Browsing yearly archive

2023

ଦାଢାପାଟଣାରେ କାର୍ତ୍ତିକେଶ୍ୱର ଭଷାଣି

ବାରଙ୍ଗ,୨ା୧୨ (ଏସଏସନିଉଜ) ବାରଙ୍ଗର ପ୍ରସିଦ୍ଧ ପର୍ବ ପବିତ୍ର କାର୍ତ୍ତିକେଶ୍ୱର ପୂଜାର ପ୍ରଥମ ପର‌୍ୟ୍ୟାୟ ଭଷାଣୀ ଶନିବାର ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରଥମ ପର‌୍ୟ୍ୟାୟରେ ଦାଢ଼ାପାଟଣା ଗ୍ରାମରେ ପୂଜା ପାଉଥିବା ୧୩ଟି ମେଢ଼ ମଧ୍ୟରୁ ୧୦ଟି ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗ୍ରାମର ମୁଖ୍ୟ ମେଢ଼ ଆସନ୍ତା ବୁଧବାର ଦିନ ହେବାକୁ ଥିବା ଭସାଣୀରେ ସାମିଲ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ମେଢ଼ଗୁଡିକରେ ଡିଜେକୁ ବନ୍ଦ କରି ପାରମ୍ପରିକ ନୃତ୍ୟ,ଲୋକ […]

୧୦ଫୁଟିଆ ଅଜଗର ଉଦ୍ଧାର

ବାରଙ୍ଗ,୨ା୧୨ (ଏସଏସନିଉଜ)ବାରଙ୍ଗ କଲେଜ ନିକଟସ୍ଥ ଦୟା ଦକ୍ଷିଣ କେନାଲ ବନ୍ଧ ମୁଖ୍ୟ ରାସ୍ତା ଉପରୁ ଏକ ୧୦ ଫୁଟର ଅଜଗର ଉଦ୍ଧାର। ଶନିବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ କେନାଲ ବନ୍ଧ ମୁଖ୍ୟ ରାସ୍ତା ଉପରେ ୧୦ ଫୁଟର ଏହି ଅଜଗରଟି ବୁଲୁଥିବା ସ୍ଥାନୀୟ ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ନନ୍ଦନକାନନର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସୁରକ୍ଷିତ ଭାବେ ଅଜଗରକୁ ଉଦ୍ଧାର କରିଥିଲେ। କେନାଲରେ ପାଣି ନଥିବାରୁ […]

ନନ୍ଦନକାନନରେ ବାରସିଂଘା ମୃତ୍ୟୁ

ବାରଙ୍ଗ,୨।୧୨(ଏସଏସନିଉଜ) ନନ୍ଦନକାନନରେ ପଡିଛି ଶନିଦଶା । ଗତ କିଛି ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ପରେ ଗୋଟିଏ ବିରଳ ଜୀବଜନ୍ତୁ ମୃତ୍ୟୁ ହୋଇଛି । ଆଉ କେତେକ ଅସୁସ୍ଥ ରହିଥିବା ସୂଚନା ମିଳିଛି । ଯାହାକୁ ନେଇ କର୍ତ୍ତୁପକ୍ଷ ଙ୍କ ଚିନ୍ତା ବଢ଼ିଯାଇଛି। ମଙ୍ଗଳବାର ଦିନ ଗାଡ଼ ଭାଲୁ ମୃତ୍ୟୁ ପରେ ଜଳହସ୍ଥି ମୃତ୍ୟୁ ପୁଣି ଶନିବାର ଦିନ ଆଖିବୁଜିଲା ଅଣ୍ଡିରା ବାରସିଂହା । ୩୯ ନମ୍ୱର ଏନକ୍ଲୋଜର ରେ ରହୁଥିବା ବାରାସିଂଙ୍ଘା ନିଜ ନିଜ […]

ଓଡ଼ିଶା ସ୍କୁଲକୁ ମାଗଣାରେ ୩୦ହଜାର ଫୁଟବଲଦେବ ଫିଫା-କେନ୍ଦ୍ରମନ୍ତ୍ରୀ

ବାରଙ୍ଗ , ୨ା୧୨(ଏସଏସନିଉଜ) ବାରଙ୍ଗବ୍ଲକ ମୁଣ୍ଡଳୀଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଓ ପିଏମ ଶ୍ରୀ ସ୍କୁଲ ମିଳିତ ସହଯୋଗରେ ଆୟୋଜିତ ଏଫ୪ଏସ(ଫୁଟବଲ ଫର ସ୍କୁଲ) କାର‌୍ୟ୍ୟକ୍ରମକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏଆଇଏଫଏଫ ର ମଧ୍ୟସ୍ତତାରେ ଫିଫା ସହିତ ଭାରତ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ଯେଉଁ ଚୁକ୍ତି ଅନୁସାରେ ଫିଫା […]

କୁଞ୍ଜବିହାରୀ ମହାବିଦ୍ୟାଳୟରେ ପାଳନ ହେଲା ଏଡ୍ସ ଦିବସ

ବାରଙ୍ଗ,୨।୧୨(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଙ୍କ ଦ୍ୱାରା ଅନ୍ତର୍ଜାତୀୟ ଏଡ୍ସ ଦିବସ ପାଳନ ହୋଇଯାଇଛି।ସମନ୍ୱିତ ଯୁବ ବିକାଶ କାର‌୍ୟ୍ୟକ୍ରମ କମିଟି ଦ୍ୱାରା ଆୟୋଜିତ ଏହି ସଚେତନତା କାଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧକ୍ଷ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କର ଏଡ୍ସ ବ୍ୟାଧିର ଭୟବହାତ ଉପରେ ଆଲୋକ ପାତକରିଥିଲେ।ଏହି କାର‌୍ୟ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ସ୍ଥାନିଅ ଅଂଚଳ ରେ ପ୍ଲାକାଡ ଧରି ରାଲିରେ ଯାଇ ଲୋକମାନଙ୍କୁ ସଚେତନତା […]

ରାଲିରେ ଗୋଡ଼ାଇ ବିନ୍ଧିଲେ ମହୁମାଛି

ଉମରକୋଟ,୧।୧୨(ଏସଏସନିଉଜ)ରାଲି ବେଳେ ଗୋଡ଼ାଇ ବିନ୍ଧିଲେ ମହୁମାଛି।ବିଜେପିର ରାଇଘରବ୍ଲକ ଘେରାଉ ବେଳେ ମହୁମାଛି ଆକ୍ରମଣ କରିଥିଲା। ପ୍ରାୟ ୫୦ କର୍ମୀଙ୍କୁ ଗୋଡ଼ାଇ କାମୁଡ଼ିଲେ ଯାହା ଫଳରେ ୧୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ବ୍ଲକ ଘେରାଉ ବେଳେ ଅଘଟଣ ଘଟିଥିଲା।ମହୁମାଛି ଆକ୍ରମଣରେ ୪/୫ ଜଣ ପୋଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଥିବାର ଜଣାପଡିଛି।

ଅଧା ରହିଗଲା ତାରିଣୀଦର୍ଶନ

  ଘଟଗାଁ,୧।୧୨(ଏସଏସନିଉଜ) ତାରିଣୀଦର୍ଶନ ପାଇଁ ଯାଉଥିବାବେଳେ ଚାଲିଗଲା ୮ଜଣଙ୍କ ଜୀବନ।ଅଧା ରହିଗଲା ମାଙ୍କ ମଙ୍ଗଳଆଳତି ଦର୍ଶନ।ଆଜି ସକାଳେ ଘଟଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।୮ଜଣ ପ୍ରାଣହରାଇଥିବାବେଳେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏଣେ ଅନ୍ୟ ୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାପରେ ଡ୍ରାଇଭର୍ ଫେରାର ହୋଇଯାଇଛି। ପ୍ରକାଶଯେ, ଗଞ୍ଜାମଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଏକ […]

ଆଜିର ରାଶିଫଳ

୧-୧୨-୨୦୨୩,ଶୁକ୍ରବାର,ସୀତା ବିବାହ,ବିଛା ଦି୧୫ନ, ମାର୍ଗଶୀର କୃଷ୍ଣ ଚତୁର୍ଥୀ ଦ୨୨।୩୩ ଦିଘ୩।୯, ପୁନର୍ବସୁ ଦ୨୭।୨୨ ସଂଘ୫।୫,ମିଥୁନ ଚନ୍ଦ୍ର ଦ୧୧।୧୬ ଦିଘ ୧୦।୩୮।ଯୋଗିନୀ ନୈଋତେ । ଦିବା ଘ୩।୯ ଗତେ ଦକ୍ଷିଣେ ।ଯାତ୍ରାନାସ୍ତି ।ଦିବା ଘ୩।୯ ପରେ ସୂର୍ଯ୍ୟାସ୍ତ ମଧ୍ୟେ ଗୃହପ୍ରବେଶ ଓ ଗୃହ ପ୍ରତିଷ୍ଠା ,ଦେବତା ଗଠନ ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ସନ୍ଧ୍ୟା ଘ୫।୫ ଗତେ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଅଶ୍ୱିନୀ […]

୩ରୁ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ

ବାରଙ୍ଗ,୩୦ା୧୧(ଏସଏସନିଜଉ)ଆରମ୍ଭ ହେବାକୁ ଯାଉଛି ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ। ଆସନ୍ତା ମାସ ୩ତାରିଖ ଠାରୁ ୧୦ ତାରିଖପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍। ଏହି ଫୁଟ୍‌ବଲଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଭୁବନେଶ୍ଵର ଉତ୍ତରନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରୁ ବିଭିନ୍ନ ଦଳ ଭାଗ ନେବେ । ରାଜ୍ୟରୁ ବରଗଡ଼ ୟୁନାଟେଡ୍, ସୋନପୁର କ୍ଲବ୍, ରାଇଜିଂ ଷ୍ଟୁଡେଣ୍ଟ, କଟକ, ଜଗା ୟୁନାଇଟେଡ୍‌, ଭୁବନେଶ୍ବର ଓ […]

ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା

ବାରଙ୍ଗ,୩୦ା୧୧(ଏସଏସନିଉଜ)ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା ।ଯାହାର ନଗ୍ନ ଚିତ୍ର ପୁଣି ସାମ୍ନାକୁ ଆସିଛି । ଚଳିତ ମାସ ୨୮ ତାରିଖ ମଙ୍ଗଳବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଉଦ୍ଧାର ହୋଇ ଆସିଥିବା ଗାଡ଼ଭାଲୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ପୁଣି ଦୁଇ ଦିନ ପରେ ଅର୍ଥାତ୍ ଗୁରୁବାର ଦିନ ୨ଟା ସମୟରେ ଅସୁସ୍ଥ ଥିବା ଅଣ୍ଡିରା ଜଳହସ୍ତି ମୃତୁ ବରଣ କରିଛି । ସୂଚନା ଯୋଗ୍ୟ ଯେ , ପ୍ରାଣୀ ଉଦ୍ୟାନର ୬୨ ଏନକ୍ଲୋଜରରେ ରହୁଥିବା ଜଳହସ୍ତିଟି […]