୍ଦୁଝର,୪ା୮(ଏସଏସନିଉଜ) ସଦରଥାନାଅର୍ନ୍ତଗତ ୪୯ନମ୍ବର ଜାତୀୟରାଜପଥର ମହୁଲଡିହାଗାଁ ନିକଟରେ ଭୋରସମୟରେ ଗୋଟିଏ ଟ୍ରକକୁ ପଛରୁ ଆଉଏକ ଟ୍ରକ୍ ଧକ୍କାଦେବାପରେ ଟ୍ରକଟିରେ ନିଆଁ ଲାଗି ଜଣେ ଟ୍ରକଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଦୁଇଟି ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।ଲୁହାଚାଦର ବୋଝେଇଟ୍ରକକୁ ପଛରୁ ଏକଟ୍ରକ ଧକ୍କା ଦେବାଫଳରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଖବରପାଇ ପୁଲିସ ଓ ଅଗ୍ନିଶମବାହୀନି ଘଟଣାସ୍ଥଳରେ ପହଞ୍ଚି ଜୀବନ୍ତ ଦଗ୍ଧଡ୍ରାଇଭରକୁ ଉଦ୍ଧାର କରିଥିଲେ ।

ବନ୍ଧୁକମୁନରେ ଲୁଟିଲେ ଡକାୟତ

ସୁନ୍ଦରଗଡ଼, ୪ା୮(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ବିଜେଡି ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ଗୋପାଳପଧାନଙ୍କ ବିଲେଇମୁଣ୍ଡାସ୍ଥିତ ବାସଭବନରେ ସଶସ୍ତ୍ର ଡକାୟତି ହୋଇଛି। ୫ଜଣଡକାୟତ ଘରପଛପଟ ପଶି ବନ୍ଧୁକମୁନରେ ଭୟଭିତ କରାଇ ପରିବାରସଦସ୍ୟମାନଙ୍କୁ ବାନ୍ଧି ସୁନା, ରୂପା, ଟଙ୍କା, ଏପରିକି ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଓ ଜାଇଲୋଗାଡିକୁ ଲୁଟ କରି ଫେରାର ହୋଇଯାଇଛନ୍ତି।ଏହିଘଟଣା ସୁନ୍ଦରଗଡ଼ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛିା ଦୀର୍ଘ ଦେଢ଼ଘଣ୍ଟାକାଳ ମୁଖାପିନ୍ଧାଡକାୟତ ଲୁଟପାଟ କରିବାପରେ ଫେରାର ହୋଇଯାଇଛନ୍ତି ।ଏହି ଘଟଣା ବର୍ତ୍ତମାନ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବରପାଇ ହେମଗିରପୁଲିସ ଘଟଣାସ୍ଥଳରେ […]

ମନମୋହନ ସାମଲଙ୍କ ନୁଆଟିମ୍‌

ଭୁବନେଶ୍ୱର, ୪ା୮(ଏସଏସନିଉଜ) ବିଜେପି ରାଜ୍ସଭାପତି ମନମୋହନ ସାମଲ ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।ଏହିନୁଆ ଟିମ୍ ରେ ୩୫ ଜଣିଆ ତାଲିକାକରାଯାଇଥିବାବେଳେ ୧୦ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଉପସଭାପତି ଭାବେ ନାଉରି ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଂଚି ନାରାୟଣ […]

ମହାନଦୀରେ ୨୦ଫୁଟର ଘାଇ

ଭୁବନେଶ୍ୱର,୪ା୮(ଏସଏସନିଉଜ) କୁଜଙ୍ଗବ୍ଲକ୍ ଅନ୍ତର୍ଗତ ତେରମାଣପୁରଗାଁ ନିକଟରେ ମହାନଦୀରେ ୨୦ ଫୁଟର ଏକଘାଇ ସୃଷ୍ଟି ହେବାରୁ କୋଟସାହି ଏବେ ପାଣିଘେରରେ ରହିଛି । ଲଘୁଚାପଜନିତ ଲଗାଣବର୍ଷା ଓ ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି କିଛି ଜିଲ୍ଲାରେ ସ୍କୁଲ୍ ଛୁଟିଘୋଷଣା ହୋଇଥିବାବେଳେ ଆଜି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲିରେ ଆଦି ୪ଟିବ୍ଲକ୍‌ରେ ସ୍କୁଲ୍ ଛୁଟିଘୋଷଣା କରାଯାଇଛି।ତେବେ ଆଜିଭୋରୁ ସୃଷ୍ଟି ହୋଇଥିବା ଘାଇ ଫଳରେ ଅନେକଅଞ୍ଚଳ ଜଳମଗ୍ନ ହୋଇରହିଛି । ଲୋକେଶୋଇଥିବାବେଳେ ବନ୍ଧ ଭାଙ୍ଗିଯାଇଥିବା ସୂଚନାମିଳିଛି । ଅନ୍ୟପଟେ […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୪ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୬/୫୨ ,ସୂର୍ଯ୍ୟାସ୍ତ- ଘ୬/୧୮/୩୨ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ତୃତୀୟା ଦିବା ଘ୧/୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ଘ୧/୮ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ଶନିଯୁକ୍ତ, ମଙ୍ଗଳସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ରାତ୍ରି ଘ୧୨/୧୪ମି ପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ଚତୁର୍ଥୀର […]

ସାପୁଆନଇରେ ୨୦ଫୁଟର ଘାଈ

ଭୁବନେଶ୍ୱର,୩।୮(ଏସଏସନିଉଜ)ଏକ ମଧ୍ୟମଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି ବର୍ଷାଜନିତ ବନ୍ୟାସ୍ଥିତି ନେଇ SRC ସତ୍ୟବ୍ରତସାହୁ ସୂଚନା ଦେଇଛନ୍ତି।ସେକହିଛନ୍ତି ଯେ, ଲଗାଣବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି, ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।ସମ୍ଭାବ୍ୟ ବନ୍ୟାପାଇଁ ମହାନଦୀ ସିଷ୍ଟମର ୭ଜିଲ୍ଲାରେ ପ୍ରସ୍ତୁତି ହୋଇଛି।ବାଙ୍କୀରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ।ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।ସେହିଁଭଳି ଭାବେ ଆଠଗଡ ଧୁରୁଷିଆ ପଞ୍ଚାୟତର ରମ୍ପାବନ୍ଧଠାରେ ସାପୁଆନଇରେ ୨୦ ଫୁଟର […]

ଓଡ଼ିଶାଆସିବେ ଅମିତଶାହ

ଭୁବନେଶ୍ୱର,୩।୮(ଏସଏସନିଉଜ)କାଲି ଓଡ଼ିଶାଆସିବେ ଅମିତ ଶାହ।କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ କାଲି ଓଡ଼ିଶା ଆସୁଥିବା ସୂଚନାମିଳିଛି ।ଦୁଇଦିନିଆ ଓଡ଼ିଶାଗସ୍ତରେ ଆସୁଥିବା ସୂଚନା ରହିଛି।ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି ଶାହ l ଏନେଇ ସରକାରୀ ଭାବେ ବିସ୍ତୃତ ସୂଚନା ମିଳିନାହିଁ l

ସୋରଗାଁରେ ପସିଲା ବାଘ!

ଭୁବନେଶ୍ୱର,୩।୮(ଏସଏସନିଉଜ)ଖଇରାବ୍ଲକ ମାଖନପୁର ପଞ୍ଚାୟତ ସାଉଣ୍ଡିଆଗାଁ ଭିତରେ ମହାବଳ ବlଘ ବୁଲୁଛି। କାଂଶବାଂଶନଦୀରେ ବନ୍ୟା ଆସିବାପରେ ବାଘକୁ ଲୋକମାନେ ଦେଖିଥିବାର କୁହାଯାଉଛି। ଏହାପରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସ୍ଥାନୀୟ ଲିକମାନେ ବାଘ ବୁଲୁଥିବାନେଇ ଜଙ୍ଗଲ ବିଭାଗକୁ ଖବର ଦେଇଥିବାର ଜଣାପଡିଛି।

ଆଜିର ରାଶିଫଳ

୨୦୨୩ ମସିହା ଅଗଷ୍ଟମାସ ୩ ତାରିଖଗୁରୁବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୬/୩୨,ସୂର୍ଯ୍ୟାସ୍ତ- ଘ୬/୧୯/୨,ଶ୍ରାବଣମାସ,ଚାନ୍ଦ୍ରମଳ କୃଷ୍ଣପକ୍ଷ,ବୃହସ୍ପତି ବାସ,ତିଥି- ଦ୍ବିତୀୟା ଦିବା ଘ୪/୩୯ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ଘାତଚନ୍ଦ୍ର–ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳ ମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ବୋଇତାଳୁ, ଦିବା ଘ୪/୩୯ମି ପରେ ପଟୋଳ ଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୩/୫ମି ରୁ ଘ୬/୧୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୫୨ମି ରୁ ଘ୧/୧୬ମି ପର୍ଯ୍ୟନ୍ତ।ଶୁଭ ବେଳା–ଅମୃତ […]