Browsing monthly archive

August 2023

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୪ତାରିଖ ଗୁରୁବାର। ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୨/୪୨ ,ସୂର୍ଯ୍ୟାସ୍ତ-ଘ୬/୫/୩୮ ,ଶ୍ରାବଣମାସ ,ଶୁଦ୍ଧଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି-ଅଷ୍ଟମୀ ରାତ୍ରି ଘ୩/୧ମି ପର୍ଯ୍ୟନ୍ତ ତଦନ୍ତେ ନବମୀ। ନକ୍ଷତ୍ର- ବିଶାଖା ନକ୍ଷତ୍ର ଦିବା ଘ୯/୩୫ମି ପର୍ଯ୍ୟନ୍ତ ତଦନ୍ତେ ଅନୁରାଧାନକ୍ଷତ୍ର।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀରଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ନଡ଼ିଆଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା ଦିବାଘ୨/୪୬ମି ରୁ ସୂର୍ଯ୍ୟାସ୍ତଘ୬/୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୧୧/୪୭ମି ରୁ ଘ୧/୧୪ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରିଘ୧/୧୪ମି ରୁ ଘ୩/୩୮ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ସୂର୍ଯ୍ୟୋଦୟରୁ ଦିବାଘ୭/୧୨ମି ମଧ୍ୟେ, ଘ୧୦/୧୪ମି ରୁ ଘ୧୨/୩୮ମି ପର୍ଯ୍ୟନ୍ତ। ପୁଷ୍କରଦୋଷ – ମୃତବ୍ୟକ୍ତିର ଦିବା‌ଘ୯/୩୫ମି ମଧ୍ୟେ […]

ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର,୨୩ା୮(ଏସଏସନିଉଜ) ଆଜି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର୍। ଆଜି ସଂଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ା୬ଟା୪ରେ ସଫ୍ଟ ଲ୍ୟାଣ୍ଡିଂ କରାଇବା ISRO ଲକ୍ଷ ରଖିଛି ଲ୍ୟାଣ୍ଡରା ବିକ୍ରମର ଅବତରଣ ପରେ ରୋଭର ‘ପ୍ରଜ୍ଞାନ’ ବାହାରିବ ସନ୍ଧ୍ୟା ୫ଟା ୨୦ରୁ ଚନ୍ଦ୍ରରୁ ଲାଇଭ କରିବISRO  ।ତେବେ ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣ ଅନୁକୋଣରେ ଚାଲିଛି ପୂଜାର୍ଚ୍ଚନା ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ […]

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୩ତାରିଖ ବୁଧବାର। ଗୋସ୍ୱାମୀ ତୁଳସୀଦାସ ଜୟନ୍ତୀସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୨/୨୬ ,ସୂର୍ଯ୍ୟାସ୍ତ-ଘ୬/୬/୨୨ ,ଶ୍ରାବଣମାସ ,ଶୁଦ୍ଧ ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି-ସପ୍ତମୀ ରାତ୍ରିଘ୩/୨୧ମିପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର- ସ୍ବାତୀନକ୍ଷତ୍ର ଦିବା ଘ୮/୪୦ମି ପର୍ଯ୍ୟନ୍ତ ତଦନ୍ତେ ବିଶାଖା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ରାତ୍ରି ଘ୩/୨୧ମି ପରେ ଐଶାନ୍ୟ କୋଣରେ। ଅଗନ୍ତବ୍ୟତିଥି ଓ ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ରାତ୍ରିଘ୩/୨୧ମି ମଧ୍ୟେଯାତ୍ରା ଶୁଭ। ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତକୋଣକୁ ତ୍ୟା କରି ଯାତ୍ରାକରାଯିବ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳଭକ୍ଷଣ ନିଷେଧ।ଅଶୁଭବେଳା- […]

ଥାନା ଆଗରେ ଭୁତ !

ଆସିକା,୨୨ା୮(ଏସଏସନିଉଜ)ଥାନା ଆଗରେ ଭୁତ ।ଭୁତ ଜଣେ ମହିଳାଙ୍କଦେହରେ ଶବାରହୋଇ କହୁଛି ଗୁଣିଆ ଦ୍ୱାରା ଏହାହେଉଛି ।ଯାହାକୁନେଇ ଖରିଆପଂଚାୟତ କୋଟିନାଡ଼ାଗ୍ରାମରେ ଅଶାନ୍ତି ପରିସ୍ଥିତିସୃଷ୍ଟି ହୋଇଛି । ଗୁଣିଗାରେଡି ଦ୍ୱାରା ଗ୍ରାମର ପୁଅଝିଅଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗକରି ଗ୍ରାମବାସୀମାନେ କୋଟିନଡା ଥାନାକୁ ଘେରାଉ କରିଛନ୍ତି । ବିଗତ କିଛିବର୍ଷ ହେବ କୋଟିନଡାଗ୍ରାମରେ ୧୦ରୁ ଉର୍ଦ୍ଧ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି।ତେବେ ଜଣେ ମହିଳାଙ୍କଦେହରେ ପ୍ରେତ ଶବାରହୋଇ ସବୁ ମରିବା କଥା କହୁଥିବାରୁ ଗ୍ରାମବାସୀମାନେ ତନ୍ତ୍ର ଉପରେ ବିଶ୍ୱାସ କରୁଛନ୍ତି।ପ୍ରତି ମଙ୍ଗଳବାର […]

ନେତାଙ୍କୁ ଟେକିନେଲା ପୋଲିସ

କଟକ, ୨୨ା୮(ଏସଏସନିଉଜ)ମାହାଙ୍ଗା ଦଶମଶ୍ରେଣୀ ନାବାଳିକାଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁଘଟଣାରେ ଆଜି ନିଲମ୍ବିତ ବିଜେଡିନେତା ଶରତନାୟକ ଓ ଖେଳଶିକ୍ଷକ ଅନୁପମରାୟକୁ ମାହାଙ୍ଗାଥାନା ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବାରୁ ଅନୁପମ ରାୟଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ଗିରଫ କରାଯାଇଛି।

ପାର୍ଶଲସାମଗ୍ରୀ ଚୋରିକରି ଧରାହେଲେ ୫

ବାରଙ୍ଗ,୨୨।୮(ଏସଏସନିଉଜ)ଏକ ପାର୍ଶଲ କମ୍ପାନୀରୁ ଚାକିରୀ କରି କୌଶଳକ୍ରମେ ଏକବର୍ଷ ମଧ୍ୟରେ ଲକ୍ଷାଧିକ ଟଙ୍କାର ପାର୍ଶଲ ସାମଗ୍ରୀ ଚୋରିକରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ୫ଜଣଙ୍କୁ ଗିରଫକରି ମଙ୍ଗଳବାର ଦିନ କୋର୍ଟଚାଲଣ କରିଛି।ସେମାନେ ହେଲେ କଟକସଦର ସାବଳ ପୁରର ଦୀପକକୁମାର ପରିଡା, କଣାସର ପବିତ୍ର ମୋହନ ଦାସ, ନଖରା ସାଇଁସୋର ସରୋଜ ନନ୍ଦ ଦାସ,ସାନପାଟଣା ବ୍ରହ୍ମଗିରି ର ରାଜାନାୟକ, ଗୋପର ପ୍ରକାଶଚନ୍ଦ୍ରନାୟକ ।ସେମାନଙ୍କ ଠାରୁ ୧୪ଟିଦାମୀକିଆ ମୋବାଇ ଲ ଫୋନ,୨ଟି ଲାପଟପ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।ଏହି ୫ଜଣ […]

ବଗିଛାଡ଼ି ମାଲବାହୀଟ୍ରେନ୍ ଛୁ

ଭଦ୍ରକ,୨୨ା୮(ଏସଏସନିଉଜ) ୩୦ଟି ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍ ।ଚରମ୍ପାଷ୍ଟେସନ ୧୧୮ନମ୍ବର ଏଲସିଗେଟ ନିକଟରେ ଏହି ଘଟଣା ଘଟିଛି । ଖଡ଼ଗପୁରରୁ ମାଲବାହୀଟ୍ରେନ୍ ଆସୁଥିବାବେଳେ ଏହି ଅଘଟଣ ଘଟିଛି । ପ୍ରାୟ ୧ଘଣ୍ଟାପରେ ଇଞ୍ଜିନକୁ ପଛକୁଅଣାଯାଇ ବଗିକୁ ଯୋଡ଼ାଯାଇଥିଲା ।  

ଉଦଘାଟନୀଫଳକକୁ ଭାଙ୍ଗି ଲାଗିଲା ବିଜେଡିପତାକା

ବାରଙ୍ଗ,୨୨।୮(ଏସଏସନିଉଜ)କଂଗ୍ରେସ ସରକାର ସମୟରେ ମୁଣ୍ଡଳୀଠାରେ ମହାନଦୀଉପରେ ମୁଣ୍ଡଳିବ୍ୟାରେଜ ନିର୍ମାଣ କରାଯାଇ ୧୯୯୬ମସିହାରେ ଉଦଘାଟନ କରାଯାଇଥିଲା ।ଏହାକୁ ସେସମୟର ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କଦ୍ୱାରା ଉ୍‌ଦଘାଟନ କରାଯାଇ ମୁଣ୍ଡଳିବ୍ୟାରେଜର ଏକପାଶ୍ୱର୍ରେ ଉଦଘାଟନୀଫଳକକୁ ମରାଯାଇଥିଲା ।କିନ୍ତୁ ମଙ୍ଗଳାବର ସନ୍ଧ୍ୟାରେ କେହି ଏହିଉଦ୍‌ଘାଟନୀଫଳକକୁ ଭାଙ୍ଗିଦେଇଥିବାର ଦେଖିବାକୁ ମିଳିଛି ।ଫଳକ ଭଙ୍ଗାଯାଇ ଥିବାସ୍ଥାନରେ ବିଜେଡିର ଏକ ପତାକା ମରାଯାଇଥିବାର ଦେଖିବାକୁ ମିଳିଛି ।ଯାହାକୁନେଇ ବାରଙ୍ଗ ରାଜନିତୀରେ ସରଗରମ ଆଲୋଚନା ଧରିଛି ।

କଣ୍ଟାବାଞ୍ଜି ଓ ଭୁବନ ୧୨ଘଣ୍ଟିଆ ବନ୍ଦ

ବଲାଙ୍ଗୀର,୨୨ା୮(ଏସଏସନିଉଜ) କଣ୍ଟାବାଞ୍ଜିକୁ ଜିଲ୍ଲାମାନ୍ୟତା ଦାବିନେଇ ଜିଲ୍ଲାସଙ୍ଘର୍ଷସମିତିର ଆହ୍ବାନକ୍ରମେ ୧୨ଘଣ୍ଟିଆ କଣ୍ଟାବାଞ୍ଜିବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀକାର୍ଯ୍ୟାଳୟ ବନ୍ଦ ରହିବାସହ ଯାନବାହନ ଚଳାଚଳ ବନ୍ଦରହିଛି। ଇନ୍ଦିରାଛକ ନିକଟର ସମିତିରକର୍ମକର୍ତ୍ତାମାନେ ରାସ୍ତଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବନ୍ଦ ଡାକରାରେ ସହରର ୪୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି। ସେହିଭଳିଭାବେ କାମାକ୍ଷାନଗର ବିଜେପିପକ୍ଷରୁ ପାନୀୟ ଜଳ, ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଆଦି୧୨ଦଫାଦାବି ନେଇ […]

ଆସନ୍ତାକାଲି ଶ୍ରୀଜିଉଙ୍କ ୪ଘଣ୍ଟା ସାଧାରଣଦର୍ଶନ ବନ୍ଦ

ପୁରୀ,୨୨ା୮(ଏସଏସନିଉଜ)ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଆସନ୍ତାକାଲି ଅର୍ଥାତ ବୁଧବାର ସନ୍ଧ୍ୟା୬ଟାରୁ ରାତି୧୦ଟା ଯାଏଁ ୪ ଘଣ୍ଟା ପାଇଁ ସାଧାରଣଦର୍ଶନ ବନ୍ଦ ରହିବ ଓ ରାତି୧୦ଟାପରେ ଦର୍ଶନ ସ୍ବାଭାବିକ ହେବ ବୋଲି ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ସୂଚନାଦିଆଯାଇଛି। ୨୩ ତାରିଖ ବୁଧବାର ଶ୍ରାବଣ-ଶୁକ୍ଳ ସପ୍ତମୀତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ. ୬.୦୦ ଟିକାରୁ ରାତ୍ର ଘ. ୧୦.୦୦ ଟିକା ପର‌୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ