Browsing monthly archive

August 2023

ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ!

ବଲାଙ୍ଗୀର,୨୫ା୮(ଏସଏସନିଉଜ)୬୦ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ପୋଲିସ ୩ଜଣଙ୍କୁ ଅଟକରଖି ପଚରାଉଚରା ଆରମ୍ଭ କରିଛି । ଗତକାଲି ରାତିରେ ବୃଦ୍ଧାଜଣଙ୍କ ରାତି ଶୋଇଥିବା ସମୟରେ ୪ଜଣ ଯୁବକ ଦୁଷ୍କର୍ମ କରିଥିବା ସହ ବୃଦ୍ଧାଙ୍କୁ ମାଡ଼ ମାରିଥିବାନେଇ ତାଙ୍କପୁଅ କଣ୍ଟାବାଞ୍ଜି ଥାନାରେ ଲିଖିତଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଚିକିସ୍‌ା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତି କରାଯାଇଛି ।ପୋଲିସ ଅଭିଯୋଗ ପାଇବାପରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିବାର ଜଣାପଡିଛି ।

ଅକ୍ଟୋବରରେ ଓଡ଼ିଶାଆସିବେ ରାହୁଲଗାନ୍ଧୀ

ଭୁବ‌ନେଶ୍ବର,୨୫ା୮(ଏସଏସନିଉଜ) ରାହୁଲଗାନ୍ଧୀ ଅକ୍ଟୋବର ଶେଷସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।ଏହାସହ ପ୍ରିୟଙ୍କା ଗାନ୍ଧୀ ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଥିବାର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତିାତେବେ ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ପ୍ରସ୍ତୁତ ହେବ ବୋଲି ଜଣାପଡିଛି । ଓଡ଼ିଶାର ୫ଜଣ ବିଧାୟକ ନୂଆଦିଲ୍ଲୀରେ ରାହୁଲଗାନ୍ଧୀଙ୍କୁ ଭେଟି ଓଡ଼ିଶାଗସ୍ତ ନେଇ ଆଲୋଚନା କରିଛନ୍ତି।  

ପ୍ରଦୀପପାଣିଗ୍ରାହୀଙ୍କ ବାଟଓଗାଳିଲେ ବିଜେଡିକର୍ମୀ

ବ୍ରହ୍ମପୁର, ୨୫ା୮(ଏସଏସନିଉଜ)ଗୋପାଳପୁରବିଧାୟକ ପ୍ରଦୀପପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓଭରବ୍ରିଜ ପାଖରେ ଅଟକାଇଥିଲେ ବିଜେଡିକର୍ମୀ ।ଗୋବ୍ୟାକ ନାରା ମଧ୍ୟ ଦେଇଥିଲେ । ୫-ଟି ସଚିବଙ୍କୁ ଚ୍ୟାଲେଞକରି ବ୍ରହ୍ମପୁର ଯାଉଥିବାବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ପୁଲିସ ଉପସ୍ଥିତିରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଆକ୍ରମଣ ମଧ୍ୟ କରାଯାଇଛି।ଏହାସହ ପ୍ରଦୀପପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନିଜ ଆୟତ୍ତକୁ ନେବାକୁ ଉଦ୍ୟମ କରିଥିଲା । ୫-ଟି ସଚିବଙ୍କ ବ୍ରହ୍ମପୁର […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୫ତାରିଖ ଶୁକ୍ରବାର।ଶ୍ରୀକ୍ଷେତ୍ରରେ ଝୁଲଣଯାତ୍ରା ଅଧିବାସ, ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୨/ ୫୭,ସୂର୍ଯ୍ୟାସ୍ତଘ୬/୪/୪୯,ଶ୍ରାବଣମାସ,ଶୁଦ୍ଧ ଶୁକ୍ଳପକ୍ଷ,ଭୃଗୁ ବାସ,ତିଥି- ନବମୀ ରାତ୍ରି ଘ୧/୫୭ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଅନୁରାଧା ନକ୍ଷତ୍ର ଦିବା ଘ୯/୪୫ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ରାତ୍ରି ଘ୧/୫୭ମି ପରେ ଉତ୍ତର ଦିଗରେ। ରିକ୍ତାତିଥି, ବୈଧୃତିଯୋଗ ଦୋଷ ହେତୁ ରାତ୍ରି ଘ୧/୫୭ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତର ଦିଗ, ବାୟୁକୋଣ ଓ […]

ଶାଳୀକୁ ହତ୍ୟାକଲା ଭିଣୋଇ

ଗଞ୍ଜାମ,୨୪ା୮(ଏସଏସନିଉଜ)ନାବାଳିକା ଶାଳୀକୁ ପ୍ରଥମେ ପ୍ରେମଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇଗର୍ଭବତୀ କଲା ଭିଣୋଇ ।ଏହାପରେ ସାଙ୍ଗରେ ଆଣି ହତ୍ୟାକରି କୂଅରେ ଫୋପାଡ଼ିଦେଇଥିଲା ।ଏହିଭଳି ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଅଧୀନ ଝାଡ଼ଭୂମି ପଞ୍ଚାୟତ ବରକୋଲିଆ ଗ୍ରାମ ନିକଟରେ ଦେଖିବାକୁ ମିଳିଛି । ଆଜି ସକାଳୁ ଗାଁର ଧୋବାତଇଲା ପଡ଼ିଆ ଆମ୍ବବଗିଚା ନିକଟରେଥିବା ପରିତ୍ୟକ୍ତ ଶୁଖିଲାକୂଅରୁ ନାବାଳିକାଙ୍କ ଗଳିତ ଶବ ମିଳିବା ପରେ ଘଟଣା ପଦାକୁ ଆସିଛି ।ମୃତକ ହେଉଛନ୍ତି ବୁଗୁଡ଼ାଥାନା ଅଧୀନସ୍ଥ ମଙ୍ଗରାଜପୁରଗ୍ରାମର ଗୋପାଳସାମଲଙ୍କ ସାନଝିଅ ବର୍ଷା […]

ଦୁଇଜୀବନ ନେଲାଦନ୍ତା 

ଅନୁଗୁଳ, ୨୪ା୮(ଏସଏସନିଉଜ) ପାତେଳି ଗ୍ରାମରେ ଦନ୍ତା ତାର ତାଣ୍ଡବ ରଚିଛି ।ଦନ୍ତାଆକ୍ରମଣରେ ଦୁଇଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତରଆହତ ହୋଇଛି । ଆଜିସକାଳୁ କୁମୁରିସିଂହାପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀମାଝୀ ଘରଆଗ ଦାଣ୍ଡରେ ଝାଡୁ ମାରୁଥିବାବେଳେ ହାତୀ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଶଙ୍କରବିଶ୍ୱାଳ ଟାକୁଆନାଳକୁ ଶୌଚପାଇଁ ଯାଇଥିବାବେଳେ ହାତୀ ତାଙ୍କୁ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ସାହାରାଗୁଡାଗ୍ରାମର ଅକ୍ଷୟନାଏକ ହାତୀ ଆକ୍ରମଣରେ ଗୁରୁତର ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ […]

ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡା,୨୪ା୮(ଏସଏସନିଉଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ରାୟଗଡା ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ାଉ କରିଛି। ଭିଜିଲାନ୍ସ ଏହି ଚଢାଉ କରାଯାଇଛି । ଭିଜିଲାନ୍ସର୫ ଜଣିଆ ଟିମ୍ ରାୟଗଡାରେ ଥିବା ସରକାରୀ ବାସଭବନ, ରାୟଗଡାରେ ଥିବା ଅଫିସ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଫ୍ଲାଟ, କଟକ ସଦରର ଉରାଳୀରେ ନିର୍ମାଣାଧୀନ ଥିବ ଅଟ୍ଟାଳିକା, ଉରାଳୀରେ ଥିବା ସମ୍ପର୍କୀୟଙ୍କ ବାସଭବନ, ଶିଶୁବିହାର ଭୁବନେଶ୍ୱରରେ […]

ରାତିରେ ଖୋଲିବ ନନ୍ଦନକାନନ!

ବାରଙ୍ଗ,୨୩ା୮(ଏସଏସନିଉଜ)ରାତିରେ ଖୋଲିବାକୁ ଯାଉଛି ପ୍ରାଣିଉଦ୍ୟାନ ନନ୍ଦନକାନନ ।ଆଉ କେହି ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁଆସି ନିରାଶରେ ଫେରିବେନାହିଁ ।ସନ୍ଧ୍ୟାପରେ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଉଥିବା ନନ୍ଦନକାନନ ରାତିରେ ଖୋଲିବାନେଇ ନନ୍ଦନକାନନ ପକ୍ଷରୁ ଜାତୀୟଚିଡିଆଖାନା ପ୍ରାଧିକରଣଙ୍କ ପାଖରେ ପ୍ରସ୍ଥାବ ରହିଛିି ।ତେବେ ଏହାର ଅନୁମୋଦନକୁ ଅପେକ୍ଷା କରିଛି ନନ୍ଦନକାନନ ।ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ।ପ୍ରାଥମିକପର୍ଯ୍ୟାୟରେ ନନ୍ଦନକାନନର ପରିସିମାକୁ ବୃଦ୍ଧିକରିବାପାଇଁ ଚୁଡଙ୍ଗ ଓ କୃଷ୍ନନଗର ଅଂଚଳକୁ ସାମିଲ କରାଯାଇ ନନ୍ଦନକାନନର ସମୁଦାୟ ପରିସିମାକୁ ୧୦୪୩ହେକ୍ଟର ପରିମିତ ଜାଗାକୁ […]

ରାଜଧାନୀରେଖୋଲିଲା ଶ୍ୟାମଳାଡ୍ରାଏଫ୍ରୁଟ୍ସ୍‌ର ପ୍ରଥମଆଉଟ୍‌ଲେଟ୍‌

ବାରଙ୍ଗ,୨୩ା୮(ଏସଏସନିଉଜ)ଉଚ୍ଚମାନର ଅର୍ନ୍ତଜାତୀୟ ଡ୍ରାଏ ଫ୍ରୁଟ୍ସ୍‌, ନମକିନ୍ ଏବଂ ହେଲ୍‌ଥ ୱେଲନେସ୍ ଉତ୍ପାଦ ସହିତ କାରାବାର କରୁଥିବା ଅନ୍ୟତମ ଅଗ୍ରଣୀ ରିଟେଲ୍ ବ୍ରାଣ୍ଡ ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ବୁଧବାରଦିନ ରଘୁନାଥପୁର ରୟାଲ ଆର୍କେଡ୍ ମଲ୍‌ରେ ଏକ ସ୍ୱତନ୍ତ୍ର ଆଉଟଲେଟ୍ ଉଦ୍‌ଘାଟିତ କରିଛି ।ଭୁବନେଶ୍ୱରର ସମସ୍ତ ସ୍ୱାସ୍ଥ୍‌୍ୟ ସମନ୍ଧୀୟ ସାମଗ୍ରୀ ଏହି ଷ୍ଟୋରରେ ମିଳିବ । ଗ୍ରାହକଙ୍କ ଚାହିଦାକୁପୂରଣ କରିବା ପାଇଁ ଗୁଣାତ୍ମକ ଏବଂ ସୁସ୍ଥ ଖାଦ୍ୟ ପ୍ରଦାନ କରିବାକୁ ଆମର ପ୍ରତିଶ୍ରୁତି ଏକ ପ୍ରଦର୍ଶନ ହେଉଛି ଏହି ଷ୍ଟୋରର […]

ରାପିଡଆକ୍ସନଫୋର୍ସ ପକ୍ଷରୁ ସଚେତନଶିବିର

ବାରଙ୍ଗ,୨୩ା୮(ଏସଏସନିଉଜ)ବୁଧବାର ଅପରାହ୍ନରେ ୧୦୬ ବାଟାଲିୟନର ରାପିଡ ଆକ୍ସନ ଫୋର୍ସ ଝାଡ଼ଖଣ୍ଡ ପକ୍ଷରୁ ବାରଙ୍ଗ ଝୁନଝୁନୱାଲା ବିଦ୍ୟାପୀଠରେ ଗୋଳାବାରୁଦ ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି ସଚେତନ ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରି ବିଭିନ୍ନ ସଚେତନତା କରାଯାଇଥିଲା। ଏଥିସହ ବେଟି ବଚାଓ ବେଟି ପଢ଼ାଓ ଭଳି କାର୍ଯ୍ୟକ୍ରମଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଟାଲିୟନର ସିନିୟର୍ ଡେପୁଟି କମାଣ୍ଡାଣ୍ଟ ସଚ୍ଚିଦାନନ୍ଦ ମିଶ୍ର, ଡେପୁଟି କମାଣ୍ଡାଣ୍ଟ ଗୌତମ ମିତ୍ର ଏବଂ ଗୋଟିଏ ପ୍ଲାଟୁନ ଫୋର୍ସ […]