ରାଜଧାନୀରେଖୋଲିଲା ଶ୍ୟାମଳାଡ୍ରାଏଫ୍ରୁଟ୍ସ୍‌ର ପ୍ରଥମଆଉଟ୍‌ଲେଟ୍‌

ବାରଙ୍ଗ,୨୩ା୮(ଏସଏସନିଉଜ)ଉଚ୍ଚମାନର ଅର୍ନ୍ତଜାତୀୟ ଡ୍ରାଏ ଫ୍ରୁଟ୍ସ୍‌, ନମକିନ୍ ଏବଂ ହେଲ୍‌ଥ ୱେଲନେସ୍ ଉତ୍ପାଦ ସହିତ କାରାବାର କରୁଥିବା ଅନ୍ୟତମ ଅଗ୍ରଣୀ ରିଟେଲ୍ ବ୍ରାଣ୍ଡ ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ବୁଧବାରଦିନ ରଘୁନାଥପୁର ରୟାଲ ଆର୍କେଡ୍ ମଲ୍‌ରେ ଏକ ସ୍ୱତନ୍ତ୍ର ଆଉଟଲେଟ୍ ଉଦ୍‌ଘାଟିତ କରିଛି ।ଭୁବନେଶ୍ୱରର ସମସ୍ତ ସ୍ୱାସ୍ଥ୍‌୍ୟ ସମନ୍ଧୀୟ ସାମଗ୍ରୀ ଏହି ଷ୍ଟୋରରେ ମିଳିବ । ଗ୍ରାହକଙ୍କ ଚାହିଦାକୁପୂରଣ କରିବା ପାଇଁ ଗୁଣାତ୍ମକ ଏବଂ ସୁସ୍ଥ ଖାଦ୍ୟ ପ୍ରଦାନ କରିବାକୁ ଆମର ପ୍ରତିଶ୍ରୁତି ଏକ ପ୍ରଦର୍ଶନ ହେଉଛି ଏହି ଷ୍ଟୋରର ଶୁଭାରମ୍ଭ ସବୁ ପ୍ରକାର ପ୍ରିମିୟମ୍ ଡ୍ରାଏ ଫ୍ରୁଟ୍ସ୍ ନ୍ୟୁଟ୍ରିସନ୍‌ଯୁକ୍ତ ପ୍ରଡକ୍ଟ ସହ ସ୍ୱାଦିଷ୍ଟ ଚକୋଲେଟ୍ ପାଇଁ ଏକ ସର୍ବୋତମ ଅତ୍ୟାଧୁନିକ ଆଉଟ୍‌ଲେଟ୍ । ଏହା ସ୍ୱଚ୍ଛତା ଏବଂ ଗୁଣବତା ବଜାୟ ରଖିଥାଏ । ଏହା ସବୁ ପ୍ରକାର ଆମଦାନୀ ,ଘରୋଇ ଶୁଖିଲାଫଳ, ଘରେ ପ୍ରସ୍ତୁତ ହୋଇଥିବା ଚକୋଲେଟ୍‌, କୁକିଜ୍ ଇତ୍ୟାଦି ପାଇଁ ଏହାର ଗୋଟିଏ ମାତ୍ର ଉପଯୁକ୍ତସ୍ଥାନ ବୋଲି ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍‌ର ଏମ୍‌ଡି ମାଭୁଦୁରୁ ବିବେକ କହିଛନ୍ତ । ଓଡିଶାରେ ସବୁବେଳେ ଆନ୍ଧ୍ର ନମ୍‌କିନ୍ ଏବଂ ଆଚାରର ଚାହିଦା ଅଧିକ ରହିଥାଏ । ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ଆନ୍ଧ୍ରପ୍ରଦେଶର ଏକ ଅଗ୍ରଣୀ ବ୍ରାଣ୍ଡ ଯାହାର ୧୬ଟି ଆଉଟଲେଟ୍ ରହିଛି । ଏହାର ଗୁଣାତ୍ମକ ଶୁଖିଲା ଫଳ ଏବଂ ନମକିନ୍ ପ୍ରଡକ୍ଟମାନ ସ୍ୱାସ୍ଥ୍ୟ କଲ୍ୟାଣ ଉତ୍ପାଦ ପାଇଁ ଜଣାଶୁଣା ।ଓଡିଶାରେ ଏହା ପ୍ରଥମ ଆଉଟ୍‌ଲେଟ୍ ବୋଲି ଓନର୍ ସୁନୀତ କୁମାର ସାମଲ କହିଛନ୍ତି ।

Comments (0)
Add Comment