ବନ୍ଧୁକମୁନରେ ଲୁଟିଲେ ଡକାୟତ

ସୁନ୍ଦରଗଡ଼, ୪ା୮(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ବିଜେଡି ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ଗୋପାଳପଧାନଙ୍କ ବିଲେଇମୁଣ୍ଡାସ୍ଥିତ ବାସଭବନରେ ସଶସ୍ତ୍ର ଡକାୟତି ହୋଇଛି। ୫ଜଣଡକାୟତ ଘରପଛପଟ ପଶି ବନ୍ଧୁକମୁନରେ ଭୟଭିତ କରାଇ ପରିବାରସଦସ୍ୟମାନଙ୍କୁ ବାନ୍ଧି ସୁନା, ରୂପା, ଟଙ୍କା, ଏପରିକି ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଓ ଜାଇଲୋଗାଡିକୁ ଲୁଟ କରି ଫେରାର ହୋଇଯାଇଛନ୍ତି।ଏହିଘଟଣା ସୁନ୍ଦରଗଡ଼ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛିା ଦୀର୍ଘ ଦେଢ଼ଘଣ୍ଟାକାଳ ମୁଖାପିନ୍ଧାଡକାୟତ ଲୁଟପାଟ କରିବାପରେ ଫେରାର ହୋଇଯାଇଛନ୍ତି ।ଏହି ଘଟଣା ବର୍ତ୍ତମାନ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବରପାଇ ହେମଗିରପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍‌ତଆରମ୍ଭ କରିଛି ।

 

 

Comments (0)
Add Comment