ମନମୋହନ ସାମଲଙ୍କ ନୁଆଟିମ୍‌

ଭୁବନେଶ୍ୱର, ୪ା୮(ଏସଏସନିଉଜ) ବିଜେପି ରାଜ୍ସଭାପତି ମନମୋହନ ସାମଲ ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।ଏହିନୁଆ ଟିମ୍ ରେ ୩୫ ଜଣିଆ ତାଲିକାକରାଯାଇଥିବାବେଳେ ୧୦ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଉପସଭାପତି ଭାବେ ନାଉରି ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ରହିଥିବାବେଳେ ସାଧାରଣ ସମ୍ପାଦକ ଭାବେ ଯତୀନ ମହାନ୍ତି, ପୂର୍ଣ୍ଣିମା କେର୍କେଟା, ସାରଦା ପ୍ରସାଦ ଶତପଥୀ, ମାନସ କୁମାର ମହାନ୍ତି, ସିମାଞ୍ଚଳ ଖଟେଇ ପ୍ରମୁଖ ରହିଛନ୍ତି ।ତେବେ ୨୦୨୪ ସାଧାରଣନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିପକ୍ଷରୁ ଏହି ରଣନୀତି ପ୍ରସ୍ତୁତ କରାଯାଇଥିବାର ଜଣାପଡିଛି ।

Comments (0)
Add Comment